୩ ନକଲି ଜିଏସ୍‌ଟି ଅଧିକାରୀଙ୍କ ସମେତ ୪ ଗିରଫ

ଛତ୍ରପୁର,୨୭ା୧୨(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ ଜିଏସ୍‌ଟି ଅଧିକାରୀ ଦର୍ଶାଇ ଟ୍ରକ୍‌ ଡ୍ରାଇଭରଙ୍କୁ ମାଡ଼ ମାରି ଟଙ୍କା ଠକେଇ ସହ ୬୦ ବସ୍ତା ଡିଲକ୍ସ ପାନ ମସଲା ଲୁଟ୍‌ ମାମଲାର ପର୍ଦ୍ଦାଫାଶ ହୋଇଛି। ଛତ୍ରପୁର ଥାନା ପୋଲିସ ଏହି ମାମଲାରେ ୩ନକଲି ଜିଏସ୍‌ଟି ଅଧିକାରୀଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବ୍ରହ୍ମପୁର ସହର ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ମୀନାକ୍ଷୀ ନଗରର ସୀମାଞ୍ଚଳ ପଣ୍ଡା, ଛତ୍ରପୁର ଥାନା ଅଧୀନ ବଜରଙ୍ଗୀ ନଗରର ସୁଶାନ୍ତ କୁମାର ଦଳାଇ ଓରଫ ଦୀପୁ ଏବଂ ଟି.ଗୋପାଳ ରାଓ ବ୍ୟାଙ୍କ କଲୋନୀର ଦେବାଶିଷ ପଟ୍ଟନାୟକ ଓରଫ ଜଗା। ଅଭିଯୁକ୍ତମାନେ ଠକି ନେଇଥିବା ୧ ଲକ୍ଷ ୪୦ ହଜାର ଟଙ୍କା, ଲୁଟିଥିବା ୬୦ ବସ୍ତା ପାନମସଲା, ୫ଟି ମୋବାଇଲ ଫୋନ ଓ ଅପରାଧରେ ବ୍ୟବହୃତ ୨ଟି କାର୍‌ (ଓଡି ୩୩ଏଡି ୮୬୮୭ ଏବଂ ଓଡି ୦୭ପି୯୫୯୬) ଜବତ କରାଯାଇଥିବା ସୋମବାର ଛତ୍ରପୁର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ପି.କେ ଦଳାଇ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ବ୍ରହ୍ମପୁର ମୀନାକ୍ଷୀ ନଗରର ସୀମାଞ୍ଚଳ ଚାଉଳ ଓ ପାନ ମସଲା ବ୍ୟବସାୟ କରନ୍ତି। ସେ କୋଲକାତାରୁ ଏସବୁ ଆଣି ଆନ୍ଧ୍ର ପଠାଇଥାନ୍ତି। ଆନ୍ଧ୍ରର ନାନି ରାଜୁ ନାମକ ଜଣେ ବ୍ୟବସାୟୀଙ୍କଠାରୁ ସୀମାଞ୍ଚଳ ବ୍ୟବସାୟ ବାବଦ ୧୪ ଲକ୍ଷ ଟଙ୍କା ପାଇବାର ଥିଲା। ବାରମ୍ବାର କହିବା ସତ୍ତ୍ୱେ ନାନି ରାଜୁ ଟଙ୍କା ଦେଉ ନ ଥିବା ଓ ଆଉ ବ୍ୟବସାୟିକ ସମ୍ପର୍କ ରଖି ନ ଥିବା ସୀମାଞ୍ଚଳ ଛତ୍ରପୁରର ସୁଶାନ୍ତଙ୍କୁ କହିଥିଲେ । ସୁଶାନ୍ତ ବ୍ରହ୍ମପୁରରେ ଏକ କମ୍ପ୍ୟୁଟର ଦୋକାନ ଖୋଲିଛନ୍ତି। ନାନି ରାଜୁଙ୍କଠାରୁ ବକେୟା ଟଙ୍କା ଆଦାୟ କରିବାକୁ ସେ ତାଙ୍କ ସହଯୋଗୀ ଛତ୍ରପୁରର ଦେବାଶିଷ ଓ ଗୋପାଳଙ୍କ ସହ ମିଶି ଯୋଜନା ପ୍ରସ୍ତୁତ କରିଥିଲେ। ଗତ ୨୧ତାରିଖରେ କୋଲକାତାରୁ ଟ୍ରକ୍‌ (ଏପି-୩୭ଟିଇ-୮୬୯୯) ଯୋଗେ ନାନି ରାଜୁଙ୍କ ଚାଉଳ ଓ ପାନ ମସଲା ଆନ୍ଧ୍ରକୁ ଯାଉଥିବା ସେମାନେ ଖବର ପାଇଥିଲେ । ସେହିଦିନ ଅପରାହ୍ନ ପ୍ରାୟ ୪ଟାରେ ଛତ୍ରପୁର ଥାନା ଅନ୍ତର୍ଗତ ଉଜ୍ଜଳେଶ୍ୱରୀ ମନ୍ଦିର ନିକଟରେ ସୁଶାନ୍ତ, ଦେବାଶିଷ ଓ ଗୋପାଳ ଉକ୍ତ ଟ୍ରକ୍‌କୁ ଅଟକାଇ ସେମାନେ ନିଜକୁ ଜିଏସିଟି ବିଭାଗର ଅଧିକାରୀ ବୋଲି ଦର୍ଶାଇଥିଲେ। ଟିକସ ଫାଙ୍କି ଜିନିଷ ନେଉଥିବା ଘଟଣାକୁ ଚପାଇ ଦେବାକୁ ଡ୍ରାଇଭର ଓ ହେଲ୍‌ପରଙ୍କୁ ୫ ଲକ୍ଷ ଟଙ୍କା ମାଗିଥିଲେ । ଡ୍ରାଇଭର ଏ ସମ୍ପର୍କରେ ମାଲିକଙ୍କୁ ଫୋନ୍‌ ଦ୍ୱାରା ଜଣାଇଥିଲେ । ଭୟଭୀତ ହୋଇ ମାଲିକ ଗୋପାଳଙ୍କ ଆକାଉଣ୍ଟକୁ ୧ଲକ୍ଷ ୩୦ ହଜାର ଏବଂ ଦେବାଶିଷଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ଏପରି ମୋଟ ୧ ଲକ୍ଷ ୪୦ ହଜାର ପଠାଇଥିଲେ। ଏହାପରେ ଟ୍ରକ୍‌ରେ ଥିବା ଲକ୍ଷାଧିକ ଟଙ୍କାର ୬୦ ବସ୍ତା ପାନ ମସଲାକୁ ଦେବାଶିଷ, ସୁଶାନ୍ତ ଓ ଗୋପାଳ ଆଣିଥିବା ୨ଟି କାର୍‌ ଯୋଗେ ନେଇଯିବା ସହ ଟ୍ରକ୍‌ ସହ ଚାଉଳକୁ ଛାଡି ଚାଲିଯାଇଥିଲେ । ୨୫ ତାରିଖରେ ଟ୍ରକ୍‌ର ଚାଳକ ତଥା ଆନ୍ଧ୍ରପ୍ରଦେଶ ଇଷ୍ଟ ଗୋଦାବରୀ ଜିଲା ଜେଗୁରୁପାଡୁର ଏମ୍‌. ରମେଶ ଏ ନେଇ ଛତ୍ରପୁର ଥାନାରେ ଏତଲା ଦେଇଥିଲେ । ଛତ୍ରପୁର ଥାନା ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ,ଏସଆଇ ସିଲୁ ଧଳ ଓ ପୋଲିସ ଟିମ୍‌ ବ୍ୟବସାୟୀ ସୀମାଞ୍ଚଳଙ୍କ ସମେତ ୩ ନକଲି ଜିଏସ୍‌ଟି ଅଧିକାରୀ ଦେବାଶିଷ, ଗୋପାଳ ଓ ସୁଶାନ୍ତଙ୍କୁ ଗିରଫ କରିବା ସହ ୧ ଲକ୍ଷ ୪୦ ହଜାର ଟଙ୍କା ଓ ସୁଶାନ୍ତଙ୍କ ଘରେ ଥିବା ୬୦ ବସ୍ତା ପାନ ମସଲା ଏବଂ କାର୍‌ ଦୁଇଟିକୁ ଜବତ କରିଥିଲେ । ଖବରଦାତା ସମ୍ମିଳନୀରେ ଡିଆଇବି ଡିଏସପି ଅଜୟ ମିଶ୍ର, ଏସଆଇ ସିଲୁ ଧଳ, ସୁନୀଲ ପ୍ରଧାନ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri