ବାଲେଶ୍ୱରରେ ୩୭,୫୭୭ ଅତିଥି ପକ୍ଷୀ

ବାଲେଶ୍ୱର,୨୦।୧(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାରେ ଶେଷ ହୋଇଛି ପକ୍ଷୀ ଗଣନା। ଜିଲାର ଜଳେଶ୍ୱର, ଚାନ୍ଦିପୁର, ନୀଳଗିରି, କୁଲଡ଼ିହା ଓ ସୋର ପ୍ରଭୃତି ୫ ରେଞ୍ଜର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା ପାଇଁ ୧୭ଟି ଟିମ୍‌ ନିୟୋଜିତ ହୋଇଥିଲେ। ବିଭାଗୀୟ ରେଞ୍ଜ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଚାନ୍ଦିପୁର ରେଞ୍ଜର ଆଇଟିଆର୍‌ କ୍ୟାମ୍ପସ୍‌, ଚାନ୍ଦିପୁର, ପରଖି, ରୂପଖଣ୍ଡ, କଣ୍ଟିଆଚିରା ନଦୀ ମୁହାଣ, ବୁଢ଼ାବଳଙ୍ଗ ନଦୀ ମୁହାଣ ଓ ବାହାବଳପୁର ନଦୀ ମୁହାଣରେ ୨୧ହଜାର ୨୩୭ ପକ୍ଷୀ ଦେଖିବାକୁ ମିଳିଥିଲା। ସେହିପରି ଜଳେଶ୍ୱର ରେଞ୍ଜର ମୁରଲୀଚଡ଼, ସୁବର୍ଣ୍ଣରେଖା ମୁହାଣ, ତାଳସାରୀ ବିଚ୍‌ରେ ୧୪ହଜାର ୫୮୯ଟି ପକ୍ଷୀ, ସୋର ରେଞ୍ଜର ସିନ୍ଧୁଆ, ବଣପାରିଆ, ଷୋଳଭଉଣୀ ଡ୍ୟାମ୍‌ରେ ୭୧୦ଟି ପକ୍ଷୀ, ନୀଳଗିରି ରେଞ୍ଜର ପଦ୍ମତୋଳା ହ୍ରଦରେ ୫୭୮ଟି ପକ୍ଷୀ ଏବଂ କୁଲଡ଼ିହା ରେଞ୍ଜର ରୁଷିଆ, ଖୁମକୁଟ, ବଗାଳିବନ୍ଧରେ ୪୬୩ଟି ପକ୍ଷୀ ଥିବା ଗଣତିରୁ ଜଣାପଡ଼ିଛି। ମୋଟ୍‌ ୩୭ହଜାର ୫୭୭ ପକ୍ଷୀ ସଂଖ୍ୟା ମଧ୍ୟରୁ ୯୪ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏଥିରୁ ଦେଶୀ ୬୫ଟି ପ୍ରଜାତିର ଓ ବିଦେଶୀ ୨୯ଟି ପ୍ରଜାତିର ଆସିଛନ୍ତି। ଚଳିତ ବର୍ଷ ଆସିଥିବା ଦେଶୀ ପକ୍ଷୀଙ୍କ ଭିତରୁ ୧୪ ହଜାର ୫୦୦ଟି ଲେସର ହୁଇସ୍‌ଲିଙ୍ଗ ଡକ୍‌ ପକ୍ଷୀ ଅଧିକ ଆସିଛନ୍ତି। ସେହିପରି ୧୦୧୦ଟି ଲାର୍ଜ ହୁଇସ୍‌ଲିଙ୍ଗ୍‌ ଡକ୍‌ ବିଦେଶୀ ପକ୍ଷୀ ଅଧିକ ଆସିଛନ୍ତି। ସର୍ବାଧିକ ପକ୍ଷୀ ଚାନ୍ଦିପୁର ଏବଂ ସର୍ବନିମ୍ନ କୁଲଡ଼ିହା ରେଞ୍ଜକୁ ଆସିଥିବା ବନ୍ୟପ୍ରାଣୀ ବିଭାଗର ରିପୋର୍ଟରୁ ଜଣାପଡ଼ିଛି।
ପ୍ରତିବର୍ଷ ବାଲେଶ୍ୱରକୁ ଦେଶ ବିଦେଶରୁ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୨୧ରେ ଜିଲାକୁ ୧୪ହଜାର ୧୫୫ ପକ୍ଷୀ ଆସିଥିବା ବେଳେ ଏଥିରୁ ୩୮ ବିଦେଶୀ ଓ ୬୨ ପ୍ରଜାତିର ବିଭିନ୍ନ ଦେଶୀ ପକ୍ଷୀ ଆସିଥିଲେ। ସେହିପରି ୨୦୨୨ରେ ୨୩ହଜାର ୧୨୦ ପକ୍ଷୀ ଆସିଥିବା ବେଳେ ଏଥିରୁ ଦେଶୀ ୬୨ ଓ ବିଦେଶୀ ୩୯ ପ୍ରଜାତିର ପକ୍ଷୀ ଆସିଥିଲେ। ୨୦୨୩ରେ ଜିଲାକୁ ୨୯ହଜାର ୮୫୬ ପକ୍ଷୀ ଆସିଥିଲେ।
ଚାନ୍ଦିପୁର ବେଳାଭୂମି ସମେତ ଖାଦ୍ୟ ଓ ପାନୀୟ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ଆଇଟିଆର୍‌ କ୍ୟାମ୍ପସ୍‌ ପକ୍ଷୀମାନଙ୍କ ପ୍ରଥମ ପସନ୍ଦ ସ୍ଥାନ ପାଲଟିଛି। ଲେସର ହୁଇସ୍‌ଲିଙ୍ଗ ଡକ୍‌ ପକ୍ଷୀ ଏହି ସ୍ଥାନକୁ ଅଧିକ ଆସିଥିବା ଜଣାପଡ଼ିଛି। ରଙ୍ଗବେରଙ୍ଗର ପକ୍ଷୀଙ୍କ ପାଇଁ କ୍ୟାମ୍ପସ୍‌ର ସୌନ୍ଦର୍ଯ୍ୟ ଆହୁରି ଦ୍ୱିଗୁଣିତ ହୋଇଥିବା ପରିବେଶବିତ୍‌ଙ୍କ ସମେତ ବିଭାଗୀୟ ଅଧିକାରୀମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri