Posted inଖେଳ

ଭାରତୀୟ କ୍ୟାମ୍ପରେ ଓଡ଼ିଶା ଏଚ୍‌ପିସିର ୪

ଭୁବନେଶ୍ୱର, ୨।୮(ତପନ ସ୍ବାଇଁ): ରାଉରକେଲାଠାରେ ଚଳିତ ମାସ ୨୧ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ସବ୍‌ଜୁନିୟର ହକି ଶିବିର ଅନୁଷ୍ଠିତ ହେବ। ଏହି ଶିବିର ପାଇଁ ହକି ଏସ୍‌ ଫାଉଣ୍ଡେଶନ ଅଧୀନରେ ପରିଚାଳିତ ହେଉଥିବା ଏକାଡେମୀଗୁଡ଼ିକରୁ ୭ ଜଣ ପ୍ରତିଭାବାନ କ୍ୟାଡେଟ୍‌ ମନୋନୀତ ହୋଇଛନ୍ତି। ଟାଟା ଏସ୍‌ ଫାଉଣ୍ଡେଶନ ଦ୍ୱାରା ପରିଚାଳିତ ଭୁବନେଶ୍ୱରର ଓଡ଼ିଶା ନାଭାଲ ଟାଟା ହକି ହାଇପର୍‌ଫର୍ମାନ୍ସ ସେଣ୍ଟର (ଓଏନ୍‌ଟିଏଚ୍‌ଏଚ୍‌ପିସିର) ଓ ଏକାଡେମୀ-ଜାମସେଦପୁରର ନାଭାଲ ଟାଟା ହକି ଏକାଡେମୀ (ଏନ୍‌ଟିଏଚ୍‌ଏ)ରେ ଏହି ଖେଳାଳିମାନେ ପ୍ରଶିକ୍ଷଣ ପାଇଛନ୍ତି। ୭ କ୍ୟାଡେଟଙ୍କ ମଧ୍ୟରୁ ଭୁବନେଶ୍ୱରର ଓଏନ୍‌ଟିଏଚ୍‌ଏଚ୍‌ପିସିର ୪ ଜଣ ଖେଳାଳି ରହିଛନ୍ତି। ସେମାନେ ହେଲେ ପ୍ରଦୀପ ମଣ୍ଡଳ, ୟୋଜିନ୍‌ ମିଞ୍ଜ୍‌, ରୋହିତ କୁଲୁ ଓ ସୁରେଶ ଶର୍ମା। ଶିବିର ପାଇଁ ମନୋନୀତ ଫାଉଣ୍ଡେଶନର ଅନ୍ୟ ୩ ଖେଳାଳି ହେଲେ ରୋହିତ ତିର୍କୀ, ରୋହିତ ପ୍ରଧାନ ଓ ଘୁରନ ଲୋହରା।
ହକି ଏସ୍‌ ଫାଉଣ୍ଡେଶନ ମିଳିତ ଭାବେ ଟାଟା ଟ୍ରଷ୍ଟ୍‌ସ ଓ ଟାଟା ଷ୍ଟିଲ୍‌ ଦ୍ୱାରା ପରିଚାଳିତ ହେଉଛି। ହକି ଏସ୍‌ ଫାଉଣ୍ଡେଶନର ଅଧ୍ୟକ୍ଷ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, ”ଭାରତୀୟ ସବ୍‌ଜୁନିୟର ହକି ଶିବିର ପାଇଁ ଆମର ୭ ପ୍ରତିଭାବାନ୍‌ କ୍ୟାଡେଟ୍‌ ମନୋନୀତ ହୋଇଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ। ଏହି ସଫଳତା ଆମ ପ୍ରଶିକ୍ଷକ ଓ କ୍ୟାଡେଟ୍‌ମାନଙ୍କ କଠିନ ପରିଶ୍ରମ ଓ ସମର୍ପଣ ଭାବକୁ ପ୍ରତିଫଳିତ କରୁଛି। ଦକ୍ଷତା ପ୍ରଦର୍ଶନ ଏବଂ ଜାତୀୟ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବା ପାଇଁ ସବ୍‌ ଜୁନିୟର ଶିବିର ଏହି ଯୁବ ଖେଳାଳିମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସଦୃଶ“। ଓଡ଼ିଶା ନାଭାଲ ଟାଟା ହକି ହାଇପର୍‌ଫର୍‌ମାନ୍ସ ସେଣ୍ଟର ହେଉଛି ଏକ ଅତ୍ୟାଧୁନିକ ହାଇପର୍‌ଫର୍ମାନ୍ସ ୟୁନିଟ୍‌, ଯାହା ହକି ପ୍ରତିଭାମାନଙ୍କୁ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ମାଧ୍ୟମରେ ସମୃଦ୍ଧ କରୁଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଅବସ୍ଥିତ ଏହି ଏକାଡେମୀକୁ ଓଡ଼ିଶା ସରକାର, ଟାଟା ଷ୍ଟିଲ୍‌ ଓ ଟାଟା ଟ୍ରଷ୍ଟସ୍‌ (ହକି ଏସ୍‌ ସେଣ୍ଟର)ର ମିଳିତ ସହଯୋଗରେ ୨୦୧୯ ଅଗଷ୍ଟରେ ଗଠନ କରାଯାଇଥିଲା। ଏକ ଆବାସିକ କାର୍ଯ୍ୟକ୍ରମ ଅଧୀନ ଉଭୟ ବାଳକ ଓ ବାଳିକା କ୍ୟାଡେଟ୍‌ଙ୍କ ଆବଶ୍ୟକତାକୁ ଏହି ଏଚ୍‌ପିସି ପୂରଣ କରୁଥିବା ବେଳେ ୬ ଜଣ ଜୁନିୟର ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୃଷ୍ଟି କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri