Posted inଜାତୀୟ

ମଣିପୁରରେ ପୋଲିସ ଗୁଳିରେ ୪ ମୃତ

ଇମ୍ଫାଲ/ନୂଆଦିଲ୍ଲୀ,୫ା୫: ଭାଜପା ଶାସିତ ରାଜ୍ୟ ମଣିପୁରରେ ମେଇତି ସମ୍ପ୍ରଦାୟ ଅଣଆଦିବାସୀ। ରାଜ୍ୟର ମୋଟ ଜନସଂଖ୍ୟାର ୫୩% ଏହି ବର୍ଗର। ଆଦିବାସୀ ସମ୍ପ୍ରଦାୟର ନାଗା ଓ କୁକିଙ୍କ ସଂଖ୍ୟା ହେଉଛି ୪୦%ରୁ କମ୍‌। ମେଇତି ସମ୍ପ୍ରଦାୟକୁ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ତାଲିକାରେ ସାମିଲ କରିବା ପାଇଁ ମଣିପୁର ହାଇକୋର୍ଟଙ୍କ ରାୟ ପରେ ନାଗା ଓ କୁକି ଆଦିବାସୀମାନେ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବୁଧବାରଠାରୁ ରାଜ୍ୟରେ ହିଂସାମତ୍କ ଆନ୍ଦୋଳନ ଚାଲିଛି। ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଗୁରୁବାର ଉଗ୍ରରୂପ ନେଇଛି। ଆଦିବାସୀଙ୍କ ହିଂସାମତ୍କ ଆନ୍ଦୋଳନର ନିଅଁା ରାଜଧାନୀ ଇମ୍ଫାଲକୁ ବ୍ୟାପିବା ପରେ ରାଜ୍ୟ ସରକାର ଉପଦ୍ରବୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୫୫ କଲମ୍‌ ସେନା ଯବାନଙ୍କୁ ମୁତୟନ ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଚୁରଚନ୍ଦପୁରରେ ବିକ୍ଷୋଭବେଳେ ପୋଲିସ ଗୁଳିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୮୦ ଜଣ ଆହତ ହୋଇଛନ୍ତି। ସେହିପରି କାଙ୍ଗ୍‌ପୋକ୍‌ପିରେ ପୋଲିସ ଗୁଳି ଚଳାଇବାରୁ ଜଣେ ୨୦ ବର୍ଷୀୟ ଫୁଟବଲ ଖେଳାଳିଙ୍କ ମୃତ୍ୟୁ ଘଟିଛି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ରାପିଡ୍‌ ଆକ୍ସନ୍‌ ଫୋର୍ସ (ଆର୍‌ଏଏଫ୍‌)ର ୫୦୦ ଯବାନଙ୍କ୍‌ୁ ଉତ୍ତର-ପୂର୍ବ ରାଜ୍ୟକୁ ପଠାଯାଇଛି। ୮ ଜିଲାରେ ମୋବାଇଲ ଇଣ୍ଟରନେଟ୍‌ ସେବା ବାତିଲ କରାଯାଇଛି।
ମେଇତି ସମ୍ପ୍ରଦାୟ ମଣିପୁର ଭୂଖଣ୍ଡର ୧୦% ଅଞ୍ଚଳରେ ବସବାସ କରୁଥିଲେ ହେଁ ସେମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୫୩%। ଅଣଆଦିବାସୀମାନଙ୍କୁ ବିଜ୍ଞପିତ ପାର୍ବତ୍ୟାଞ୍ଚଳରେ ଜମି କିଣିବା ବାରଣ କରାଯାଇଥିବାରୁ ସେମାନେ ମାତ୍ର ୧୦ ଭାଗ ଅଞ୍ଚଳରେ ସୀମିତ ହୋଇ ରହିଛନ୍ତି। ଏହି ସମ୍ପ୍ରଦାୟର ଲୋକେ ଏସ୍‌ଟି ତାଲିକାରେ ସାମିଲ ହେବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ମାର୍ଚ୍ଚ ୨୭ରେ ଏହି ପ୍ରସଙ୍ଗରେ ଶୁଣାଣି ଶେଷ କରି ଏପ୍ରିଲ ୧୪ରେ ରାୟ ଦେଇଥିଲେ। ମେଇତିଙ୍କୁ ଏସ୍‌ଟି ତାଲିକାରେ ୧୦ ବର୍ଷ ପର୍ଯ୍ୟନ୍ତ ସାମିଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସଂଖ୍ୟାବହୁଳ ମେଇତିଙ୍କୁ ଉକ୍ତ ତାଲିକାରେ ଅନ୍ତର୍ଭୁକ୍ତ କରିବା ନେଇ ସୁପାରିସ ନିମନ୍ତେ ଏପ୍ରିଲ ୧୯ରେ ନିର୍ଦ୍ଦେଶ ଦିଆଯାଇଛି। ମେଇତିଙ୍କୁ ଏସ୍‌ଟି ତାଲିକାରେ ସାମିଲ କରାଗଲେ ସେମାନେ ଅନ୍ୟ ସ୍ଥାନଗୁଡ଼ିକରେ ଜାଗା କିଣିପାରିବେ। ଏହାକୁ ନେଇ କ୍ଷୁବ୍ଧ ନାଗା ଓ କୁକି ସମୁଦାୟ ଆନ୍ଦୋଳନ କରୁଛନ୍ତି। ବୁଧବାର ଅଲ୍‌ ଟ୍ରାଇବାଲ୍‌ ଷ୍ଟୁଡେଣ୍ଟ ୟୁନିୟନ୍‌ ମଣିପୁର (ଏଟିଏସ୍‌ୟୁଏମ୍‌) ପକ୍ଷରୁ ‘ଟ୍ରାଇବାଲ୍‌ ସୋଲିଡାରିଟି ମାର୍ଚ୍ଚ’ର ଆୟୋଜନ କରାଯାଇଥିଲା। ଏଥିରେ ଅନେକ ହଜାର ଆଦିବାସୀ ସାମିଲ ହୋଇଥିଲେ। ରାତିରେ ସେମାନଙ୍କ ଉପରେ ମେଇତି ସମ୍ପ୍ରଦାୟ ପକ୍ଷରୁ ଆକ୍ରମଣ ହୋଇଥିଲା। ଫଳରେ ଉଭୟ ପକ୍ଷ ମୁହଁାମୁହିଁ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି
ରାଜ୍ୟପାଳ ଅନୁସୂୟା ଉଇକେଙ୍କ ପକ୍ଷରୁ ଗୁରୁବାର ଉପଦ୍ରବୀମାନଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଆର୍‌ପିସି ୧୯୭୩ର ନିୟମାନୁସାରେ ରାଜ୍ୟ ସରକାରଙ୍କ ଗୃହ କମିଶନର ଏହି ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ସେନା ଓ ଆସାମ ରାଇଫଲ୍ସର ୫୫ କଲମ୍‌ ଯବାନଙ୍କୁ ହିଂସା ପ୍ରଭାବିତ ସ୍ଥାନଗୁଡ଼ିକରେ ମୁତୟନ କରାଯାଇଛି। ୯,୦୦୦ ଲୋକଙ୍କୁ ସେମାନଙ୍କ ଗଁାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମେଇତି ଅଧ୍ୟୁସିତ ଓ୍ବେଷ୍ଟ୍‌ ଇମ୍ଫାଲ, ଜିରିବାମ୍‌, କାକଚିଙ୍ଗ୍‌, ଥୋଉବାଲ, ବିଷ୍ଣୁପୁର ଏବଂ ଆଦିବାସୀ ବହୁଳ ଚୂରଚନ୍ଦପୁର, କାଙ୍ଗ୍‌ପୋକ୍‌ପି ଓ ତେଙ୍ଗ୍‌ନୋଉପାଲ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ସାରା ରାଜ୍ୟରେ ୫ ଦିନ ପାଇଁ ମୋବାଇଲ ଇଣ୍ଟରନେଟ ସେବାକୁ ବାତିଲ କରାଯାଇଛି। ବକ୍ସିଂ ଚାମ୍ପିୟନ୍‌ ତଥା ରାଜ୍ୟ ସଭା ସଦସ୍ୟା ମେରି କମ୍‌ ମଣିପୁର ସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ମେରି କମ୍‌ ନିଜ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ), ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ରିପବ୍ଲିକ୍‌ ଟିଭି, ଏନ୍‌ଡିଟିଭି ଏବଂ ଇଣ୍ଡିଆ ଟୁଡେ ଚ୍ୟାନେଲକୁ ଟ୍ୟାଗ୍‌ କରିଛନ୍ତି।
ଇତିମଧ୍ୟରେ ରାଜ୍ୟ ସରକାର କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ପୂର୍ବତନ ମହାନିର୍ଦ୍ଦେଶକ କୁଲଦୀପ ସିଂଙ୍କୁ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ୧୯୮୬ ବ୍ୟାଚ୍‌ର ଏହି ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଗତବର୍ଷ ସେପ୍ଟେମ୍ବରରେ ଅବସର ନେଇଥିଲେ। ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ କହିଛନ୍ତି, ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ଲୋକଙ୍କ ଧନ ଜୀବନର ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ୍‌ରେ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଭାଜପା ଶାସିତ ରାଜ୍ୟ ମଣିପୁରରେ ହିଂସାକୁ ନେଇ ବିରୋଧୀ ଦଳଗୁଡ଼ିକ ଭାଜପାକୁ ସମାଲୋଚନା କରିଛନ୍ତି। ଭାଜପା ସରକାର ଗଠନ କରିବାର ୧୫ ମାସ ମଧ୍ୟରେ ସାରା ରାଜ୍ୟରେ ହିଂସାର ନିଅଁା ଦେଖିବାକୁ ମିଳିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା କର୍ନାଟକରେ ନିର୍ବାଚନ ପ୍ରଚାରରେ ମାତିଛନ୍ତି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟ୍‌ କରିଛନ୍ତି। ରାଜ୍ୟ ସଭା ସଦସ୍ୟ କପିଲ ସିବଲ କହିଛନ୍ତି, ମଣିପୁର ଜଳୁଥିବାବେଳେ ମୋଦି ପ୍ରଚାରରେ ଲାଗିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ମଣିପୁରକୁ ପ୍ରଥମେ ସୁରକ୍ଷା ଦିଆଯିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଆବଶ୍ୟକ ପଦକ୍ଷେପ ନେଇ ଶାନ୍ତି ପୁନଃ ଅବସ୍ଥାପିତ କରନ୍ତୁ ବୋଲି ମମତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri