Posted inରାଜ୍ୟ

ରାସ୍ତାକଡ଼ରେ ନିମ୍ବ ଚାରା ରୋପଣ

ଭାପୁର,୧୦ା୭(ଡି.ଏନ୍‌.ଏ)-ଭାପୁର ବ୍ଲକ କଇଁଫୁଲିଆ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶା ଓ ଭରସା ଟ୍ରଷ୍ଟ ଓ ଛାତ୍ରୀଛାତ୍ରଙ୍କ ପକ୍ଷରୁ ମଙ୍ଗଳବାର ରାସ୍ତାକଡ଼ରେ ୩ ଶହରୁ ଊର୍ଦ୍ଧ୍ୱ ନିମ୍ବ ଚାରା ରୋପଣ କରାଯାଇଛି। କଇଁଫୁଲିଆ ଓ ରାକମା ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡ଼ରେ ଗାତ ଖୋଳି ଏହି ଔଷଧୀୟ ଚାରା ରୋପଣ କରାଯାଇଛି। ଅନୁଷ୍ଠାନର ସଭାପତି ମନୋରଞ୍ଜନ ବାରିକ, ସମ୍ପାଦକ ନିହାର ରଞ୍ଜନ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ତାପସ ମହାରଣା ଓ ଉପସଭାପତି ହେମନ୍ତ କୁମାର ସାହୁଙ୍କ ସହ କଇଁଫୁଲିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ମାଧବ ଚନ୍ଦ୍ର ସ୍ବାଇଁ ଏହି ଚାରାରୋପଣ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଫରେଷ୍ଟର ସନ୍ଧ୍ୟାରାଣୀ ନାୟକ, ଗାର୍ଡ ଛବିରାଣୀ ଦେଈ ଓ ରାଜେଶ୍ୱରୀ ସେଠୀ, ସରପଞ୍ଚ ମମତା ରାଣୀ ବେହେରା, ନାଏବ ସରପଞ୍ଚ ମନୋରଞ୍ଜନ ସାହୁ, ପୂର୍ବତନ ସରପଞ୍ଚ ସୁରେଶ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ବୃକ୍ଷରୋପଣ କରିବାକୁ ଉତ୍ସାହିତ କରିଥିଲେ। ଛାତ୍ରୀଛାତ୍ର ନିମ୍ବ ଚାରା ଲଗାଇ ସମସ୍ତଙ୍କୁ ବୃକ୍ଷ ବୃଦ୍ଧି ଓ ସବୁଜ ବନାନୀ ସୃଷ୍ଟି କରିବାକୁ ସନ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri