ପ୍ରତି ଘରେ ଇଣ୍ଟରନେଟ୍‌ ପାଇଁ ଖର୍ଚ୍ଚ ହେବ ୪.୨ ଟ୍ରିଲିୟନ୍‌

ଭୁବନେଶ୍ୱର,୧୫।୫(ଅନୁରାଧା ମହାରଣା): ଭାରତରେ ଡିଜିଟାଲ ବିପ୍ଳବ ଅନେକ କ୍ଷେତ୍ରକୁ ଦ୍ରୁତ ଗତିରେ ଅଗ୍ରଗତି କରିବାରେ ସାହାଯ୍ୟ କରିଛି। ଶସ୍ତାରେ ଉପଲବ୍ଧ ହେଉଥିବା ଡାଟା ଦ୍ୱାରା ଗ୍ରାହକ ମଧ୍ୟ ଉପକୃତ ହୋଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟେକ ଗ୍ରାମକୁ ବ୍ରଡବ୍ୟାଣ୍ଡ ସଂଯୋଗ ପାଇଁ ଉଦ୍ୟମ କରାଯାଉଛି। ଏଥିପାଇଁ ୨୦୩୦ ସୁଦ୍ଧା ପ୍ରାୟ ୪.୨ ଟ୍ରିଲିୟନ ଟଙ୍କା ବିନିଯୋଗ ହେବ। ଏହାଦ୍ୱାରା ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏହି କାର୍ଯ୍ୟରେ ସରକାର ଘରୋଇ କମ୍ପାନୀଗୁଡିକର ସହଯୋଗ ଗ୍ରହଣ କରିବେ।
ବ୍ରଡବ୍ୟାଣ୍ଡ ଇଣ୍ଡିଆ ଫୋରମ ଅନୁଯାୟୀ, ଭାରତରେ ପ୍ରତି ମାସରେ ହାରାହାରି ୧୮୭ ଜିବି ଡାଟା ବ୍ୟବହାର ହେଉଛି। ଆମେରିକାରେ ପ୍ରତି ମାସରେ ୬୪୧ ଜିବି ଡାଟା ବ୍ୟବହାର ହେଉଛି। ବର୍ତ୍ତମାନ ଦେଶରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ସଂଖ୍ୟା ବିଶ୍ୱରେ ହାରାହାରି ଏକ ଚତୁର୍ଥାଂଶ ଅଟେ। ଦେଶରେ କେବଳ ୪ କୋଟି ଘରେ ବ୍ରଡବ୍ୟାଣ୍ଡ ସଂଯୋଗ ଅଛି। ଇଓ୍ବାଇ ଗ୍ଲୋବାଲ ଟିଏମଟି ପକ୍ଷରୁ ମିଳିଥିବା ସୂଚନାନୁସାରେ ଭାରତରେ କେବଳ ୧୩% ଘରେ ବ୍ରଡବ୍ୟାଣ୍ଡ ସଂଯୋଗ ରହିଛି। ଏହି ସଂଖ୍ୟା ୮୦ ପ୍ରତିଶତକୁ ବୃଦ୍ଧି କରାଯାଇପାରିବ। ଦେଶର ୩୦ କୋଟି ଘର ମଧ୍ୟରୁ ପ୍ରାୟ ୨୫ କୋଟି ଘରକୁ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ। ଯେତେ ଶୀଘ୍ର ଏହି କାର୍ଯ୍ୟ କରାଯିବ ସେତେ ଶୀଘ୍ର ଦେଶ ସମଗ୍ର ବିଶ୍ୱରେ ତୃତୀୟ ବୃହତ୍ତମ ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ କରିବାକୁ ସମର୍ଥ ହେବ।
ସୂଚନା ଥାଉକି, ଆମେରିକାରେ ୯୨% ଘର, ଚାଇନାରେ ୯୭%, ଜାପାନରେ ୮୪% ଏବଂ ଜର୍ମାନୀରେ ୮୨% ବ୍ରଡବ୍ୟାଣ୍ଡ ସଂଯୋଗ ରହିଛି। ଭାରତରେ ପ୍ରତ୍ୟେକ ଘରକୁ ଇଣ୍ଟରନେଟ ସଂଯୋଗ ପାଇଁ ୪.୨ ଟ୍ରିଲିୟନ ଟଙ୍କା ମଧ୍ୟରୁ ପ୍ରାୟ ୩ ଟ୍ରିଲିୟନ ଟଙ୍କା କେବଳ ଫାଇବର କେବୁଲ ଲଗାଇବାକୁ ଖର୍ଚ୍ଚ ହେବ। ଅନ୍ୟ ଭିତ୍ତିଭୂମି ପାଇଁ ପ୍ରାୟ ୯୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ୱାଇଫାଇରେ ପ୍ରାୟ ୯୦୦୦ କୋଟି, ଡାଟା ସେଣ୍ଟରରେ ୧୪,୦୦୦ କୋଟି ଏବଂ ଉପଗ୍ରହ ବ୍ରଡବ୍ୟାଣ୍ଡ ସେବା ପାଇଁ ପ୍ରାୟ ୨୬,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ବ୍ରଡବ୍ୟାଣ୍ଡ ଇଣ୍ଡିଆ ଫୋରମର ସଭାପତି ଟିଭି ରାମଚନ୍ଦ୍ରନଙ୍କ ଅନୁଯାୟୀ ବ୍ରଡବ୍ୟାଣ୍ଡ ଡାଟା ବ୍ୟବହାର ମୋବାଇଲ ଡାଟାର ପ୍ରାୟ ୧୦ ଗୁଣ ଅଧିକ। ଆସନ୍ତା ୬ ବର୍ଷରେ ବାର୍ଷିକ ୨୦% ହାରରେ ବଢ଼ିଲେ ୧୦ କୋଟି ଘରକୁ ବ୍ରଡବ୍ୟାଣ୍ଡ ସଂଯୋଗ ସମ୍ଭବ ହୋଇପାରିବ। ଏହା ସାହାଯ୍ୟରେ ଲକ୍ଷ ଲକ୍ଷ ଲୋକ ମଧ୍ୟ ଚାକିରି ପାଇବେ। ବିଶେଷଜ୍ଞଙ୍କ ଅନୁଯାୟୀ, ସରକାର ଏକ ନର୍ଦ୍ଦିଷ୍ଟ ପରିମାଣରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟର ମାଗଣା ବ୍ୟବହାରର ସୁବିଧା ପ୍ରଦାନ କରିବା ଉଚିତ, ଯାହାଦ୍ୱାରା ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଲୋକ ବ୍ରଡବ୍ୟାଣ୍ଡ ସଂଯୋଗ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri