Categories: ବାଣିଜ୍ୟ

ପିଭି ବିକ୍ରିରେ ୪% ହ୍ରାସ

ନୂଆଦିଲ୍ଲୀ,୧୨।୫: ଗତ ଏପ୍ରିଲରେ ଦେଶରେ ପାସେଞ୍ଜର ଭେହିକିଲ୍‌(ପିଭି) ବିକ୍ରିରେ ୪% ହ୍ରାସ ଦେଖିବାକୁ ମିଳିଛି। ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ୍‌ ମ୍ୟାନୁଫ୍ୟାକ୍‌ଚରର୍ସ (ସିୟାମ) ପକ୍ଷରୁ ବୁଧବାର ଦିଆଯାଇଥିବା ସୂଚନା ଅନୁସାରେ, ସପ୍ଲାଇ ଚେନ୍‌ରେ ବିଭିନ୍ନ ଚ୍ୟାଲେଞ୍ଜ ଦେଖାଦେଇଥିବା କାରଣରୁ ଏହି ହ୍ରାସ ପରିଲକ୍ଷିତ ହୋଇଛି। ଘରୋଇ ବଜାରରେ ୨୦୨୧ ଏପ୍ରିଲରେ ପିଭି ବିକ୍ରି ୨,୬୧,୬୩୩ ୟୁନିଟ୍‌ ଥିବା ବେଳେ ଚଳିତ ବର୍ଷ ଉକ୍ତ ଅବଧି ମଧ୍ୟରେ ତାହା ହ୍ରାସ ଘଟି ୨,୫୧,୫୮୧ରେ ପହଞ୍ଚିଛି। ତେବେ ଗତ ଏପ୍ରିଲରେ କେବଳ ପାସେଞ୍ଜର କାର୍‌ ବିକ୍ରି ୧,୧୨,୮୫୭ ଥିବା ବେଳେ ପୂର୍ବ ବର୍ଷ ଏପ୍ରିଲରେ ଏହା ୧,୪୧,୧୯୪ ରହିଥିଲା। ତେବେ ଏହି ସମୟରେ ୟୁଟିଲିଟି ଭେହିକିଲ୍‌ ବିକ୍ରି ବୃଦ୍ଧି ପାଇ ୧,୨୭,୨୧୩ ରେ ପହଞ୍ଚିଛି। ଏହା ପୂର୍ବ ବର୍ଷ ଉକ୍ତ ଅବଧି ମଧ୍ୟରେ ୧,୦୮,୮୭୧ ରହିଥିଲା। ସେହିପରି ୨୦୨୧ ଏବଂ ୨୨ ଏପ୍ରିଲରେ ଭ୍ୟାନ୍‌ ବିକ୍ରି ଯଥାକ୍ରମେ ୧୧,୫୬୮ ଏବଂ ୧୧,୫୧୧ୟୁନିଟ୍‌ ରହିଛି। ଦୁଇଚକିଆ ଏବଂ ତିନିଚକିଆ ଯାନ ବିକ୍ରିରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଦୁଇଚକିଆ ଯାନ ବିକ୍ରି ୧୫% ବୃଦ୍ଧି ଘଟି ୧୧,୪୮,୬୯୬ ରହିଛି।

Share