ଭୁବନେଶ୍ୱର,୧୮ା୫(ବ୍ୟୁରୋ): ଓଡ଼ିଶାର ଐତିହ୍ୟ, କୀର୍ତ୍ତିରାଜି, ସଂସ୍କୃତି ଓ ପରମ୍ପରାର ମୁଖଶାଳା ପାଟିଛି ରାଜ୍ୟ ସଂଗ୍ରହାଳୟ। ସାଇତି ରଖିଛି କେତେ ସ୍ମୃତି, କେତେ ଗାଥା। କଳିଙ୍ଗ, ଉତ୍କଳରୁ ଓଡ଼ିଶା ଯାଏ, ପ୍ରାଚୀନରୁ ଅତି ପ୍ରାଚୀନତାର ତଥ୍ୟ, ପୋଥି, ଚିତ୍ର, ସାମଗ୍ରୀ ଅନେକ କିଛି ବଖାଣୁଛି। ରାଜ୍ୟ ସହ ଯୋଡ଼ି ହୋଇଥିବା ଅନେକ ଘଟଣା, ପ୍ରବାହର ସୂଚନା ମଧ୍ୟ ଏଠାରେ ରହିଛି। ପର୍ଯ୍ୟଟକ, ଛାତ୍ରୀଛାତ୍ର, ଅତିଥିଙ୍କୁ ଜ୍ଞାନ ବାଣ୍ଟୁଥିବା ରାଜ୍ୟ ସଂଗ୍ରହାଳୟର ବିକାଶ ଓ କାର୍ଯ୍ୟଧାରା ବୃଦ୍ଧି ପାଇଁ ପ୍ରତିବର୍ଷ କିଛି ନା କିଛି ଯୋଜନା ହେଉଛି। ଚଳିତବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ଆଗ୍ରହକୁ ଦେଖି ନୂଆ ପଦକ୍ଷେପ ନେବାକୁ ରାଜ୍ୟ ସଂଗ୍ରହାଳୟ ଅଣ୍ଟା ଭିଡିଛି। ଗୁରୁବାର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ ପରିପ୍ରେକ୍ଷୀରେ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ କହିଛନ୍ତି, ଚଳିତବର୍ଷ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ସ୍ବତନ୍ତ୍ର କୋଠରି ସହ କିଭଳି ସୁବିଧାରେ ଯାଇ ସବୁ ଦେଖିପାରିବେ ସେ ଦିଗରେ ପଦକ୍ଷେପ ନିଆଯାଇଛି। ସାରଳା ମହାଭାରତର ବିଭିନ୍ନ ପର୍ବକୁ ନେଇ ଗବେଷଣାତ୍ମକ ୪ଟି ପୁସ୍ତକ ପ୍ରକାଶ ପାଇବ। ଏଥିସହ ଓଡ଼ିଶା ହିଷ୍ଟୋରିକାଲ ଜର୍ନାଲର ବିଶେଷ ସଂଖ୍ୟା ମଧ୍ୟ ଉନ୍ମୋଚନ ହେବ।
ଖୋଲିବ ନୂଆ ୪ ଗ୍ୟାଲେରି
ରାଜ୍ୟ ସଂଗ୍ରହାଳୟରେ ୪ଟି ନୂଆ ଗ୍ୟାଲେରି ଖୋଲାଯିବ। ଆଇଭରି ଗ୍ୟାଲେରି, ପ୍ରି ହିଷ୍ଟ୍ରି ଗ୍ୟାଲେରି, ଟେକ୍ସଟାଇଲ ଗ୍ୟାଲେରି ଓ ନାଚୁରାଲ ହିଷ୍ଟ୍ରି ଗ୍ୟାଲେରି ରହିବ। ଆଇଭରିରେ ହାତୀଦାନ୍ତ କାରୁକାର୍ଯ୍ୟ, ସିଂହାସନ ଆଦି ସ୍ଥାନିତ ହେବାକୁ ଥିବାବେଳେ ପ୍ରି ହିଷ୍ଟ୍ରିରେ ଆଦିମାନବ ସମ୍ପର୍କିତ ଜିନିଷ ରଖାଯିବ। ସେହିପରି ଟେକ୍ସଟାଇଲରେ ବହୁ ପୁରୁଣା ସାମଗ୍ରୀ ସହ ଆଦିବାସୀମାନେ ବ୍ୟବହାର କରୁଥିବା ବସ୍ତ୍ର ରହିବ। ଏଥିସହିତ ନାଚୁରାଲ ହିଷ୍ଟ୍ରିରେ ଗ୍ୟାଲେରିରେ ପ୍ରାଣୀ ସମ୍ବନ୍ଧିତ ତଥ୍ୟ ଓ ସାମଗ୍ରୀ ଉପଲବ୍ଧ ହେବ।
ବାଧକ ସାଜୁଛି କର୍ମଚାରୀ ଅଭାବ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନରେ ପଦବୀ ପୂରଣ ସମସ୍ୟା ଏକ ବଡ଼ ବାଧକ ସାଜିଛି। ଲୋକବଳ ବା କର୍ମଚାରୀ ଅଭାବରୁ ଯେତିକି କାମ ହେବା କଥା ତାହା ହୋଇପାରୁନି। ରାଜ୍ୟ ସଂଗ୍ରହାଳୟରେ ସଂଗ୍ରହାଧ୍ୟକ୍ଷ ଜଣେ ହିଁ ଅଛନ୍ତି। ସହ ସଂଗ୍ରହାଧ୍ୟକ୍ଷ ନାହାନ୍ତି। ସେହିପରି ଉପ ନିର୍ଦ୍ଦେଶକ ମଧ୍ୟ ନାହାନ୍ତି। ମୋଟ ୯ ସଂଗ୍ରହାଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ହିଁ ଏକାଧିକ କାର୍ଯ୍ୟ ଚୁଲାଉଛନ୍ତି। ୧୧ ଅତିରିକ୍ତ ସଂଗ୍ରହାଧ୍ୟକ୍ଷ ପଦବୀ ଫାଙ୍କା ପଡିଛି।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…
ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...
ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...
ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ
୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...
ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...
ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…
ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...
ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି
ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍ରେ ସ୍ଥାନୀୟ ଏମ୍ପି ପ୍ରଦୀପ କୁମାର...
IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍? ୫ କୋଟିରେ ରିଟେନ କରିଛି…
ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...
Archives


