Posted inଜାତୀୟ

୪ ଖଲିସ୍ତାନୀ ଆତଙ୍କବାଦୀ ଗିରଫ, ଏକେ-୪୭ ଜବତ…

ସୋନିପତ୍‌, ୨୦।୨ : ହରିୟାଣାର ସୋନିପତ୍‌ରୁ ୪ ଜଣ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଏକେ-୪୭ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ରାଜ୍ୟ ପୋଲିସର ଅପରାଧ ଯାଞ୍ଚ୍‌ ଏଜେନ୍ସି(ସିଆଇଏ) ପକ୍ଷରୁ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରାଯାଇଥିଲା।

ସମସ୍ତ ଆତଙ୍କବାଦୀ ହରିୟାଣାର ସୋନିପତ୍‌ର ବାସିନ୍ଦା। ସେମାନଙ୍କଠାରୁ ଗୋଟିଏ ସ୍ବୟଂଚାଳିତ ଏକେ-୪୭, ଚାରୋଟି ବିଦେଶୀ ପିସ୍ତଲ, ଗୋଟିଏ ଦେଶୀ ପିସ୍ତଲ ଏବଂ ୫୬ ଜୀବନ୍ତ କାର୍ଟ୍ରିଜ ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତମାନଙ୍କୁ ସୁନୀଲ ଓରଫ ପହେଲୱାନ, ଜତିନ, ସାଗର ଓରଫ ଜୁନା ଏବଂ ସୁରେନ୍ଦ୍ର ଓରଫ୍‌ ସୋନୁ ବୋଲି ଚିହ୍ନଟ କରାଯାଇଛି। ପଞ୍ଜାବ ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ଚାରିଜଣ ଟାର୍ଗେଟରେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିବା ପୋଲିସ କହିଛି। ଅଭିଯୁକ୍ତମାନେ ସୋସିଆଲ ମିଡିଆ ଜରିଆରେ ଖଲିସ୍ତାନ ଟାଇଗର ଫୋର୍ସ ଏବଂ ଅନ୍ତର୍ଜାତୀୟ ଶିଖ ୟୁଥ ଫେଡେରେଶନ ସହିତ ଯୋଗାଯୋଗ କରିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୋନିପତ୍‌ ପୋଲିସ ଅଧୀକ୍ଷକ ରାହୁଲ ଶର୍ମା କହିଛନ୍ତି ସମ୍ପୃକ୍ତ ଆତଙ୍କବାଦୀଙ୍କ ଆପରାଧିକ ରେକର୍ଡ ଥିବା ବିଷୟରେ ହରିୟାଣା ପୋଲିସ ପଞ୍ଜାବ ପୋଲିସ ଏବଂ ଗୁପ୍ତଚର ବିଭାଗରୁ କେତେକ ସୂଚନା ମିଳିଛି। ସେ କହିଛନ୍ତି ଯେ ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୋଷ୍ଠୀ ଏହି ଲୋକଙ୍କୁ ଟାର୍ଗେଟ ହତ୍ୟା କରିବା ସହିତ ପଞ୍ଜାବ ତଥା ଅନ୍ୟାନ୍ୟ ସ୍ଥାନରେ ଆତଙ୍କ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ରଚିଥିଲେ।

ବେଆଇନ ଅସ୍ତ୍ରଗୁଡିକ ଖାଲିସ୍ତାନୀ ଆତଙ୍କବାଦୀମାନେ ଅଭିଯୁକ୍ତଙ୍କୁ ଯୋଗାଇ ଦେଇଛନ୍ତି ଏବଂ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା କରାଯାଇଛି। ଏଥିସହ ସେମାନେ ଖାଲିସ୍ତାନ ଟାଇଗର ଫୋର୍ସ, ଅନ୍ତର୍ଜାତୀୟ ଶିଖ ୟୁଥ ଫେଡେରେଶନର ବିଶିଷ୍ଟ ନେତା ଗୁରୁଜନ୍ତ ସିଂ ଓରଫ୍‌ ଜନତା ଅଷ୍ଟ୍ରେଲିଆ ଏବଂ ଅର୍ଶଦୀପ ସିଂ ଡାଲା, ହରଦୀପ୍‌ ସିଂ ନିଜ୍ଜରଙ୍କ ସହ ସୋସିଆଲ ମିଡିଆ ମାଧ୍ୟମରେ ଯୋଗାଯୋଗରେ ଥିଲେ।

ପଞ୍ଜାବର ଉଦାମପୁର କାଲାଂ ଗ୍ରାମରେ ଖଲିସ୍ତାନ ସମର୍ଥକ ଆତଙ୍କବାଦୀଙ୍କ ନିର୍ଦ୍ଦେଶରେ ଅବତାର ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ଅନ୍ତର୍ଗତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କୋର୍ଟରେ ହାଜର କରିବା ପରେ ସେମାନଙ୍କୁ ପୋଲିସ ରିମାଣ୍ଡରେ ନିଆଯିବ। ଏହି ଘଟଣାରେ ଅଧିକ ଅନୁସନ୍ଧାନ ଜାରି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri