Posted inଜାତୀୟ

ପ୍ରତିବର୍ଷ ୪ କୋଟି ମହିଳା ପୀଡ଼ିତ

ନୂଆଦିଲ୍ଲୀ,୧୧ା୧୨: ପ୍ରତିବର୍ଷ ସନ୍ତାନ ପ୍ରସବ ପରେ ଅନୂ୍ୟନ ୪ କୋଟି ମହିଳା ବିଭିନ୍ନ ଦୀର୍ଘମିଆଦୀ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଲାନ୍‌ସେଟ୍‌ ଗ୍ଲୋବାଲ ହେଲ୍‌ଥ ପତ୍ରିକାରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ସନ୍ତାନ ଜନ୍ମ ପରେ ୩୫ ପ୍ରତିଶତ ମହିଳା ସହବାସ ସମୟରେ ଯନ୍ତ୍ରଣା ଅନୁଭବ କରୁଥିବାବେଳେ ୩୨ ପ୍ରତିଶତ ପିଠି ଯନ୍ତ୍ରଣା ଅନୁଭବ କରିଥାନ୍ତି। ପ୍ରସବ ପରବର୍ତ୍ତୀ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରେ ରହିଛି ଅନିଚ୍ଛାକୃତ ପରିସ୍ରା ହୋଇଯିବା, ଚିନ୍ତା, ଅବସାଦ ଏବଂ ଯୌନାଙ୍ଗରେ ଯନ୍ତ୍ରଣା। ୮ରୁ ୩୧ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଅନିଚ୍ଛାକୃତ ପରିସ୍ରା ହେଉଥିବାବେଳେ, ୯ରୁ ୨୪ ପ୍ରତିଶତଙ୍କ କ୍ଷେତ୍ରରେ ଚିନ୍ତାଗ୍ରସ୍ତତା, ୧୧ରୁ ୧୭ ପ୍ରତିଶତଙ୍କ କ୍ଷେତ୍ରରେ ଅବସାଦ ଏବଂ ୧୧ ପ୍ରତିଶତ ଯୌନାଙ୍ଗରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଗବେଷକଙ୍କ ସମେତ ଅନ୍ତର୍ଜାତୀୟ ଗବେଷକମାନଙ୍କର ଏକ ଟିମ୍‌ ଅଧ୍ୟୟନରୁ ଜାଣିବାକୁ ପାଇଛି।
ସନ୍ତାନ ଜନ୍ମର କିଛି ମାସ ପର୍ଯ୍ୟନ୍ତ, ଏପରିକି କେତେକ କ୍ଷେତ୍ରରେ କେତେବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ଏଭଳି ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହିସବୁ ସାଧାରଣ ସମସ୍ୟାକୁ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ବଡ଼ ସ୍ବୀକୃତି ମିଳିବା ଆବଶ୍ୟକ ବୋଲି ଗବେଷକମାନେ ଆହ୍ବାନ ଦେଇଛନ୍ତି। ସମ୍ପୂର୍ଣ୍ଣ ଗର୍ଭଧାରଣ ସମୟ ଏବଂ ସନ୍ତାନ ଜନ୍ମ ସମୟରେ ଉପଯୁକ୍ତ ଯତ୍ନ ନିଆଯିବା ଏହିସବୁ ସମସ୍ୟା ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ପ୍ରତିଷେଧକ ହୋଇପାରିବ ବୋଲି ସେମାନେ କହିଛନ୍ତି। ବିଶେଷ କରି ଅଧିକାଂଶ ନିମ୍ନ ଆୟକାରୀ ଏବଂ ମଧ୍ୟମ ଆୟକାରୀ ଦେଶରେ ସ୍ଥିତି ଆହୁରି ଖରାପ, ଯେଉଁଠାରେ ମାତୃ ମୃତ୍ୟୁ ହାର ଅଧିକ। ଅଧ୍ୟୟନରେ ଅନୁଶୀଳନ କରାଯାଇଥିବା ୩୨ଟି ପ୍ରମୁଖ ସ୍ଥିତି ମଧ୍ୟରୁ ୪୦ ପ୍ରତିଶତ କ୍ଷେତ୍ରରେ ପ୍ରଭାବୀ ଚିକିତ୍ସା ପାଇଁ ନିକଟରେ କୌଣସି ଉଚ୍ଚମାନର ଗାଇଡ୍‌ଲାଇନ ବାହାରି ନ ଥିବା ଗବେଷକ ଜାଣିବାକୁ ପାଇଛନ୍ତି। ନିମ୍ନ ତଥା ମଧ୍ୟମ ଆୟକାରୀ ଦେଶରେ ଉଚ୍ଚମାନର ଗାଇଡ୍‌ଲାଇନ ଆଦୌ ନାହିଁ। ସନ୍ତାନ ଜନ୍ମ ପରେ ମହିଳାମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ଦୀର୍ଘଦିନ ଧରି ଉଭୟ ଆବେଗିକ ଏବଂ ଶାରୀରିକ ଯନ୍ତ୍ରଣା ଅନୁଭବ କରିଥାନ୍ତି, ଯାହାକି ଏପର୍ଯ୍ୟନ୍ତ ସ୍ବୀକୃତି ପାଇନାହିଁ ଏବଂ ଠିକ୍‌ ଭାବେ ଲୋକଲୋଚନକୁ ଅଣାଯାଇ ନାହିଁ ବୋଲି ଡବ୍ଲ୍ୟୁଏଚ୍‌ଓର ସେକ୍ସୁଆଲ୍‌ ଆଣ୍ଡ ରିପ୍ରଡକ୍ଟିଭ୍‌ ହେଲ୍‌ଥ ଆଣ୍ଡ ରିସର୍ଚ୍ଚର ନିର୍ଦ୍ଦେଶକ ଡ. ପାସ୍କେଲ୍‌ ଆଲୋଟି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri