ମାସେ ୨୦ଦିନରେ ୩୮.୩୪ ଲକ୍ଷ ଜରିମାନା ଆଦାୟ

ଭୁବନେଶ୍ୱର,୨୨ା୬(ସତ୍ୟଜିତ୍‌ ରାଉତ)କମିଶନରେଟ ପୋଲିସ ଦ୍ୱାରା ଭୁବନେଶ୍ୱରରେ ଜାରି ରହିଥିବା ’ସେଫ୍‌ ସିଟି ଡ୍ରାଇଭ’ ଅଭିଯାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବେଆଇନ ନିଶା କାରବାର, ସର୍ବସାଧାରଣରେ ମଦ୍ୟପାନ ଆଦି ଅସାମାଜିକ କାର୍ଯ୍ୟ କରି ‘ଓଡ଼ିଶା ଅର୍ବାନ ପୋଲିସ୍‌ ଆକ୍ଟ’ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କଠୁ ଜରିମାନା ଆଦାୟ କରୁଛି ପୋଲିସ। ତେବେ ଗତ ମେ ମାସରୁ ଜୁନ ୨୦ ମଧ୍ୟରେ ୭ ହଜାର ୬୬୮ ଜଣ ବ୍ୟକ୍ତି ଏହି ନିୟମ ଉଲଙ୍ଘନ କରି ୩୮ ଲକ୍ଷ ୩୪ ହଜାର ଜରିମାନା ଗଣିଛନ୍ତି। ଜରିମାନା ଗଣିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଖାରବେଳନଗର ଥାନା ଅଞ୍ଚଳରେ ସର୍ବାଧିକ ୯୨୯ ଜଣ ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ରିପୋର୍ଟ ଅନୁଯାୟୀ, ମେ’ ମାସରେ ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସର ବିଭିନ୍ନ ଥାନା ଅଞ୍ଚଳରେ ୪ ହଜାର ୮୧୩ ଜଣ ଧରାପଡ଼ିଛନ୍ତି। ସେମାନଙ୍କଠାରୁ ମୋଟ ୨୪ ଲକ୍ଷ ୬ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେଥିମଧ୍ୟରୁ ଖାରବେଳନଗର ଥାନା ପକ୍ଷରୁ ସର୍ବାଧିକ ୫୬୦ ଜଣ ଆଇନ ଉଲଙ୍ଘନକାରୀ ବ୍ୟକ୍ତିଙ୍କଠୁ ୨ ଲକ୍ଷ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଜୁନ ୧ରୁ ୨୦ ମଧ୍ୟରେ ଭୁବନେଶ୍ୱରରେ ୨ ହଜାର ୮୫୫ ଜଣ ବ୍ୟକ୍ତି ମୋଟ ୧୪ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜରିମାନା ଗଣିଛନ୍ତି। ଏହି ସମୟରେ ଖାରବେଳନଗର ଥାନା ପୋଲିସ ସର୍ବାଧିକ ୩୬୯ ଆଇନ ଉଲଙ୍ଘନକାରୀଙ୍କଠୁ ୧ ଲକ୍ଷ ୮୪ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛି।
ତେବେ ଭୁବନେଶ୍ୱରରେ ଅପରାଧ ରୋକିବା ସହ ସହରକୁ ସୁରକ୍ଷିତ ରଖିବାକୁ ଏହି ଅଭିଯାନ ଦ୍ୱାରା ବିଭିନ୍ନ ସ୍ଥାନରେ ଚାଲୁଥିବା ଖଟି, ସର୍ବସାଧାରଣରେ ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖୁଛି ପୋଲିସ। ତେବେ ପୂର୍ବରୁ ଜାରି ହୋଇଥିବା ହ୍ବାଟ୍ସଆପ୍‌ ନମ୍ବର (୭୦୭୭୭୯୮୧୧୧) ଜରିଆରେ ନିଶା କାରବାର ଓ ଆପରାଧିକ କାର୍ଯ୍ୟାକଳାପର ସୂଚନା ଦେବା ପାଇଁ କୁହାଯାଇଛି। ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…

ଶ୍ରୀଲଙ୍କାର ବଡ଼ ଅନୁରୋଧ: ମ୍ୟାଚ୍‌ ବର୍ଜନ ଉପରେ ପୁନଃ ବିଚାର କରିପାରେ ପାକିସ୍ତାନ

କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ…

ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ: ଉତ୍ତେଜିତ ହୋଇ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ସୀମାଞ୍ଚଳ ମହାପାତ୍ର(୨୪) ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।ବୁଧବାର ସକାଳେ ଡ୍ରେନରେ…

ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା

ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ନୂଆଗାଁସ୍ଥିତ ହରପ୍ରସାଦ ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri