Posted inଜାତୀୟ

୭ ବର୍ଷରେ ୩,୭୮୨ ଭୂସ୍ଖଳନ

ନୂଆଦିଲ୍ଲୀ, ୧୬।୧: ଭୂସ୍ଖଳନ ପାଇଁ ଉତ୍ତରାଖଣ୍ଡର ଜୋଷୀମଠବାସୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି। ଦିନ ବିତିବା ସାଙ୍ଗକୁ ଏହି କ୍ଷୁଦ୍ର ସହର ଧୀରେ ଧୀରେ ମାଟି ତଳକୁ ଦବିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ବର୍ଷ ୨୦୧୫ରୁ ୨୦୨୨ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ୩,୭୮୨ ଭୂସ୍ଖଳନ ହୋଇଛି।
ଭାରତ ପକ୍ଷରୁ କରାଯାଇଥିବା ଭୌଗୋଳିକ ସର୍ଭେ ଅନୁସାରେ ଦେଶର ବରଫାବୃତ ଅଞ୍ଚଳକୁ ଛାଡ଼ିଦେଲେ ପାଖାପାଖି ୧୨.୬% (୦.୪୨ ନିୟୁତ ସ୍କୋୟାର କି.ମି.) ଅଞ୍ଚଳରେ ଭୂସ୍ଖଳନର ବିପଦ ରହିଛି। ଏଥିରୁ ୦.୧୮ ନିୟୁତ ସ୍କୋୟାର କି.ମି. ଅଞ୍ଚଳ ଉତ୍ତର-ପୂର୍ବ ହିମାଳୟ କ୍ଷେତ୍ରରେ ଆସୁଥିବାବେଳେ ଦାର୍ଜିଲିଂ, ସିକିମ୍‌ ମଧ୍ୟ ଏଥିରେ ସାମିଲ ଅଛି।

ସେହିପରି ୦.୧୪ ନିୟୁତ ସ୍କୋୟାର କି.ମି. ଉତ୍ତର-ପୂର୍ବ ହିମାଳୟରେ, ୦.୦୦୯ ନିୟୁତ ସ୍କୋୟାର କି.ମି. ପଶ୍ଚିମ ଘାଟ ଓ କୋଙ୍କଣ ପାହାଡ଼ରେ ଥିବାବେଳେ ଆନ୍ଧ୍ରପ୍ରଦେଶ ଅରୁକୁର ପୂର୍ବାଞ୍ଚଳ ଘାଟରେ ଭୂସ୍ଖଳନର ଆଶଙ୍କ ରହିଛି। ହିମାଳୟର ଅଧିକାଂଶ ଭୂଖଣ୍ଡରେ ଭୂସ୍ଖଳନ ଏବଂ ଭୂକମ୍ପର ଡର ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହାର ମୁକାବିଲା ପାଇଁ ସରକାର ପୂର୍ବ ପ୍ରସ୍ତୁତି କରିବା ଆବଶ୍ୟକ ବୋଲି ବିଶେଷଜ୍ଞ ନିଜ ମତ ପ୍ରକାଶ କରିଛନ୍ତି। ମାତ୍ରାଧିକ ବର୍ଷା ସାଙ୍ଗକୁ ମାଟିକୁ ହାଣି ସ୍ଲୋପ୍‌ ତିଆରି କରିବା ଏବଂ ଡ୍ରେନେଜ୍‌କୁ ବ୍ଲକ୍‌ କରି ରଖିବା ଭୂସ୍ଖଳନର ମୁଖ୍ୟ କାରଣ। ଭୂସ୍ଖଳନ ଓ ହିମସ୍ଖଳନ ଦ୍ୱାରା ହିମାଳୟ ପର୍ବତାଞ୍ଚଳର ୧୫% ପ୍ରଭାବିତ ହେବ ବୋଲି ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) କହିଛି।

ଦାର୍ଜିଲିଂ, ସିକିମ୍‌, ମିଜୋରାମ, ତ୍ରିପୁରା, ମଣିପୁର, ଆସାମ, ନାଗାଲାଣ୍ଡ ଏବଂ ଅରୁଣାଚଳ, ପ୍ରଦେଶରେ ଭୂକମ୍ପଜନିତ ସମସ୍ୟା ଦୀର୍ଘଦିନ ଧରି ଲାଗିରହିଛି। ନ୍ୟାଶନାଲ ଏନ୍‌ଭାଇରନମେଣ୍ଟାଲ ରିସର୍ଚ୍ଚ କାଉନ୍‌ସିଲ୍‌ (ଏନ୍‌ଇଆର୍‌ସି) ଅଧୀନରେ ଭାରତ ଏବଂ ବ୍ରିଟେନ୍‌ ଭୌଗୋଳିକ ସର୍ଭେ (ବିଜିଏସ୍‌) ମିଳିତ ଭାବେ ଏହି ଗବେଷଣା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri