୪ ଶିଶୁ ଅପପୁଷ୍ଟିର ଶିକାର

କଳିଙ୍ଗନଗର,୧୬।୭(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ସଂସାଇଲୋ ପଞ୍ଚାୟତ ଅଧୀନ ନାକଦେଇ ଗ୍ରାମ। ସେହି ଗ୍ରାମର ୪ ଆଦିବାସୀ ଭାଇଭଉଣୀ ଏବେ ଅପପୁଷ୍ଟିର ଶିକାର ହୋଇଛନ୍ତି। ଚାଲିବାକୁ ସେମାନଙ୍କର ଶକ୍ତି ନାହିଁ। ସାନ ଭାଇ ଓ ଭଉଣୀ ଏବେ ବିଛଣାରୁ ଉଠି ପାରୁନାହାନ୍ତି। ଏପରି ପରିସ୍ଥିତିରେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇନାହିଁ ବୋଲି ଅଭିଯୋଗ ହୋଇଛି।
୭୦ ବର୍ଷ ବୟସ୍କା ବୁଢ଼ୀମା’ଙ୍କ କାନି ତଳେ ଆଶ୍ରା ନେଇଛନ୍ତି ସିଳାଇ ବାନରା(୧୨), ରାମ ବାନରା(୧୦), ଶ୍ୟାମ ବାନରା(୭) ଏବଂ ସାନ ଭଉଣୀ ମାଙ୍ଗି ବାନରା (୫)। ଏହି ପିଲାଙ୍କ ମା’ ରଶ୍ମିତା ବାନରା ନିଜ ପିଲାମାନଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କରି ଚାଲିଯାଇଛନ୍ତି। ଏଥିରେ ବ୍ୟତିବ୍ୟସ୍ତ ହୋଇ ବାପା ପ୍ରଧାନ ବାନରା ବି ପିଲାମାନଙ୍କୁ ଛାଡି ଅନ୍ୟତ୍ର କାମଧନ୍ଦା କରି ବାହାରେ ରହୁଛନ୍ତି। ସେଥିପାଇଁ ବୁଢ଼ୀମା’ଙ୍କ ଉପରେ ଏହି ୪ ପିଲାମାନଙ୍କ ବୋଝ ପଡ଼ିଛି। ଏହି ଅନାଥ ପିଲାମାନଙ୍କ ଆଧାର କାର୍ଡ ନ ଥିବାରୁ ସେମାନେ ରାଶନ ସାମଗ୍ରୀରୁ ବଞ୍ଚତ୍ତ ହୋଇଛନ୍ତି। ବୁଢ଼ୀମା’ ପାଉଥିବା ରାଶନ ଓ ଅନ୍ୟ ଘରେ କାମ କରି ଯାହା ଆଣନ୍ତି ସେଥିରେ ୫ ପ୍ରାଣୀ ଚଳନ୍ତି। ହେଲେ ଅଧିକାଂଶ ସମୟରେ ପରିବାରର ସମସ୍ତଙ୍କୁ ଖାଲି ପେଟରେ ଶୋଇବାକୁ ପଡ଼େ। ଆର୍ଥିକ ଅନଟନ ଯୋଗୁ ସେମାନେ ଏବେ ଅପପୁଷ୍ଟି ରୋଗର ଶିକାର ହୋଇଛନ୍ତି। ସେମାନେ ଏବେ ନିଜ ଗୋଡ଼ରେ ଛିଡ଼ା ହେବାକୁ ସକ୍ଷମ ନୁହନ୍ତି। ଏପରିକି ଏହି ପିଲାମାନେ ଅଙ୍ଗନଓ୍ବାଡି ପକ୍ଷରୁ ପ୍ରଦାନ କରାଯାଉଥିବା ଖାଦ୍ୟ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏହି କାରଣରୁ ସାନ ଭାଇ, ଭଉଣୀ ବିଛଣାରୁ ଉଠିପାରୁନାହାନ୍ତି। ତୁରନ୍ତ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରିବାକୁ ବୁଢ଼ୀମା’ ପ୍ରଶାସନକୁ ଗୁହାରି କରିଛନ୍ତି। ଏ ସଂକ୍ରାନ୍ତରେ ମତାମତ ନେବାକୁ ସୁକିନ୍ଦା ମଣ୍ଡଳ ଉନ୍ନୟନ ଅଧିକାରୀ ବିଶ୍ୱଜତ୍‌ ଦାସଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ ଉଠାଇ ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri