Posted inଖେଳ

ଭାରତ-ଜିମ଼୍ବାୱେ ମ୍ୟାଚ୍‌ରେ ଜୟସ଼୍ବାଲ ଏବଂ ଶୁଭମନ ଗିଲ୍‌ଙ୍କ ୪ ରେକର୍ଡ

ନୂଆଦିଲ୍ଲୀ, ୧୪।୦୭: ଭାରତ-ଜିମ଼୍ବାୱେ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିବା ସହିତ ସିରିଜ୍‌ କବ୍‌ଜା କରିଛି । ଜଶସ଼୍ବୀ ଜୟସ଼୍ବାଲଙ୍କ ଅପରାଜିତ ୯୩ ରନ୍‌ ଏବଂ ଶୁଭମନ୍‌ ଗିଲଙ୍କ ଅପରାଜିତ ୫୮ ରନ୍‌ ଆକ୍ରମଣାତ୍ମକ ପାଳି ଭାରତକୁ ୧୦ ୱିକେଟ୍‌ରେ ବିଜୟୀ କରାଇଛି । ଭାରତ ଏବେ ୩-୧ରେ ଆଗୁଆ ରହିଛି । ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାରିବା ପରେ ଦଳ ଦ଼୍ବିତୀୟ ମ୍ୟାଚ୍‌ରୁ ଫର୍ମକୁ ଫେରିଛି । ଲଗାତାର ୩ଟି ବିଜୟ ହାସଲ କରି ସିରିଜ୍‌ ନିଜପକ୍ଷରେ କରିଛି ।

୪ର୍ଥ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଜିମ଼୍ବାୱେ ଭାରତକୁ ୧୫୩ ରନ୍‌ର ଟାର୍ଗେଟ୍‌ ଦେଇଥିଲା । ଏହି ରନ୍‌ର ପିଛା କରି ଭାରତ ୧୫.୨ ଓଭରରେ ଶୁଭମନ ଏବଂ ଜୱସ଼୍ବାଲଙ୍କ ଅର୍ଦ୍ଧଶତକ ବଳରେ ବିନା କୌଣସି ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା । ତେବେ ଏହି ମ୍ୟାଚ୍‌ରେ ୪ଟି ରେକର୍ଡ କରିଛି ଟିମ୍‌ ଇଣ୍ଡିଆ । ଟି-୨୦ କ୍ରିକେଟ୍‌ ଇତିହାସରେ ଭାରତ ୧୫୦ରୁ ଅଧିକ ରନ୍‌ର ପିଛା କରି ୧୦ ୱିକେଟ୍‌ ସହ ପ୍ରଥମ କରି ଏପରି ମ୍ୟାଚ୍‌ ଜିତିଛି । ବିଶ଼୍ବ କ୍ରିକେଟ୍‌ ଇତିହାସରେ ଏହା ମାତ୍ର ୫ ଥର ହୋଇଛି । ଅନ୍ୟପଟେ ଗିଲ୍‌ ଏବଂ ଜୱସ଼୍ବାଲ ୨୮ ବଲ୍‌ ବାକି ଥାଇ ୧୫୩ ରନ୍‌ ଟାର୍ଗେଟ୍‌ ପୁରଣ କରିଥିଲେ । ଏହା ଭାରତର ସବୁଠାରୁ ଅଧିକ ବଲ୍‌ ବାକି ଥାଇ ଜିତିଥିବା ମ୍ୟାଚ୍‌ ହୋଇଛି।

ତୃତୀୟରେ ଏହା ବିନା କୌଣସି ୱିକେଟ୍‌ ହରାଇ ଅର୍ଥାତ ଦୁଇ ଖେଳାଳିଙ୍କ ୧୫୩ ରନ୍‌ ଭାଗିଦାରୀ ଅତିକ୍ରମ କରିବା ଭାରତ ପାଇଁ ଦ଼୍ବିତୀୟ ମ୍ୟାଚ୍‌ । ଚତୁର୍ଥରେ ଗିଲ୍‌ ଏବଂ ଜୱସ଼୍ବାଲଙ୍କ ଓପନିଂ ଭାଗିଦାରୀର ୧୫୦ ରନ୍‌ ପାର ଭାରତ ପାଇଁ ପଞ୍ଚମ ମ୍ୟାଚ୍‌ । ପୂର୍ବରୁ ରୋହିତ ଶର୍ମା ଏବଂ କେଏଲ୍‌ ରାହୁଲଙ୍କ ଓପନିଂ ଭାଗିଦାରୀ ସବୁଠାରୁ ଅଧିକ ରନ୍‌ର ରେକର୍ଡ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ,୨୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ତପୁର ବିଧାନସଭା କ୍ଷେତ୍ରର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ନନ୍ଦିପଦା ପୋଲିସ…

ବାଇକ ସହ ମୁହାଁମୁହିଁ ହେଲା ଭାଜପା ନେତାଙ୍କ ଗାଡ଼ି, ଚିଟିଙ୍ଗ ଘାଟିରେ….

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଚିଟିଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ହୋଇଛି । କାର – ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଚନ୍ଦ୍ରଗିରି ଚିଟିଙ୍ଗ…

ନ୍ୟୁୟର୍କର La Guardia Airportର ରନଓ୍ବେରେ ବଡ଼ ଦୁର୍ଘଟଣା

ନ୍ୟୁୟର୍କ,୨୩।୩: ସୋମବାର (୨୩ ମାର୍ଚ୍ଚ) ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଏୟାର କାନାଡା ଏକ୍ସପ୍ରେସ ବିମାନ ରନଓ୍ବେ ଉପରେ ଠିଆ ହୋଇଥିବା…

ଇସ୍ରାଏଲ ଉପରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରରେ ସ୍ପେନିସ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଲା ଇରାନ

ତେହରାନ୍‌,୨୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଆକର୍ଷଣୀୟ ଘଟଣା ଘଟୁଛି। ଇସ୍ରାଏଲରେ ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରରେ IRGC…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଦୁର୍ନୀତି: ସ୍ତ୍ରୀ ନାଁରେ ଜିଏସଟି ବିଲ କରି ହେରାଫେରି

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେଇଥିବା ଅଭିଯୋଗ ହୋଇଛି। ଏପରିକି…

ହୁତୁହୁତୁ ଜଳିଗଲା ବସ: ପୁରୀ ବସଷ୍ଟାଣ୍ଡରେ ଅଘଟଣ

ପୁରୀ,୨୩।୩: ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ବସ। ପୁରୀ ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଜଳିଯାଇଥିଲା ବସ। ଅଗ୍ନିଶମ ବାହିନୀ ପହଞ୍ଚି…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri