ବ୍ରିଜ୍‌ ଉପରେ ୪ ଫୁଟର ପାଣି, କେନ୍ଦୁଝର-ମୟୂରଭଞ୍ଜକୁ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୧୬ା୯(ବୀରକିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତ କୁମୂଳା ବାହାଳୀ ଓ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଖସା କୁଦର ସୀମା ଦେଇ ପ୍ରବାହିତ ତେଲ ନଦୀ ବ୍ରିଜ୍‌ ଉପରେ ସୋମବାର ୪ ଫୁଟ ଉଚ୍ଚର ବର୍ଷାଜଳ ପ୍ରବାହିତ ହେଉଛି। ଫଳରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର କୁମୂଳା ବାହାଳି, ବେଲ ସରେଇ, ଦାମା ହୁଦାରୁ ଠାକୁରମୁଣ୍ଡା ବ୍ଲକର ଖସାକୁଦର, ପଡ଼ିଆ ବେଡ଼ା ମୂଷାପଶି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଛି।

Share
Tags: river