୨୪ ଘଣ୍ଟାରେ ୪ ଶିଶୁଙ୍କ ମୃତ୍ୟୁ

କେନ୍ଦୁଝର,୧୯ା୯(ସ୍ବ.ପ୍ର./ଡି.ଏନ୍‌.ଏ.):ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରିଥିଲେ ମଧ୍ୟ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ୨୪ ଘଣ୍ଟା ମଧ୍ୟରେ ୪ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। କେବଳ ସେତିକି ନୁହେଁ, ଗତ ୧୮ ଦିନ ମଧ୍ୟରେ ଏଠାରେ ୧୩ଜଣ ଶିଶୁଙ୍କ ମୃତ୍ୟୁ ଘଟିବା ଚିକିତ୍ସା ସେବା ଉପରେ ପ୍ରଶ୍ନ ଉଠିଛି। ୪ ଶିଶୁଙ୍କ ମୃତ୍ୟୁ ଘଟିବା ପରେ ରବିବାର ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ପାଟିତୁଣ୍ଡ କରିବା ସହ ଡାକ୍ତରଖାନା ଘେରାଉ କରିଥିଲେ। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଟାଉନ ଥାନା ପୋଲିସ ପହଞ୍ଚତ୍ ଡାକ୍ତରଙ୍କୁ ସୁରକ୍ଷା ଦେବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲା। ଚିକିତ୍ସା ଅବହେଳା କାରଣରୁ ଏଭଳି ଘଟଣା ଘଟିଥିବା ମୃତ ଶିଶୁଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଜିଲାପାଳ ଆଶିଷ ଠାକ୍‌ରେ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଡାକ୍ତରଖାନା ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ସୂଚନା ଅନୁଯାୟୀ, ଡାକ୍ତରଖାନାର ସ୍ପେଶିଆଲ ନିୟୁବର୍ଣ୍ଣ କେୟାର ୟୁନିଟ୍‌ (ଏସ୍‌ଏନ୍‌ସିୟୁ)ରେ ଚିକିତ୍ସିତ ହେଉଥିବା ବାଂଶପାଳ ବ୍ଲକ ଅଧୀନ ଇମିରି ଗ୍ରାମର କାମ ଦେହୁରୀଙ୍କ ୫ ଦିନର ଶିଶୁ, ଯୋଡ଼ା ଅଞ୍ଚଳର ଦିପେଶ ନାୟକଙ୍କ ନବଜାତ ଶିଶୁ, ଯୋଡ଼ାର ପ୍ରିୟଙ୍କା ମୁଦୁଲିଙ୍କ ଭାଇଙ୍କ ୬ ଦିନର ଶିଶୁ ଓ ଗୁରୁଡ଼ା ଅଞ୍ଚଳର ବିଭୀଷଣ ଲୋହାରଙ୍କ ୮ ଦିନର ଶିଶୁଙ୍କ ମୃତ୍ୟୁ ହୋଇଛି। ଶନିବାର ରାତିରେ ଡାକ୍ତର ଆସି ଚିକିତ୍ସା ନ କରିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ଶିଶୁଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ସିଡିଏମ୍‌ଓ ଡାକ୍ତର ସୁଜାତା ରାଣୀ ମିଶ୍ର ଅଭିଯୋଗର ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କିଶୋର ଚରଣ ପୃଷ୍ଟି କହିଛନ୍ତି ଯେ, ଶନିବାର ରାତିରୁ ରବିବାର ମଧ୍ୟରେ ଏସ୍‌ଏନ୍‌ସିୟୁରେ ୩ ଜଣ ଓ ଆଗରୁ ଚିକିତ୍ସାଧୀନ ଥିବା ଜଣେ ୭ ଦିନର ଶିଶୁଙ୍କ ମୃତ୍ୟୁ ହୋଇଛି। ତେବେ ୧୮ ଦିନ ମଧ୍ୟରେ ୧୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ସେ ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ମୃତ ଶିଶୁଙ୍କ ପରିବାର ଲୋକଙ୍କ ବୟାନ, ସିସିଟିଭି ରେକର୍ଡରେ ଡାକ୍ତରଙ୍କ ଉପସ୍ଥିତି ଓ ଚିକିତ୍ସା ଆଦିକୁ ଆଧାର କରି ତଦନ୍ତ କରିବାକୁ ଦାବି ହେଉଛି। ମୃତ ଶିଶୁଙ୍କ ସମ୍ପର୍କୀୟ କାମ ଦେହୁରୀ କୁହନ୍ତି, ତାଙ୍କର ୫ ଦିନର ପିଲାକୁ ମେଡିକାଲ ଆଣିଥିଲେ। ତାକୁ ବାତ ମାରୁଛି କହି ଡାକ୍ତର କଟକ ଯିବାକୁ କହିଲେ। ଗରିବ ଲୋକ କଟକ ଯାଇପାରିବି ନାହିଁ କହିବାରୁ ଏଠାରେ ଭଲ ହୋଇଯିବ କହି ଡାକ୍ତର ଆଡ୍‌ମିଶନ କରିଥିଲେ। ହେଲେ ରବିବାର ପିଲାର ମୃତ୍ୟୁ ହୋଇଥିବା ଆମକୁ ଜଣାଇଲେ। ପିଲା ପାଖକୁ ଯିବାକୁ ମଧ୍ୟ ଦେଲେ ନାହିଁ ା
ଦୀପେଶ ନାୟକ କୁହନ୍ତି, ମୋ ପୁଅ ୬ ଦିନର ଥିଲା। ଶନିବାର ରାତିରେ ଆସିଲା ବେଳକୁ ଡାକ୍ତର ନାହାନ୍ତି। ଛୁଆକୁ ଦେଖିବାକୁ ଦେଲେ ନାହିଁ। ଯଦି କହିଥାନ୍ତେ ତେବେ କଟକ ନେଇଯାଇଥାନ୍ତି। କିଛି କହିଲେ ନାହିଁ କି ଡାକ୍ତର ଆସିଲେନି। ବିଳମ୍ବରେ ଆସିବାରୁ ପୁଅର ମୃତ୍ୟୁ ଘଟିଲା ବୋଲି ରବିବାର ମଧ୍ୟାହ୍ନ ୧୨ଟାରେ କହିଲେ।
ବିଭୀଷଣ ଲୋହାର କହିଛନ୍ତି ଯେ, ତାଙ୍କର ୭ ଦିନର ଛୁଆର ମୃତ୍ୟୁ ହୋଇଛି। ଗତ ରବିବାର ଆସିଥିଲୁ ା ମା’କୁ ଡିସଚାର୍ଜ କରିଦେଲେ। ଛୁଆକୁ ରଖିଲେ। ରବିବାର କହିଲେ ମୃତ୍ୟୁ ହୋଇଗଲା। ଆମେ ବୁଝିପାରୁନୁ କିପରି ଛୁଆର ମୃତ୍ୟୁ ଘଟିଲା।
ଏହା ବ୍ୟତୀତ ମେଡିକାଲ ଓ୍ବାର୍ଡରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଚମ୍ପୁଆ ବ୍ଲକ ବଡ଼ନାଇ ଗ୍ରାମର ଜୟନ୍ତୀ ଚାତମ୍ବା ଓ ଅଭିମନ୍ୟୁ ଚାତମ୍ବାଙ୍କ ୭ ଦିନର ଶିଶୁଙ୍କ ଶନିବାର ରାତିରେ ମୃତ୍ୟୁ ହେବା ପରେ ସେମାନେ ଘରକୁ ପଳାଇଥିଲେ। ରବିବାର ଅନ୍ୟ ୩ ଶିଶୁଙ୍କ ମୃତ୍ୟୁ ହୋଇଛି ା
ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦୁଝର ଓ ପଡ଼ୋଶୀ ଜିଲା ସମେତ ଅନ୍ୟ ରାଜ୍ୟର ବହୁ ଲୋକ ଏହି ଜିଲା ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ଏହି ଡାକ୍ତରଖାନାରେ ଗୁରୁତର ନବଜାତ ଶିଶୁଙ୍କ ପାଇଁ ଏସ୍‌ଏନ୍‌ସିୟୁ ଓ୍ବାର୍ଡ ମଧ୍ୟ ରହିଛି। ଏଣୁ ଏଠାରେ ରୋଗୀଙ୍କ ଭିଡ଼ ଲାଗି ରହିଥାଏ। ତେବେ ଡାକ୍ତର ଅଭାବ ସାଙ୍ଗକୁ କେତେକ ଡାକ୍ତର ଘରୋଇ କ୍ଲିନିକ୍‌ରେ ସମୟ ଦେଉଥିବାରୁ ଚିକିତ୍ସାରେ ଅବହେଳା ହୋଇଥାଏ ବୋଲି ଅଭିଯୋଗ ହେଉଛି। କେବଳ ଶିଶୁ ନୁହେଁ, ଅନ୍ୟାନ୍ୟ ବିଭାଗ ଡାକ୍ତରମାନେ ଡାକ୍ତରଖାନା ଛାଡ଼ି ଘରୋଇ କ୍ଲିନିକ୍‌କୁ ଯାଉଥିବା ଏବଂ ଦଲାଲ ଜରିଆରେ ସରଳ ଓ ବାହାରୁ ଆସୁଥିବା ରୋଗୀଙ୍କୁ କ୍ଲିନିକ୍‌ ବା ନର୍ସିଂହୋମ୍‌କୁ ପଠାଉଥିବା ନେଇ ଅଭିଯୋଗ ହୋଇଆସୁଛି। ଏଣୁ ଏହି ଘଟଣାର ବିଧିବଦ୍ଧ ତଦନ୍ତ ହେଲେ ଜିଲା ମେଡିକାଲରେ ଚାଲିଥିବା ସ୍ବାସ୍ଥ୍ୟସେବା ଓ ଚିକିତ୍ସା ବ୍ୟବସ୍ଥା ପଦାକୁ ଆସିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri