୪ କୁଇଣ୍ଟାଲ ୩୨ କେଜି ଗଞ୍ଜେଇ ଜବତ, ବନ୍ଧା ହେଲେ ୪ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୧୧ା୩: ଅବକାରୀ କମିଶନର ଆଶିଷ ସିଂ ଓ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ଟିମ୍‌ ଶୁକ୍ରବାର ପୃଥକ ୩ଟି ସ୍ଥାନରୁ ୪ କୁଇଣ୍ଟାଲ ୩୨ କେଜି ଗଞ୍ଜେଇ ସହ ଏକ ଟ୍ରକ ଜବତ କରିଥିବା ଅବକାରୀ ଉପ ଆୟୁକ୍ତ ରାଜେନ୍ଦ୍ର ଭତ୍ରା ଏହି ସୂଚନା ଦେଇଛନ୍ତି।

ବ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିବା ପରେ ଅବକାରୀ ଉପ ଆୟୁକ୍ତ ଭତ୍ରାଙ୍କ ତତ୍ତ୍ୱାବଧାନରେ ୧୦ ଜଣିଆ ଟିମ୍‌ ୩ଟି ଦଳରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଗୋଟିଏ ଦଳ ଭୋର୍‌ରେ ବ୍ରହ୍ମପୁର ରେଳଷ୍ଟେଶନ ସମ୍ମୁଖରେ ଜଣେ ଯୁବକଙ୍କୁ ଅଟକାଇ ତାଙ୍କ ବ୍ୟାଗ ଯାଞ୍ଚ କରିଥିଲେ। ସମ୍ପୃକ୍ତ ଯୁବକ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ଜଳେଶ୍ୱର ମାଲିକଙ୍କ ବ୍ୟାଗରୁ ୧୫ କେଜି ଗଞ୍ଜେଇ ମିଳିଥିଲା।

ସେହିପରି ଅନ୍ୟ ଏକ ଦଳ ରେଳଷ୍ଟେଶନ ରାସ୍ତା ନେହେରୁ ପାର୍କ ନିକଟରୁ କନ୍ଧମାଳ ବାଲିଗୁଡା ଅଞ୍ଚଳର ଯଜ୍ଞରାଜ ମାଲିକଙ୍କୁ ଧରି ତାଙ୍କ ବ୍ୟାଗ ଯାଞ୍ଚ କରିବାରୁ ୧୭ କେଜି ଗଞ୍ଜେଇ ମିଳିଥିଲା। ଉଭୟଙ୍କୁ ଜେରା ବେଳେ ସେମାନେ କନ୍ଧମାଳରୁ ଗଞ୍ଜେଇ ଆଣି ଟ୍ରେନରେ ସୁରଟ ଚାଲାଣ କରିବାକୁ ରେଳଷ୍ଟେଶନ ଯାଉଥିଲେ ବୋଲି ସ୍ବୀକାର କରିଛନ୍ତି।

ସେହିପରି ଅନ୍ୟ ଏକ ଦଳ ଫାଷ୍ଟଗେଟ ଡୁଡୁମା କଲୋନୀ ନିକଟରେ ବ୍ଲକିଂ କରିଥିଲା। ବ୍ରହ୍ମପୁର ସହରକୁ ପ୍ରବେଶ କରୁଥିବା ଏକ ଟ୍ରକ (ନଂ ୟୁପି ୨୫ ଡିଟି ୪୮୯୭)କୁ ଅଟକାଇ ଯାଞ୍ଚ କରିଥିଲା। ଉକ୍ତ ଟ୍ରକରେ ୪୦୦ କେଜି ଗଞ୍ଜେଇ ଥିବା ଜଣାପଡିଥିଲା। ଟ୍ରକରୁ ଦୁଇ ଜଣଙ୍କୁ ଅବକାରୀ ପୋଲିସ କାବୁ କରିଥିଲା। ସେମାନେ ହେଲେ ଉତ୍ତପ୍ରଦେଶ ରାଇବରେଲିର ରାମ ଦାସ ଓ ଭୁପିନ୍ଦର ସିଂ। ଉଭୟେ ଗଜପତି ଜିଲାରୁ ଗଞ୍ଜେଇ ଆଣି ବ୍ରହ୍ମପୁର ଦେଇ ଉତ୍ତରପ୍ରଦେଶ ଚାଲାଣ କରିଥାନ୍ତେ ବୋଲି ଜେରା ବେଳେ ଜଣାପଡିଛି। ଏହି ୩ ଘଟଣାରେ ପୃଥକ ୩ ମାମଲା (ନଂ. ୫୬୧, ୫୬୨ ଓ ୫୬୩/୨୧-୨୨) ରୁଜୁ କରାଯାଇ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉରେ ଅବକାରୀ ଗୁଇନ୍ଦା ଉପ ଅଧୀକ୍ଷକ କୁବେର ସେଠୀ, ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ, ଏଏସଆଇ ବ୍ରଜ ବିହାରୀ ନାୟକ ଓ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri