Posted inଜାତୀୟ

ପ୍ରତିବର୍ଷ ୪ କୋଟି ମହିଳା ପୀଡ଼ିତ

ନୂଆଦିଲ୍ଲୀ,୧୧ା୧୨: ପ୍ରତିବର୍ଷ ସନ୍ତାନ ପ୍ରସବ ପରେ ଅନୂ୍ୟନ ୪ କୋଟି ମହିଳା ବିଭିନ୍ନ ଦୀର୍ଘମିଆଦୀ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଲାନ୍‌ସେଟ୍‌ ଗ୍ଲୋବାଲ ହେଲ୍‌ଥ ପତ୍ରିକାରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ସନ୍ତାନ ଜନ୍ମ ପରେ ୩୫ ପ୍ରତିଶତ ମହିଳା ସହବାସ ସମୟରେ ଯନ୍ତ୍ରଣା ଅନୁଭବ କରୁଥିବାବେଳେ ୩୨ ପ୍ରତିଶତ ପିଠି ଯନ୍ତ୍ରଣା ଅନୁଭବ କରିଥାନ୍ତି। ପ୍ରସବ ପରବର୍ତ୍ତୀ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରେ ରହିଛି ଅନିଚ୍ଛାକୃତ ପରିସ୍ରା ହୋଇଯିବା, ଚିନ୍ତା, ଅବସାଦ ଏବଂ ଯୌନାଙ୍ଗରେ ଯନ୍ତ୍ରଣା। ୮ରୁ ୩୧ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଅନିଚ୍ଛାକୃତ ପରିସ୍ରା ହେଉଥିବାବେଳେ, ୯ରୁ ୨୪ ପ୍ରତିଶତଙ୍କ କ୍ଷେତ୍ରରେ ଚିନ୍ତାଗ୍ରସ୍ତତା, ୧୧ରୁ ୧୭ ପ୍ରତିଶତଙ୍କ କ୍ଷେତ୍ରରେ ଅବସାଦ ଏବଂ ୧୧ ପ୍ରତିଶତ ଯୌନାଙ୍ଗରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଗବେଷକଙ୍କ ସମେତ ଅନ୍ତର୍ଜାତୀୟ ଗବେଷକମାନଙ୍କର ଏକ ଟିମ୍‌ ଅଧ୍ୟୟନରୁ ଜାଣିବାକୁ ପାଇଛି।
ସନ୍ତାନ ଜନ୍ମର କିଛି ମାସ ପର୍ଯ୍ୟନ୍ତ, ଏପରିକି କେତେକ କ୍ଷେତ୍ରରେ କେତେବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ଏଭଳି ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହିସବୁ ସାଧାରଣ ସମସ୍ୟାକୁ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ବଡ଼ ସ୍ବୀକୃତି ମିଳିବା ଆବଶ୍ୟକ ବୋଲି ଗବେଷକମାନେ ଆହ୍ବାନ ଦେଇଛନ୍ତି। ସମ୍ପୂର୍ଣ୍ଣ ଗର୍ଭଧାରଣ ସମୟ ଏବଂ ସନ୍ତାନ ଜନ୍ମ ସମୟରେ ଉପଯୁକ୍ତ ଯତ୍ନ ନିଆଯିବା ଏହିସବୁ ସମସ୍ୟା ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ପ୍ରତିଷେଧକ ହୋଇପାରିବ ବୋଲି ସେମାନେ କହିଛନ୍ତି। ବିଶେଷ କରି ଅଧିକାଂଶ ନିମ୍ନ ଆୟକାରୀ ଏବଂ ମଧ୍ୟମ ଆୟକାରୀ ଦେଶରେ ସ୍ଥିତି ଆହୁରି ଖରାପ, ଯେଉଁଠାରେ ମାତୃ ମୃତ୍ୟୁ ହାର ଅଧିକ। ଅଧ୍ୟୟନରେ ଅନୁଶୀଳନ କରାଯାଇଥିବା ୩୨ଟି ପ୍ରମୁଖ ସ୍ଥିତି ମଧ୍ୟରୁ ୪୦ ପ୍ରତିଶତ କ୍ଷେତ୍ରରେ ପ୍ରଭାବୀ ଚିକିତ୍ସା ପାଇଁ ନିକଟରେ କୌଣସି ଉଚ୍ଚମାନର ଗାଇଡ୍‌ଲାଇନ ବାହାରି ନ ଥିବା ଗବେଷକ ଜାଣିବାକୁ ପାଇଛନ୍ତି। ନିମ୍ନ ତଥା ମଧ୍ୟମ ଆୟକାରୀ ଦେଶରେ ଉଚ୍ଚମାନର ଗାଇଡ୍‌ଲାଇନ ଆଦୌ ନାହିଁ। ସନ୍ତାନ ଜନ୍ମ ପରେ ମହିଳାମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ଦୀର୍ଘଦିନ ଧରି ଉଭୟ ଆବେଗିକ ଏବଂ ଶାରୀରିକ ଯନ୍ତ୍ରଣା ଅନୁଭବ କରିଥାନ୍ତି, ଯାହାକି ଏପର୍ଯ୍ୟନ୍ତ ସ୍ବୀକୃତି ପାଇନାହିଁ ଏବଂ ଠିକ୍‌ ଭାବେ ଲୋକଲୋଚନକୁ ଅଣାଯାଇ ନାହିଁ ବୋଲି ଡବ୍ଲ୍ୟୁଏଚ୍‌ଓର ସେକ୍ସୁଆଲ୍‌ ଆଣ୍ଡ ରିପ୍ରଡକ୍ଟିଭ୍‌ ହେଲ୍‌ଥ ଆଣ୍ଡ ରିସର୍ଚ୍ଚର ନିର୍ଦ୍ଦେଶକ ଡ. ପାସ୍କେଲ୍‌ ଆଲୋଟି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri