ବିଜେଡିର ପ୍ରତିଷ୍ଠା ଦିବସକୁ ବିରୋଧ କରି ଭାଜପାର ୪ ଘଣ୍ଟିଆ ସତ୍ୟାଗ୍ରହ

ପାଟଣା,୨୬।୧୨(ସ୍ବ.ପ୍ର.): ଓଡିଶାରେ ବିଜେଡିର ୨୫ ବର୍ଷ ଶାସନର ପୂର୍ତ୍ତି ଉତ୍ସ ପୁରୀରେ ପାଳୁଥିବା ବେଳେ ଭାଜପା ବିରୋଧ କରିଛି। ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ, ନାରୀ ନିର୍ଯ୍ୟାତନା, ହିଂସା ଭଳି ଘଟଣା ବୃଦ୍ଧି ପାଇବା ପ୍ରତିବାଦରେ ଭାଜପା ପକ୍ଷରୁ ସୋମବାର କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୪ ଘଣ୍ଟିଆ ସତ୍ୟାଗ୍ରହ କରିଛନ୍ତି। ଆୟୋଜିତ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଜିଲା ଯୁବମୋର୍ଚା ସଭାପତି ହେମ ରଞ୍ଜନ ବାରିକଙ୍କ ସଂଯୋଜନରେ ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ଜିଲା ପରିଷଦ ସଦସ୍ୟା ମମିତା ନାଏକ, ଜିଲା ସମ୍ପାଦିକା ବିଜୟଲକ୍ଷ୍ମୀ ପାତ୍ର,ଜିଲା ଭାଜପା ଯୁବମୋର୍ଚା ସମ୍ପାଦକ ଶବୀର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ନାଏକ ଅଛନ୍ତି। ସେହିପରି ପାଟଣା ବିଧାନସଭା ପ୍ରଭାରୀ କୃପା ସିନ୍ଧୁ ମହାନ୍ତ,ବିଧାନସଭା ପର୍ଯ୍ୟବେକ୍ଷକ ସୁଦର୍ଶନ ମହାନ୍ତ,ପାଟଣା ନିର୍ବାଚନ ମଣ୍ଡଳୀ ସଭାପତି ରମେଶ ମହାନ୍ତ, ସାହାରପଡା ମଣ୍ଡଳ ସଭାପତି ବୁଲୁ ବାରିକ ମହିଳା ନେତ୍ରୀ ସୋମବାରି ମୁଣ୍ଡା, ଉଦୟପୁରମଣ୍ଡଳ ନରହରି ମହାନ୍ତ, କେନ୍ଦେଇପଶି ମିତ୍ରଭାନୁ ମହାନ୍ତ, ଉଖୁଣ୍ଡା ପ୍ରବୀର ରଞ୍ଜନ ନାଏକଙ୍କ ସହ ଛାମୁଆ ସଂଗଠନର ବହୁ ବରିଷ୍ଠ ନେତା ବିଜେଡି କୁଶାସନର ଚିଠା ଉପସ୍ଥାପିତ କରିବା ସହ ଏହାର ତୀବ୍ର ସମାଲୋଚନା କରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ମୋହମ୍ମଦିଙ୍କୁ ଆଉ ସାଢ଼େ ୭ ବର୍ଷ ଜେଲ

ଦୁବାଇ,୯ା୨(ଏପି):ଇରାନ୍‌ର ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ନର୍ଗେସ ମୋହମ୍ମଦିଙ୍କୁ ଦେଶର ଏକ ଅଦାଲତ ଆଉ ସାଢ଼େ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛି। ୨୦୨୩ରେ ନୋବେଲ ପୁରସ୍କାର…

ଶ୍ରେଷ୍ଠ ପ୍ରଜାତି ସୃଷ୍ଟି ଲାଗି ଏକସଙ୍ଗେ ୨୦ ମହିଳାଙ୍କୁ ଗର୍ଭବତୀ କରିବାକୁ ଚାହୁଁଥିଲେ ଏପ୍‌ଷ୍ଟିନ୍‌

ନ୍ୟୁୟର୍କ,୯ା୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ଧନୀ ଅର୍ଥ ଲଗାଣକାରୀ ଜେଫ୍ରି ଏପ୍‌ଷ୍ଟିନ୍‌ ଜେନେଟିକ୍‌ ଇଞ୍ଜିନିୟରିଂ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରି ମାନବ ଜାତିର…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

୬ ବର୍ଷୀୟା ବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ପାଟନା,୯ା୨: ବିହାର ଦରଭଙ୍ଗା ସହରର ୟୁନିଭର୍ସିଟି ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ବାଳିକାଙ୍କୁ ରବିବାର ବଳାତ୍କାର ପରେ ହତ୍ୟା କରାଯାଇଛି। ସୂତ୍ର ଅନୁଯାୟୀ, ବାଳିକା ଜଣକ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ବଡ଼ ଯୋଜନାରେ ଖର୍ଚ୍ଚ ହୋଇଛି ବଜେଟର ୪୦%

ନୂଆଦିଲ୍ଲୀ,୯ା୨: ଚଳିତ ଆର୍ଥତ୍କ ବର୍ଷ ପାଇଁ କେନ୍ଦ୍ର ବଜେଟରେ ସର୍ବବୃହତ୍‌ ଯୋଜନାଗୁଡ଼ିକ ନିମନ୍ତେ ଯେଉଁ ଅର୍ଥ ବ୍ୟୟବରାଦ ହୋଇଥିଲା, ସରକାର ୯ ମାସ ମଧ୍ୟରେ ତାହାର ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri