ଶିଖରଚଣ୍ଡୀ ପାହାଡ଼ରେ ୪ ହାତୀ

ଭୁବନେଶ୍ୱର (ବ୍ୟୁରୋ)/ ବାରଙ୍ଗ,୨୫।୩(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ଶିଖରଚଣ୍ଡୀ ପାହାଡ଼ରେ ଶୁକ୍ରବାର ସକାଳେ ୪ଟିକିଆ ହାତୀପଲ ଥିବା ଜଣାପଡ଼ିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଦିନତମାମ ଏହି ହାତୀପଲ ପାହାଡ଼ ଉପରେ ବେଶ୍‌ ଉତ୍ପାତ କରିଥିଲେ। ସେଠାରେ ଥିବା କିଛି ଘର ଭଙ୍ଗାରୁଜା କରିବା ସହ ବହୁ ଔଷଧୀୟ ବୃକ୍ଷକୁ ଉପାଡ଼ି ନଷ୍ଟ କରିଦେଇଥିଲେ। ପାହାଡ଼ ପାଦଦେଶରେ ଦାରୁଠେଙ୍ଗ, ପଥରଗାଡିଆ, କିଟ୍‌, ପଟିଆ ଭଳି ଜନବସତିମାନ ଥିବାରୁ ସମସ୍ତଙ୍କ ମନରେ ହାତୀକୁ ନେଇ ଭୟ ସୃଷ୍ଟି ହୋଇଥିଲା। କାଳେ ହାତୀ ପାହାଡ଼ ଉପରୁ ବାହାରି ଜନବସତିମୁହଁା ହେବେ ସେଥିପାଇଁ ବିପଦର ଆଶଙ୍କା ଦେଖାଦେଇଥିଲା। ଅନ୍ୟପଟେ ଖବରପାଇ ମନ୍ଦିର କମିଟି ସହ ସ୍ଥାନୀୟ ବନ ବିଭାଗ କର୍ମଚାରୀମାନେ ପହଞ୍ଚତ୍ ପ୍ରାଥମିକ ଭାବେ ସାଧାରଣ ଲୋକଙ୍କୁ ପାହାଡ଼ ଉପରକୁ ଛାଡି ନ ଥିଲେ। ଏପରିକି ବନ ବିଭାଗ କର୍ମଚାରୀମାନେ ୪ ହାତୀର ଗତିପଥକୁ ଅନୁଧ୍ୟାନ କରିବା ସହ ଜଗି ରହିଥିଲେ। ତେବେ ଗୁରୁବାର ରାତିରେ ଭରତପୁର ଜଙ୍ଗଲରୁ ଏହି ୪ ହାତୀ ଆସିଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ସେମାନଙ୍କ ମଧ୍ୟରେ ଗୋଟିଏ ଦନ୍ତା ହାତୀ ସହ ୨ଟି ମାଈ ହାତୀ ଓ ଗୋଟିଏ ଛୁଆ ହାତୀ ରହିଛି। ସେମାନଙ୍କୁ ଜଙ୍ଗଲକୁ ଫେରାଇନେବାକୁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଏ ନେଇ ଭୁବନେଶ୍ୱର ବନ୍ୟପ୍ରାଣୀ ବନାଞ୍ଚଳର ରେଞ୍ଜର ବାଉରିବନ୍ଧୁ ମହାପାତ୍ର କହିଛନ୍ତି, ଶିଖରଚଣ୍ଡୀ ପାହାଡ଼ରେ ହାତୀ ଥିବା ଜଣାପଡ଼ିବା ପରେ ସକାଳୁ ଆମ କର୍ମଚାରୀ ହାତୀକୁ ଜଗିଛନ୍ତି। ସେମାନେ ରାତି ହେଲେ ଚାଲିବା ଆରମ୍ଭ କରନ୍ତି। ତେବେ ରାତି ୯ଟା ସୁଦ୍ଧା ହାତୀମାନେ ଯାଇନାହାନ୍ତି। ଅଳ୍ପ ବାଟ ତଳକୁ ଖସିଛନ୍ତି। କିନ୍ତୁ ଜନସାଧାରଣଙ୍କ ଗହଳି ଯୋଗୁ ବିଳମ୍ବ ହେଉଛି। ହାତୀ ଯିବା ପରେ ଜାଣିପାରିବୁ ଯେ ସେ କେଉଁଠୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri