Posted inଜାତୀୟ

ପଦୋନ୍ନତିରେ ସଂରକ୍ଷଣ ବନ୍ଦ ହେଲେ ସାଢ଼େ ୪ ଲକ୍ଷ କର୍ମଚାରୀ ହେବେ ପ୍ରଭାବିତ, ବଢ଼ିବ ଅଶାନ୍ତି…

ନୂଆଦିଲ୍ଲୀ, ୩୧।୩ : ସରକାରୀ ଚାକିରିରେ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସଂରକ୍ଷଣକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଉତ୍ତର ରଖିଛନ୍ତି। ସରକାର କୋର୍ଟଙ୍କୁ କହିଛନ୍ତି ଯେ ୨୦୦୭ ରୁ ୨୦୨୦ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୪ ଲକ୍ଷ କର୍ମଚାରୀଙ୍କୁ ଏହି ନୀତିର ସୁବିଧା ଦିଆଯାଇଛି। ଯଦି ଏହି ନୀତି ପ୍ରତ୍ୟାହାର କରାଯାଏ, ତେବେ ଏହାର ଭୟଙ୍କର ପରିଣାମ ହେବ। କର୍ମଚାରୀଙ୍କ ପଦବୀରେ ପରିବର୍ତ୍ତନ ହେବ। ସେମାନଙ୍କ ବେତନରେ ପରିବର୍ତ୍ତନ ଆସିବ। ଏପରିକି ଅବସରପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବେ। ସେମାନଙ୍କ ପେନସନ୍‌ ବଦଳିଯିବ। କର୍ମଚାରୀମାନଙ୍କୁ ଦିଆଯାଇଥିବା ଅତିରିକ୍ତ ଦରମା ପୁନରୁଦ୍ଧାର କରିବାକୁ ପଡିବ।

ପଦୋନ୍ନତିରେ କୋଟା ହଟାଇବା ଦ୍ୱାରା କର୍ମଚାରୀଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି। ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ୨୦୧୭ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରି କେନ୍ଦ୍ର ସରକାର ନିଜ ନୀତିର ସୁରକ୍ଷା କରିଛନ୍ତି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ସରକାର କହିଛନ୍ତି ଯେ ଏହି ନୀତି ସମ୍ବିଧାନର ନିୟମାବଳୀ ଏବଂ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଅଟେ। ଏଥିରେ ସରକାରୀ ଚାକିରିରେ ଏସ୍‌ସି ଏବଂ ଏସ୍‌ଟି ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି।

ସରକାର କହିଥିଲେ ଯେ ଏସ୍‌ସି ଏବଂ ଏସ୍‌ଟି କର୍ମଚାରୀଙ୍କ ପଦୋନ୍ନତିରେ ସଂରକ୍ଷଣ ପ୍ରଶାସନିକ କାର୍ଯ୍ୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କାରଣ ଏହି କୋଟାର ଲାଭ କେବଳ ସେହିମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନେ ନିର୍ଦ୍ଦିଷ୍ଟ ପ୍ରଦର୍ଶନ କ୍ଷମତା ମାନଦଣ୍ଡ ପୂରଣ କରନ୍ତି ଏବଂ ଯୋଗ୍ୟ ବିବେଚିତ ହୁଅନ୍ତି। ସରକାର ୭୫ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗର ତଥ୍ୟ ସୁପ୍ରିମକୋର୍ଟରେ ରଖିଛନ୍ତି।

ଏଥିରେ ଉଲ୍ଲେଖ କରାଯାଇଛି ଯେ ଏହି ବିଭାଗ ଏବଂ ସରକାରଙ୍କ ମନ୍ତ୍ରଣାଳୟର ମୋଟ କର୍ମଚାରୀଙ୍କ ସଂଖ୍ୟା ୨୭,୫୫,୪୩୦। ସେଥିମଧ୍ୟରେ ୪,୭୯,୩୦୧ କର୍ମଚାରୀ ଏସ୍‌ସି ଥିବାବେଳେ ଏସ୍‌ଟି କର୍ମଚାରୀଙ୍କ ସଂଖ୍ୟା ୨,୧୪,୭୩୮ ରହିଛି। ଓବିସି ବିଭାଗରୁ ଆସିଥିବା କର୍ମଚାରୀଙ୍କ ସଂଖ୍ୟା ୪,୫୭,୧୪୮ ରହିଛି। ଏସ୍‌ସି କର୍ମଚାରୀଙ୍କ ସଂଖ୍ୟା ୧୭.୫ ପ୍ରତିଶତ ଥିବାବେଳେ ଏସ୍‌ଟିଙ୍କ ସଂଖ୍ୟା ୭.୭ ପ୍ରତିଶତ ଏବଂ ଓବିସି କର୍ମଚାରୀଙ୍କ ସଂଖ୍ୟା ୧୬.୫ ପ୍ରତିଶତ ରହିଛି। ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଯଦି ପଦୋନ୍ନତିର କୋଟା ବନ୍ଦ କରାଯିବ, ତେବେ ଏସ୍‌ସି-ଏସ୍‌ଟି କର୍ମଚାରୀଙ୍କୁ ଦିଆଯାଉଥିବା ସୁବିଧା ପ୍ରତ୍ୟାହାର କରିବାକୁ ପଡିବ। ଏହି କାରଣରୁ, କର୍ମଚାରୀମାନଙ୍କୁ ସେମାନଙ୍କର ମୂଳ ପୋଷ୍ଟକୁ ପଠାଇବାକୁ ପଡିବ। ତାଙ୍କର ଦରମା ପୁନ-ସ୍ଥିର କରିବାକୁ ପଡିବ। ଯେଉଁ କର୍ମଚାରୀମାନେ ଏହି ଅବଧିରେ ଅବସର ନେଇଛନ୍ତି, ସେମାନଙ୍କ ପେନସନ୍‌ ମଧ୍ୟ ପୁଣିଥରେ ସ୍ଥିର କରିବାକୁ ପଡିବ। ସମ୍ପ୍ରତି ବିଦ୍ୟମାନ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଇଥିବା ଅତିରିକ୍ତ ଟଙ୍କା ପୁନରୁଦ୍ଧାର ହେବ। ଏହାଦ୍ୱାରା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ସେମାନେ ମକଦ୍ଦମା କରିବେ।

ସରକାର କହିଛନ୍ତି ଯେ ବିଭିନ୍ନ ବିଭାଗରେ ଏସ୍‌ସି, ଏସ୍‌ଟି ଏବଂ ଓବିସି କର୍ମଚାରୀଙ୍କ ପ୍ରତିନିଧିତ୍ୱ ପ୍ରତ୍ୟେକ ମନ୍ତ୍ରଣାଳୟ ଏବଂ ବିଭାଗର ସଂପୃକ୍ତ ଅଧିକାରୀ, କର୍ମଚାରୀ ମନ୍ତ୍ରଣାଳୟ, ଏସସି-ଏସଟି କମିଶନ, ସଂସଦୀୟ କମିଟି ଏବଂ ସମସ୍ତ ସାଂସଦ ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ନଜର ରଖିଥାନ୍ତି। ଏସ୍‌ସି, ଏସ୍‌ଟି ଏବଂ ଓବିସି କର୍ମଚାରୀ କର୍ମଚାରୀଙ୍କ କାର୍ଯ୍ୟର ଗୁଣବତ୍ତା ବାର୍ଷିକ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟ ମାଧ୍ୟମରେ ଆକଳନ କରାଯାଏ। ଏଥିରେ ଏସ୍‌ସି, ଏସ୍‌ଟି ଏବଂ ଓବିସି କର୍ମଚାରୀଙ୍କର କାର୍ଯ୍ୟ ଫଳାଫଳ, ବ୍ୟକ୍ତିଗତ ଆଚରଣ ଏବଂ କାର୍ଯ୍ୟ କରିବାର କ୍ଷମତା ଇତ୍ୟାଦି ପରୀକ୍ଷା କରାଯାଏ । ଏହାପରେ ପଦୋନ୍ନତି ବିଚାର କରାଯାଇଥାଏ ବୋଲି ନ୍ଦ୍ରେ ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ଏବେ ଟିକସ ଆଦାୟ କରିବ ଇରାନ, ସଂସଦରେ ଆଇନକୁ ମିଳିଲା ମଞ୍ଜୁରୀ

ତେହରାନ,୩୧।୩: ଇରାନ ସହିତ ସଂଘର୍ଷ ପରିପ୍ରେକ୍ଷୀରେ, ଯାହା ଡରାଉ ଥିଲା ତାହା ହିଁ ଘଟିଛି। ଇରାନର ସଂସଦ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ଉପରେ ଟୋଲ ଲାଗୁ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ପୁଣି ଆରବର୍ଷକୁ ଅପେକ୍ଷା

ପୁରୁଷୋତ୍ତମପୁର,୩୧।୩(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ହେବାକୁ ଯାଉଛି। ଏହି ଶେଷ ପାଳିରେ ମା’ ତାରାତାରିଣୀ…

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ବିଷ ପିଇଦେଲେ ସ୍ବାମୀ: ହସ୍ପିଟାଲ୍‌ରେ ବଖାଣିଲେ ସବୁ ସତ, ପୋଲିସ ଖୋଜୁଛି…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଏସ.କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ସ୍ତ୍ରୀଙ୍କୁ ହତ୍ୟା ପରେ…

IPL 2026 Points Table: RCB ଠାରୁ 1 ନମ୍ବର ସ୍ଥାନ ଛଡ଼ାଇ ନେଲା RR; CSKର ପରାଜୟ ପରେ ଦେଖନ୍ତୁ ପଏଣ୍ଟ ଟେବୁଲ ସ୍ଥିତି

ନୂଆଦିଲ୍ଲୀ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ 2026 ର ଉତ୍ସାହ ଆରମ୍ଭ ହୋଇସାରିଛି, ଏବଂ ଲିଗରେ ତିନୋଟି ମ୍ୟାଚ ଖେଳାଯାଇସାରିଛି। ଏହି ତିନୋଟି ମୁକାବିଲାରେ, ବିରାଟ କୋହଲି ଏବଂ…

ଶ୍ବଶୁର ଘରୁ ମିଳିଥିବା ସମ୍ପତ୍ତି ଉପରେ ନାହିଁ ଜ୍ବାଇଁଙ୍କ ଅଧିକାର, ପ୍ରକୃତ ଉତ୍ତରାଧିକାରୀ କିଏ ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୩୧ା୩: ଶାଶୁଘର ସମ୍ପତ୍ତି ଉପରେ ଜ୍ବାଇଁର କୌଣସି ଅଧିକାର ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । ଯଦି ଜଣେ ହିନ୍ଦୁ ମହିଳା…

ଗାନ୍ଧିଛକରେ ଉଡୁଛି ଛିଣ୍ଡା ତ୍ରିରଙ୍ଗା: ନୂଆ ଲଗାଇବାକୁ ଦାବି, ଦେଖନ୍ତୁ Video

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ଗାନ୍ଧିଛକରେ ସୁଉଚ୍ଛରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଯାଇଛି। ତେବେ ଝଡବତାସରେ ଜିଲାର ଉଚ୍ଚତମ ଏହି ତ୍ରିରଙ୍ଗାର କିଛି…

ରାଜ୍ୟ ସଭାରେ ମୋଦି ସରକାରଙ୍କୁ ଘେରିଲେ ଓଡ଼ିଶା ଏମ୍‌ପି: କେନ୍ଦ୍ରୀକରଣ ବଢ଼ିଲେ ସମନ୍ବୟ ନୁହେଁ, ବଢ଼ିବ ସଂଘର୍ଷ

ପଦ୍ମପୁର, ୩୧।୩(ପ୍ରଦୀପ୍ତ ଦାଶ): ରାଜ୍ୟ ସଭା ଏମ୍‌ପି ନିରଞ୍ଜନ ବିଶି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସାଧାରଣ ପ୍ରଶାସନ) ବିଧେୟକ, ୨୦୨୬ ଉପରେ ଚର୍ଚ୍ଚା କରି ବିଲ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri