Posted inଜାତୀୟ

ଲୋହିତ ସାଗରରେ ୪ ଭାରତୀୟ ନୌସେନା ଯୁଦ୍ଧପୋତ: ହୁତି ବିଦ୍ରୋହୀ ହେବେ ସାବାଡ…

ନୂଆଦିଲ୍ଲୀ,୨୫।୧୨ : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ହୁତି ବିଦ୍ରୋହୀଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ଲୋହିତ ସାଗରରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୪ ଟି ଜାହାଜ ନିୟୋଜିତ କରିଛି। ଭାରତୀୟ ନୌସେନା ବିନାଶକାରୀ ଆଇଏନସ କୋଚି, କୋଲକାତା, ମର୍ମୁଗାଓ ଏବଂ ଲୋହିତ ସାଗର ନିକଟରେ ଆଇଏନଏସ ତ୍ରିଶୂଲକୁ ନିୟୋଜିତ କରିଛି। ସ୍ବଦେଶୀ ଆଇଏନଏସ କୋଚି ରାଡାରରୁ ଦୂରେଇ ରହିବାରେ ପାରଙ୍ଗମ। ଏହା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ସୁପର ସୋନିକ ଏବଂ ଭୂପୃଷ୍ଠରୁ ଭୂପୃଷ୍ଠ ବ୍ରହ୍ମୋସ କ୍ଷେପଣାସ୍ତ୍ର ସହିତ ସଜ୍ଜିତ। ଆଇଏନସ କୋଲକାତା ଭାରତରେ ନିର୍ମିତ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ଜାହାଜ ମଧ୍ୟରୁ ଅନ୍ୟତମ। ଏହା ଦୀର୍ଘ ଦୂରଗାମୀ ଭୂପୃଷ୍ଠରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ସହିତ ସଜ୍ଜିତ। ମର୍ମୁଗାଓ ବିଶାଖାପଟନମରେ ନିର୍ମିତ ଭାରତୀୟ ନୌସେନାର ଏକ ବିନାଶକାରୀ ଜାହାଜ। ଫ୍ରିଗେଟ ଆଇଏନଏସ ତ୍ରିଶୂଲ ଭୂପୃଷ୍ଠରୁ ବାୟୁ ଅସ୍ତ୍ର ସହିତ ସଜ୍ଜିତ ।

ଅପରପକ୍ଷରେ, ଭାରତୀୟ ନୌସେନା ହୁତି ବିଦ୍ରୋହୀଙ୍କ ଡ୍ରୋନ ଆକ୍ରମଣର ଶିକାର ହୋଇଥିବା କେମ ପ୍ଲୁଟୋ ଜାହାଜକୁ ସ୍ଥାନାନ୍ତର କରି ଏହାକୁ ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ ଏବଂ ଡର୍ନିୟର ହେଲିକପ୍ଟରର ତତ୍ତ୍ୱାବଧାନରେ ମୁମ୍ବାଇ ପଠାଇଥିଲା। ଏହି ଆକ୍ରମଣର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଏହି ସୂଚନା ପ୍ରଦାନ କରି ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମାଧୱାଲ କହିଛନ୍ତି ଅକ୍ଟୋବରରୁ ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ ଭାରତ ମୁହାଁ ହୋଇଛି। ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ସମୁଦ୍ର ଦେଇ ଭାରତକୁ ଆସୁଥିବା ଏକ ଜାହାଜ ଉପରେ ଆକ୍ରମଣ କରିଥିଲେ। ଏହି ଜାହାଜ ସାଉଦି ଆରବରୁ ଭାରତକୁ ଆସୁଥିଲା, କିନ୍ତୁ ଏଥିରେ ଥିବା ସାମଗ୍ରୀ ଇସ୍ରାଏଲ ସହିତ ଜଡିତ ଥିଲା, ତେଣୁ ଇସ୍ରାଏଲ ପ୍ରତି ଶତ୍ରୁତା ଦେଖାଇବାକୁ ଆକ୍ରମଣକାରୀମାନେ ଜାହାଜକୁ ଟାର୍ଗେଟ କରିଥିଲେ। ଭାରତୀୟ ଉପକୂଳଠାରୁ ପ୍ରାୟ ୩୭୦ କିଲୋମିଟର ଦୂରରେ ଏହି ଜାହାଜ ଉପରେ ଡ୍ରୋନ ଆକ୍ରମଣ କରାଯାଇଥିଲା। ଏହି ଜାହାଜରେ ୨୧ ଜଣ ଭାରତୀୟ ମଧ୍ୟ ଥିଲେ।

ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବା ପରେ ୧୯ ନଭେମ୍ବରରେ ଲୋହିତ ସାଗରରେ ଏକ ଜାହାଜକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ହୁତି ବିଦ୍ରୋହୀମାନେ ମଧ୍ୟ ବ୍ରିଟେନର ଏକ ଜାହାଜକୁ ଅପହରଣ କରିଥିଲେ। ଡିସେମ୍ବର ୩, ଡିସେମ୍ବର ୧୨ ଏବଂ ଡିସେମ୍ବର ୧୩ ରେ, ହୁତି ବିଦ୍ରୋହୀମାନେ ମଧ୍ୟ ସମୁଦ୍ରରେ ଜାହାଜ ଉପରେ ଆକ୍ରମଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri