Posted inଜାତୀୟ

ମଣିପୁରରେ ପୋଲିସ ଗୁଳିରେ ୪ ମୃତ

ଇମ୍ଫାଲ/ନୂଆଦିଲ୍ଲୀ,୫ା୫: ଭାଜପା ଶାସିତ ରାଜ୍ୟ ମଣିପୁରରେ ମେଇତି ସମ୍ପ୍ରଦାୟ ଅଣଆଦିବାସୀ। ରାଜ୍ୟର ମୋଟ ଜନସଂଖ୍ୟାର ୫୩% ଏହି ବର୍ଗର। ଆଦିବାସୀ ସମ୍ପ୍ରଦାୟର ନାଗା ଓ କୁକିଙ୍କ ସଂଖ୍ୟା ହେଉଛି ୪୦%ରୁ କମ୍‌। ମେଇତି ସମ୍ପ୍ରଦାୟକୁ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ତାଲିକାରେ ସାମିଲ କରିବା ପାଇଁ ମଣିପୁର ହାଇକୋର୍ଟଙ୍କ ରାୟ ପରେ ନାଗା ଓ କୁକି ଆଦିବାସୀମାନେ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବୁଧବାରଠାରୁ ରାଜ୍ୟରେ ହିଂସାମତ୍କ ଆନ୍ଦୋଳନ ଚାଲିଛି। ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଗୁରୁବାର ଉଗ୍ରରୂପ ନେଇଛି। ଆଦିବାସୀଙ୍କ ହିଂସାମତ୍କ ଆନ୍ଦୋଳନର ନିଅଁା ରାଜଧାନୀ ଇମ୍ଫାଲକୁ ବ୍ୟାପିବା ପରେ ରାଜ୍ୟ ସରକାର ଉପଦ୍ରବୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୫୫ କଲମ୍‌ ସେନା ଯବାନଙ୍କୁ ମୁତୟନ ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଚୁରଚନ୍ଦପୁରରେ ବିକ୍ଷୋଭବେଳେ ପୋଲିସ ଗୁଳିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୮୦ ଜଣ ଆହତ ହୋଇଛନ୍ତି। ସେହିପରି କାଙ୍ଗ୍‌ପୋକ୍‌ପିରେ ପୋଲିସ ଗୁଳି ଚଳାଇବାରୁ ଜଣେ ୨୦ ବର୍ଷୀୟ ଫୁଟବଲ ଖେଳାଳିଙ୍କ ମୃତ୍ୟୁ ଘଟିଛି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ରାପିଡ୍‌ ଆକ୍ସନ୍‌ ଫୋର୍ସ (ଆର୍‌ଏଏଫ୍‌)ର ୫୦୦ ଯବାନଙ୍କ୍‌ୁ ଉତ୍ତର-ପୂର୍ବ ରାଜ୍ୟକୁ ପଠାଯାଇଛି। ୮ ଜିଲାରେ ମୋବାଇଲ ଇଣ୍ଟରନେଟ୍‌ ସେବା ବାତିଲ କରାଯାଇଛି।
ମେଇତି ସମ୍ପ୍ରଦାୟ ମଣିପୁର ଭୂଖଣ୍ଡର ୧୦% ଅଞ୍ଚଳରେ ବସବାସ କରୁଥିଲେ ହେଁ ସେମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୫୩%। ଅଣଆଦିବାସୀମାନଙ୍କୁ ବିଜ୍ଞପିତ ପାର୍ବତ୍ୟାଞ୍ଚଳରେ ଜମି କିଣିବା ବାରଣ କରାଯାଇଥିବାରୁ ସେମାନେ ମାତ୍ର ୧୦ ଭାଗ ଅଞ୍ଚଳରେ ସୀମିତ ହୋଇ ରହିଛନ୍ତି। ଏହି ସମ୍ପ୍ରଦାୟର ଲୋକେ ଏସ୍‌ଟି ତାଲିକାରେ ସାମିଲ ହେବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ମାର୍ଚ୍ଚ ୨୭ରେ ଏହି ପ୍ରସଙ୍ଗରେ ଶୁଣାଣି ଶେଷ କରି ଏପ୍ରିଲ ୧୪ରେ ରାୟ ଦେଇଥିଲେ। ମେଇତିଙ୍କୁ ଏସ୍‌ଟି ତାଲିକାରେ ୧୦ ବର୍ଷ ପର୍ଯ୍ୟନ୍ତ ସାମିଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସଂଖ୍ୟାବହୁଳ ମେଇତିଙ୍କୁ ଉକ୍ତ ତାଲିକାରେ ଅନ୍ତର୍ଭୁକ୍ତ କରିବା ନେଇ ସୁପାରିସ ନିମନ୍ତେ ଏପ୍ରିଲ ୧୯ରେ ନିର୍ଦ୍ଦେଶ ଦିଆଯାଇଛି। ମେଇତିଙ୍କୁ ଏସ୍‌ଟି ତାଲିକାରେ ସାମିଲ କରାଗଲେ ସେମାନେ ଅନ୍ୟ ସ୍ଥାନଗୁଡ଼ିକରେ ଜାଗା କିଣିପାରିବେ। ଏହାକୁ ନେଇ କ୍ଷୁବ୍ଧ ନାଗା ଓ କୁକି ସମୁଦାୟ ଆନ୍ଦୋଳନ କରୁଛନ୍ତି। ବୁଧବାର ଅଲ୍‌ ଟ୍ରାଇବାଲ୍‌ ଷ୍ଟୁଡେଣ୍ଟ ୟୁନିୟନ୍‌ ମଣିପୁର (ଏଟିଏସ୍‌ୟୁଏମ୍‌) ପକ୍ଷରୁ ‘ଟ୍ରାଇବାଲ୍‌ ସୋଲିଡାରିଟି ମାର୍ଚ୍ଚ’ର ଆୟୋଜନ କରାଯାଇଥିଲା। ଏଥିରେ ଅନେକ ହଜାର ଆଦିବାସୀ ସାମିଲ ହୋଇଥିଲେ। ରାତିରେ ସେମାନଙ୍କ ଉପରେ ମେଇତି ସମ୍ପ୍ରଦାୟ ପକ୍ଷରୁ ଆକ୍ରମଣ ହୋଇଥିଲା। ଫଳରେ ଉଭୟ ପକ୍ଷ ମୁହଁାମୁହିଁ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି
ରାଜ୍ୟପାଳ ଅନୁସୂୟା ଉଇକେଙ୍କ ପକ୍ଷରୁ ଗୁରୁବାର ଉପଦ୍ରବୀମାନଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଆର୍‌ପିସି ୧୯୭୩ର ନିୟମାନୁସାରେ ରାଜ୍ୟ ସରକାରଙ୍କ ଗୃହ କମିଶନର ଏହି ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ସେନା ଓ ଆସାମ ରାଇଫଲ୍ସର ୫୫ କଲମ୍‌ ଯବାନଙ୍କୁ ହିଂସା ପ୍ରଭାବିତ ସ୍ଥାନଗୁଡ଼ିକରେ ମୁତୟନ କରାଯାଇଛି। ୯,୦୦୦ ଲୋକଙ୍କୁ ସେମାନଙ୍କ ଗଁାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମେଇତି ଅଧ୍ୟୁସିତ ଓ୍ବେଷ୍ଟ୍‌ ଇମ୍ଫାଲ, ଜିରିବାମ୍‌, କାକଚିଙ୍ଗ୍‌, ଥୋଉବାଲ, ବିଷ୍ଣୁପୁର ଏବଂ ଆଦିବାସୀ ବହୁଳ ଚୂରଚନ୍ଦପୁର, କାଙ୍ଗ୍‌ପୋକ୍‌ପି ଓ ତେଙ୍ଗ୍‌ନୋଉପାଲ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ସାରା ରାଜ୍ୟରେ ୫ ଦିନ ପାଇଁ ମୋବାଇଲ ଇଣ୍ଟରନେଟ ସେବାକୁ ବାତିଲ କରାଯାଇଛି। ବକ୍ସିଂ ଚାମ୍ପିୟନ୍‌ ତଥା ରାଜ୍ୟ ସଭା ସଦସ୍ୟା ମେରି କମ୍‌ ମଣିପୁର ସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ମେରି କମ୍‌ ନିଜ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ), ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ରିପବ୍ଲିକ୍‌ ଟିଭି, ଏନ୍‌ଡିଟିଭି ଏବଂ ଇଣ୍ଡିଆ ଟୁଡେ ଚ୍ୟାନେଲକୁ ଟ୍ୟାଗ୍‌ କରିଛନ୍ତି।
ଇତିମଧ୍ୟରେ ରାଜ୍ୟ ସରକାର କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ପୂର୍ବତନ ମହାନିର୍ଦ୍ଦେଶକ କୁଲଦୀପ ସିଂଙ୍କୁ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ୧୯୮୬ ବ୍ୟାଚ୍‌ର ଏହି ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଗତବର୍ଷ ସେପ୍ଟେମ୍ବରରେ ଅବସର ନେଇଥିଲେ। ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ କହିଛନ୍ତି, ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ଲୋକଙ୍କ ଧନ ଜୀବନର ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ୍‌ରେ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଭାଜପା ଶାସିତ ରାଜ୍ୟ ମଣିପୁରରେ ହିଂସାକୁ ନେଇ ବିରୋଧୀ ଦଳଗୁଡ଼ିକ ଭାଜପାକୁ ସମାଲୋଚନା କରିଛନ୍ତି। ଭାଜପା ସରକାର ଗଠନ କରିବାର ୧୫ ମାସ ମଧ୍ୟରେ ସାରା ରାଜ୍ୟରେ ହିଂସାର ନିଅଁା ଦେଖିବାକୁ ମିଳିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା କର୍ନାଟକରେ ନିର୍ବାଚନ ପ୍ରଚାରରେ ମାତିଛନ୍ତି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟ୍‌ କରିଛନ୍ତି। ରାଜ୍ୟ ସଭା ସଦସ୍ୟ କପିଲ ସିବଲ କହିଛନ୍ତି, ମଣିପୁର ଜଳୁଥିବାବେଳେ ମୋଦି ପ୍ରଚାରରେ ଲାଗିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ମଣିପୁରକୁ ପ୍ରଥମେ ସୁରକ୍ଷା ଦିଆଯିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଆବଶ୍ୟକ ପଦକ୍ଷେପ ନେଇ ଶାନ୍ତି ପୁନଃ ଅବସ୍ଥାପିତ କରନ୍ତୁ ବୋଲି ମମତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ଶିଶୁର ଚିକିତ୍ସା ପାଇଁ ଜିଲା ଚିକିତ୍ସାଳୟକୁ ପଠାଇଲେ ଡାକ୍ତର, ଆଉ ତା’ ପରେ…

ପାରଳାଖେମୁଣ୍ଡି,୨୯ା୧୨ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ସ୍ବାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି। ଜଣଙ୍କର ମୃତ୍ୟୁ ଘଟିଥିଲେ ସୁଦ୍ଧା ତାକୁ ଉଚ୍ଚ ଚିକିତ୍ସା ପାଇଁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri