Posted inଖେଳ

ଭାରତୀୟ ମହିଳା ଦଳରେ ୪ ଓଡ଼ିଆ

ଭୁବନେଶ୍ୱର,୧୪ା୧୧,(ସରୋଜ ଜେନା): ନେପାଳ ସିରିଜ ପାଇଁ ସୋମବାର ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ମହାସଂଘ(କାବି) ପକ୍ଷରୁ ୧୭ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ଏହି ଦଳରେ ୪ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ନେପାଳ ସହିତ ପ୍ରଥମ ଥର ପାଇଁ ଏକ ଦ୍ୱିପାକ୍ଷିକ ସିରିଜ ଆୟୋଜନ କରାଯାଉଛି। ଡିସେମ୍ବର ୧୧ରୁ ୧୫ ମଧ୍ୟରେ ମୁମ୍ବାଇରେ ୫ଟି ଯାକ ଟି୨୦ ମ୍ୟାଚ୍‌ ଖେଳାଯିବ। ଓଡ଼ିଶାରୁ ଝିଲି ବିରୁଆ, ଫୁଲ ସୋରେନ୍‌, ବାସନ୍ତୀ ହାଁସଦା ଓ ପଦ୍ମିନୀ ଟୁଡୁ ଏହି ଦଳରେ ସାମିଲ ଅଛନ୍ତି। ଏହା ସହ ୪ ଜଣ ଖେଳାଳି ସିମରନଜିତ କୌର, ସୁନୀତା ସାରଥେ, ଗୀତା ମାହତୋ ଓ କାବ୍ୟା ଏନ୍‌ ଆର ପ୍ରଥମ ଥର ପାଇଁ ଭାରତୀୟ ଦଳକୁ ଡାକରା ପାଇଛନ୍ତି। ଏହି ସିରିଜ୍‌ ପୂର୍ବରୁ ମହାରାଷ୍ଟ୍ରର ସିବିଡି ବେଲାପୁରରେ ଏକ ୨୨ ଦିନିଆ କ୍ୟାମ୍ପ ଅନୁଷ୍ଠିତ ହେବ। ନଭେମ୍ବର ୨୮ ତାରିଖରେ ଏହି ଦଳର ଅଧିନାୟକ ଓ ଉପ ଅଧିନାୟକଙ୍କ ନାମ ଘୋଷଣା କରାଯିବ।
ଭାରତୀୟ ଦଳ: ବର୍ଷା ୟୁ (ବି-୧), ଭାଲାସାନାଇନି ରାଭାନ୍ନି (ବି-୧), ସିମୁ ଦାସ (ବି-୧), ପଦ୍ମିନୀ ଟୁଡୁ (ବି-୧), କିଲ୍ଲାକା ସନ୍ଧ୍ୟା(ବି-୧), ପ୍ରିୟା (ବି-୧), ସାନ୍ଦ୍ରା ଡେଭିସ୍‌ କରିମାଲିକ୍କାଲ (ବି-୨), ବାସନ୍ତୀ ହଁାସଦା(ବି-୨), ସୁନୀତା ସାରଥେ (ବି-୨), ସିମରନଜିତ୍‌ କୌର (ବି-୨), ସୁଷମା ପଟେଲ (ବି-୩), ଏମ. ସତ୍ୟବତୀ (ବି-୩), ଫୁଲ ସୋରେନ୍‌ (ବି-୩), ଝିଲି ବିରୁଆ (ବି-୩), ଗଙ୍ଗା ସମ୍ଭାଜୀକଦମ (ବି-୩), ଗୀତା ମାହାତୋ (ବି-୩), କାବ୍ୟା ଏନ୍‌. ଆର. (ବି-୩)।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri