ଗିରଫ ହେଲେ ୪ ନକଲି ପରୀକ୍ଷାର୍ଥୀ

ରାଉରକେଲା,୨୦।୮(ସଙ୍ଗୀତା ଜେନା): ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ରେ ଟିଚିଂ ଓ ନନ୍‌ ଟିଚିଂ ଷ୍ଟାଫ ନିଯୁକ୍ତି ପରୀକ୍ଷା ଚାଲିଥିବା ବେଳେ ୪ଜଣ ନକଲି ପରୀକ୍ଷାର୍ଥୀ ଧରାପଡିଛନ୍ତି। ଅନ୍ୟମାନଙ୍କ ପାଇଁ ପରୀକ୍ଷା ଦେଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହରିୟାଣା ରାଜ୍ୟ ହିସାର ଜିଲାର ଗୌରବ ଚୌହାନ(୨୮), ପୁନିତ ସିଂ(୨୨), ଜିନ୍ଦ ଜିଲାର ମନୀଷ କୁମାର(୨୫) ଏବଂ ସୁନୀଲ କୁମାର(୨୫)। ସେମାନଙ୍କ ନିକଟରୁ ସ୍ପାଏ କ୍ୟାମେରା, ନାନୋ କ୍ୟାମେରା, ଇଅର ପିସ୍‌, କାର୍ବନ ପେପର, ମୋବାଇଲ ଫୋନ୍‌, ବ୍ଲୁଟୁଥ୍‌, ୱ୍ବେରଲେସ୍‌ ଇୟର ଫୋନ୍‌ ଓ ହାଇଟେକ ଡିଭାଇସ୍‌ ଜବତ ହୋଇଛି। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲାଣ କରିଛି। ଏ ନେଇ ସେକ୍ଟର-୩ ଥାନାରେ ଏକ ମାମଲା (ନଂ.୯୮/୨୩) ରୁଜୁ ହୋଇଛି। ଏହି ଘଟଣା ପରେ ଏନ୍‌ଆଇଟି ଚତୁଃପାର୍ଶ୍ୱରେ ପୋଲିସ ମୁତୟନ ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିବା ନେଇ ଜୋନ୍‌-୧ର ଡିଏସ୍‌ପି ପୁଷ୍ପାରାଣୀ ନିନଗି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଡିଏସ୍‌ପି ନିନଗି କହିଥିଲେ, ରାଉରକେଲା ଏନ୍‌ଆଇଟିରେ ଟିଚିଂ ଓ ନନ୍‌ ଟିଚିଂ ଷ୍ଟାଫ ନିଯୁକ୍ତି ପାଇଁ ଅଗଷ୍ଟ ୧୬ରୁ ଲିଖିତ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୨୭ ତାରିଖରେ ଶେଷ ହେବ। ଏଥିପାଇଁ ମୋଟ୍‌ ୧୩୦୭ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ସେମାନଙ୍କୁ ଇ-ଆଡମିଟ୍‌ କାର୍ଡ ପ୍ରଦାନ କରାଯାଇଥିଲା। ଏହି କ୍ରମରେ ନନ୍‌ ଟିଚିଂ ଷ୍ଟାଫ ନିଯୁକ୍ତି ପାଇଁ ଶନିବାର ଅପରାହ୍ନ ସାଢେ ୨ରୁ ସାଢେ ୫ଟା ପର୍ଯ୍ୟନ୍ତ ଏଲଏ-୧ କମ୍ପ୍ଲେକ୍ସ ଓ ଏନ୍‌ଆଇଟି ପରିସରରେ ଲିଖିତ ପରୀକ୍ଷା ହୋଇଥିଲା। ପରୀକ୍ଷା କକ୍ଷକୁ ଯିବା ସମୟରେ ଉକ୍ତ ୪ ପରୀକ୍ଷାର୍ଥୀଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ପ୍ରଥମେ ଅଟକ ରଖାଯାଇଥିଲା। ପରେ ପୁନଃ ଯାଞ୍ଚ କରି ପରୀକ୍ଷା କକ୍ଷକୁ ପ୍ରବେଶ ଅନୁମତି ଦିଆଯାଇଥିଲା। ସେଠାରେ ପୁଣି ଯାଞ୍ଚ କରାଯିବାରୁ ସେମାନଙ୍କ ଫଟୋ ଏବଂ ଅନ୍ୟ ତଥ୍ୟରେ ତାଳମେଳ ନ ଥିବା ଦେଖିବାକୁ ମିଳିଥିଲା। ଇ-ଆଡମିଟ୍‌ କାର୍ଡରେ ଦୀପକ(ରୋଲ୍‌ ନଂ.୨୩୪ଏଲଓ୫୨୭୪୯)ଙ୍କ ସ୍ଥାନରେ ସୁନୀଲ, ସୁରଜ ଖଗୱାଲ(ରୋଲ୍‌ ନଂ.୨୩୪ଏଲଓ୫୨୮୬୯)ଙ୍କ ସ୍ଥାନରେ ଗୌରବ ଚୌହାନ, ତୁଷାର (ରୋଲ୍‌ ନଂ.୨୩୪ଏଲଓ୫୩୦୦୩)ଙ୍କ ସ୍ଥାନରେ ପୁନିତ ସିଂ ଏବଂ ଦୀପକ ମଲିକ (ରୋଲ୍‌ ନଂ.୧୩୪ଏଲଓ୫୩୨୦୨)ଙ୍କ ସ୍ଥାନରେ ମନୀଷ କୁମାର ପରୀକ୍ଷା ଦେଉଥିଲେ। ପରୀକ୍ଷା ଶେଷ ହେବା ପରେ ସନ୍ଧ୍ୟାରେ ଏନ୍‌ଆଇଟି ରେଜିଷ୍ଟ୍ରାର ରୋହନ ଧୀମନ ସେକ୍ଟର-୩ ଥାନାରେ ଲିଖିତ ଏତଲା ଦେବା ସହ ଉକ୍ତ ନକଲି ପରୀକ୍ଷାର୍ଥୀଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri