Posted inUncategorized

ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ ହେଲେ ୪.୧୩ ଲକ୍ଷ ଆବେଦନକାରୀ

ଭୁବନେଶ୍ବର, ୮ା୮(ସୁନିତ୍‌ ମିଶ୍ର): ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅଧିକ ୪ ଲକ୍ଷ ୧୩ ହଜାର ଆବେଦନକାରୀଙ୍କୁ ରାଜ୍ୟ ସରକାର ସାମିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆବେଦନଗୁଡ଼ିକୁ ସୋମବାର ମଞ୍ଜୁର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ର ଜିଲା ଗସ୍ତ ସମୟରେ ଆସିଥିବା ଅଭିଯୋଗ ଏବଂ ମୋ ସରକାରରୁ ଗ୍ରହଣ କରାଯାଇଥିବା ମତାମତକୁ ବିଚାର କରି ମୁଖ୍ୟମନ୍ତ୍ରୀ ଉକ୍ତ ଯୋଜନାରେ ଅଧିକ ବ୍ୟକ୍ତିଙ୍କୁ ସାମିଲ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍‌ ଏବଂ ସିଏମ୍‌ଓର ଅନ୍ୟ ବରିଷ୍ଠ ଅଧିକାରୀ ବିଭିନ୍ନ ଜିଲା ଗସ୍ତ କରି ତୃଣମୂଳସ୍ତରରେ ବିକାଶ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ସିଏମ୍‌ଓର ଏହି ପଦକ୍ଷେପ ସମସ୍ୟାର ତ୍ୱରିତ ସମାଧାନ ଦିଗରେ କାର୍ଯ୍ୟ କରୁଛି। ନୂଆ ଆବେଦନଗୁଡ଼ିକର ମଞ୍ଜୁରୀ ପରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୩୨.୭୫ ଲକ୍ଷକୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ଯୋଜନାରେ ୨୮.୬୧ ଲକ୍ଷ ହିତାଧିକାରୀ ଉପକୃତ ହୋଇଛନ୍ତି। ଆସନ୍ତା ୧୫ ତାରିଖ ଜନସେବା ଦିବସରେ ପଞ୍ଚାୟତ ମୁଖ୍ୟାଳୟ ଏବଂ ୱାର୍ଡ କାର୍ଯ୍ୟାଳୟରେ ନିର୍ବାଚିତ ଜନପ୍ରତିନିଧିଙ୍କ ଉପସ୍ଥିତିରେ ନୂତନ ହିତାଧିକାରୀମାନେ ସେମାନଙ୍କ ପ୍ରଥମ ପେନସନ୍‌ ପାଇବେ। ସବୁଠାରେ ଶିବିର ଆୟୋଜନ କରି ହିତାଧିକାରୀଙ୍କ ପେନସନ୍‌ ବିତରଣକୁ ସୁଗମ କରିବା ପାଇଁ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ମଧୁବାବୁ ପେନ୍‌ସନ୍‌ ଯୋଜନାରେ ବୟସ୍କ ବ୍ୟକ୍ତି, ବିଧବା, ଭିନ୍ନକ୍ଷମ ବ୍ୟକ୍ତି, ଅବିବାହିତ ମହିଳା, ଆରୋଗ୍ୟ ଲାଭ କରିଥିବା କୁଷ୍ଠରୋଗୀ, ଏଡ୍‌ସ ରୋଗୀ, ଛାଡ଼ପତ୍ରଧାରୀ, କିନ୍ନର, କୋଭିଡ୍‌ରେ ଅନାଥ ହୋଇଥିବା ପିଲା ଏବଂ ଅନ୍ୟ ସମ୍ବେଦନଶୀଳ ଲୋକ ଅନ୍ତର୍ଭୁକ୍ତ ଅଛନ୍ତି। ରାଜ୍ୟ ସରକାର ଏହି ଯୋଜନାରେ ୨୮ ଲକ୍ଷ ୬୧ ହଜାର ୧୯୫ ହିତାଧିକାରୀଙ୍କୁ ମାସିକ ୫୦୦, ୭୦୦ ଏବଂ ୯୦୦ ଟଙ୍କା ସାମାଜିକ ସୁରକ୍ଷା ଭତ୍ତା ଆକାରରେ ପ୍ରଦାନ କରୁଛନ୍ତି। ଏହି ଯୋଜନାରେ ୦-୭୯ ବର୍ଷ ମଧ୍ୟରେ ବିଭିନ୍ନ ବର୍ଗର ହିତାଧିକାରୀ ମାସିକ ୫୦୦ ଟଙ୍କା ପାଉଥିବାବେଳେ ୮୦ ବର୍ଷ ଏବଂ ତଦୂଦ୍ଧର୍‌ବ ହିତାଧିକାରୀଙ୍କୁ ମାସକୁ ୭୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଛି। ଏଥିସହ ୪୦ରୁ ୫୯% ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାସିକ ୫୦୦ ଟଙ୍କା ଏବଂ ୬୦% ଓ ତାହାଠୁ ଅଧିକ ଭିନ୍ନକ୍ଷମଙ୍କୁ ୭୦୦ ଟଙ୍କା ଦିଆଯାଉଛି। ୬୦% ଏବଂ ଏହାଠୁ ଅଧିକ ଭିନ୍ନକ୍ଷମ ଥିବା ୮୦ ବର୍ଷ ଓ ତାହାଠୁ ଅଧିକ ବୟସର ବ୍ୟକ୍ତିଙ୍କୁ ମାସିକ ୯୦୦ ଟଙ୍କା ଦିଆଯାଉଛି। ଏହି ଯୋଜନାରେ ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀଙ୍କ ସାମିଲ ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସାହାଯ୍ୟ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri