Posted inଜାତୀୟ

୭ ବର୍ଷରେ ୩,୭୮୨ ଭୂସ୍ଖଳନ

ନୂଆଦିଲ୍ଲୀ, ୧୬।୧: ଭୂସ୍ଖଳନ ପାଇଁ ଉତ୍ତରାଖଣ୍ଡର ଜୋଷୀମଠବାସୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି। ଦିନ ବିତିବା ସାଙ୍ଗକୁ ଏହି କ୍ଷୁଦ୍ର ସହର ଧୀରେ ଧୀରେ ମାଟି ତଳକୁ ଦବିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ବର୍ଷ ୨୦୧୫ରୁ ୨୦୨୨ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ୩,୭୮୨ ଭୂସ୍ଖଳନ ହୋଇଛି।
ଭାରତ ପକ୍ଷରୁ କରାଯାଇଥିବା ଭୌଗୋଳିକ ସର୍ଭେ ଅନୁସାରେ ଦେଶର ବରଫାବୃତ ଅଞ୍ଚଳକୁ ଛାଡ଼ିଦେଲେ ପାଖାପାଖି ୧୨.୬% (୦.୪୨ ନିୟୁତ ସ୍କୋୟାର କି.ମି.) ଅଞ୍ଚଳରେ ଭୂସ୍ଖଳନର ବିପଦ ରହିଛି। ଏଥିରୁ ୦.୧୮ ନିୟୁତ ସ୍କୋୟାର କି.ମି. ଅଞ୍ଚଳ ଉତ୍ତର-ପୂର୍ବ ହିମାଳୟ କ୍ଷେତ୍ରରେ ଆସୁଥିବାବେଳେ ଦାର୍ଜିଲିଂ, ସିକିମ୍‌ ମଧ୍ୟ ଏଥିରେ ସାମିଲ ଅଛି।

ସେହିପରି ୦.୧୪ ନିୟୁତ ସ୍କୋୟାର କି.ମି. ଉତ୍ତର-ପୂର୍ବ ହିମାଳୟରେ, ୦.୦୦୯ ନିୟୁତ ସ୍କୋୟାର କି.ମି. ପଶ୍ଚିମ ଘାଟ ଓ କୋଙ୍କଣ ପାହାଡ଼ରେ ଥିବାବେଳେ ଆନ୍ଧ୍ରପ୍ରଦେଶ ଅରୁକୁର ପୂର୍ବାଞ୍ଚଳ ଘାଟରେ ଭୂସ୍ଖଳନର ଆଶଙ୍କ ରହିଛି। ହିମାଳୟର ଅଧିକାଂଶ ଭୂଖଣ୍ଡରେ ଭୂସ୍ଖଳନ ଏବଂ ଭୂକମ୍ପର ଡର ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହାର ମୁକାବିଲା ପାଇଁ ସରକାର ପୂର୍ବ ପ୍ରସ୍ତୁତି କରିବା ଆବଶ୍ୟକ ବୋଲି ବିଶେଷଜ୍ଞ ନିଜ ମତ ପ୍ରକାଶ କରିଛନ୍ତି। ମାତ୍ରାଧିକ ବର୍ଷା ସାଙ୍ଗକୁ ମାଟିକୁ ହାଣି ସ୍ଲୋପ୍‌ ତିଆରି କରିବା ଏବଂ ଡ୍ରେନେଜ୍‌କୁ ବ୍ଲକ୍‌ କରି ରଖିବା ଭୂସ୍ଖଳନର ମୁଖ୍ୟ କାରଣ। ଭୂସ୍ଖଳନ ଓ ହିମସ୍ଖଳନ ଦ୍ୱାରା ହିମାଳୟ ପର୍ବତାଞ୍ଚଳର ୧୫% ପ୍ରଭାବିତ ହେବ ବୋଲି ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) କହିଛି।

ଦାର୍ଜିଲିଂ, ସିକିମ୍‌, ମିଜୋରାମ, ତ୍ରିପୁରା, ମଣିପୁର, ଆସାମ, ନାଗାଲାଣ୍ଡ ଏବଂ ଅରୁଣାଚଳ, ପ୍ରଦେଶରେ ଭୂକମ୍ପଜନିତ ସମସ୍ୟା ଦୀର୍ଘଦିନ ଧରି ଲାଗିରହିଛି। ନ୍ୟାଶନାଲ ଏନ୍‌ଭାଇରନମେଣ୍ଟାଲ ରିସର୍ଚ୍ଚ କାଉନ୍‌ସିଲ୍‌ (ଏନ୍‌ଇଆର୍‌ସି) ଅଧୀନରେ ଭାରତ ଏବଂ ବ୍ରିଟେନ୍‌ ଭୌଗୋଳିକ ସର୍ଭେ (ବିଜିଏସ୍‌) ମିଳିତ ଭାବେ ଏହି ଗବେଷଣା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri