Posted inଫୁରସତ

ପ୍ରେମ ଜୀବନରେ ସନ୍ତୁଷ୍ଟ ନୁହନ୍ତି ୩୭% ଭାରତୀୟ: ଏହି ଦେଶ ପ୍ରେମରେ ସର୍ବାଧିକ ଖୁସି

ପ୍ୟାରିସ୍‌, ୧୪।୨:ପ୍ରେମ ଜୀବନକୁ ନେଇ ୩୭% ଭାରତୀୟ ସନ୍ତୁଷ୍ଟ ନୁହନ୍ତି। ଚଳିତ ବର୍ଷର ଭାଲେଣ୍ଟାଇନ୍ସ ଡେ’କୁ ଦୃଷ୍ଟିରେ ରଖି ମଲ୍ଟି ନ୍ୟାଶନାଲ ମାର୍କେଟ ରିସର୍ଚ୍ଚ ଆଣ୍ଡ୍‌ କନସଲ୍ଟିଂ କମ୍ପାନୀ ‘ଇପ୍‌ସୋସ୍‌’ ପକ୍ଷରୁ ଭାରତ ସମେତ ୩୦ ଦେଶରେ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ଗୁରୁବାର ‘ଲଭ୍‌ ଲାଇଫ୍‌ ସାଟିସ୍‌ଫେକ୍ସନ ୨୦୨୫’ ନାମରେ ଇପ୍‌ସୋସ୍‌ ନିଜ ସର୍ଭେର ଫଳାଫଳକୁ ଜାରି କରିଛି। ଏହି ସର୍ଭେ ଅନୁଯାୟୀ, ଭାରତରେ ୬୩% ଲୋକ ସେମାନଙ୍କ ପ୍ରେମ ଜୀବନରେ ସନ୍ତୁଷ୍ଟ। ତେବେ ପ୍ରେମ ଜୀବନରେ ସର୍ବାଧିକ ଲୋକ ଖୁସି ଥିବା ଦେଶ ହେଉଛି କଲମ୍ବିଆ। କଲମ୍ବିଆରେ ୮୨% ଲୋକ ପ୍ରେମ ଜୀବନରେ ସନ୍ତୁଷ୍ଟ ଥିବା ଇପ୍‌ସୋସ୍‌ ସର୍ଭେରେ ପ୍ରକାଶ ପାଇଛି।
ସେହିପରି ଥାଇଲାଣ୍ଡ, ମେକ୍ସିକୋ ଏବଂ ଇଣ୍ଡୋନେସିଆରେ ୮୧% ଏବଂ ମାଲେସିଆରେ ୭୯% ଲୋକ ପ୍ରେମ ଜୀବନରେ ସନ୍ତୁଷ୍ଟ ରହିଛନ୍ତି। ଇପ୍‌ସୋସ୍‌ ପକ୍ଷରୁ ଜାରି ହୋଇଥିବା ତାଲିକାର ନିମ୍ନ ୩ ସ୍ଥାନରେ ଭାରତ, ଦକ୍ଷିଣ କୋରିଆ ଏବଂ ଜାପାନ ରହିଛି। ଦକ୍ଷିଣ କୋରିଆ ଏବଂ ଜାପାନରେ ଯଥାକ୍ରମେ ୫୯% ଓ ୫୬% ଲୋକ ସେମାନଙ୍କ ପ୍ରେମ ଜୀବନରେ ସନ୍ତୁଷ୍ଟ ରହିଛନ୍ତି। ଇପ୍‌ସୋସ୍‌ ଇଣ୍ଡିଆର ଗ୍ରୁପ୍‌ ସର୍ଭିସ୍‌ ଲାଇନ ଲିଡର ଅଶ୍ୱିନୀ ଶିର୍ସିକର କହିଛନ୍ତି, ଅଧିକାଂଶ ଭାରତୀୟ ଯୌଥ ପରିବାରରେ ରୁହନ୍ତି। ଯେଉଁମାନେ ଏକକ ପରିବାରରେ ରୁହନ୍ତି, ସେମାନଙ୍କ ଉପରେ ପାରିବାରିକ ବୋଝ ଅଧିକ ରହିଥାଏ। ତେଣୁ ବୃତ୍ତିଗତ ଚାପ, କ୍ୟାରିୟର, ସାମାଜିକ ଚାପ ଆଦି କାରଣରୁ ସେମାନେ ରୋମାନ୍ସ, ପ୍ରେମ, ଶାରୀରିକ ଅନ୍ତରଙ୍ଗତା ଆଦି ପାଇଁ କମ୍‌ ସମୟ ପାଇଥାନ୍ତି।
ଏହି ସର୍ଭେ ଅନୁଯାୟୀ, ୬୪% ଭାରତୀୟ କହିଛନ୍ତି, ସେମାନେ ତାଙ୍କ ଜୀବନରେ ପ୍ରେମକୁ ଅନୁଭବ କରନ୍ତି। ୫୭% ଭାରତୀୟ ସେମାନଙ୍କ ପାର୍ଟନରଙ୍କ ସହ ରୋମାନ୍ସ ଏବଂ ସେକ୍ସ ଲାଇଫ୍‌ରେ ସନ୍ତୁଷ୍ଟ ଥିବା କହିଛନ୍ତି। ତେବେ ୬୭% ଭାରତୀୟ ସେମାନଙ୍କ ଜୀବନସାଥୀଙ୍କ ସହ ରିଲେଶନସିପ୍‌ରେ ସନ୍ତୁଷ୍ଟ ଥିବା କୁହାଯାଇଛି। ଯୌନ ଜୀବନ ଏବଂ ପାର୍ଟନରଙ୍କ ସହ ଖୁସି ପରସ୍ପର ସହ ଜଡ଼ିତ ହୋଇଥିବା ଇପ୍‌ସୋସ୍‌ ପକ୍ଷରୁ ଜାରି ସର୍ଭେରେ କୁହାଯାଇଛି। ଯେଉଁ ଦେଶର ଲୋକମାନେ ସେମାନଙ୍କ ପାର୍ଟନରଙ୍କ ସହ ସମ୍ପର୍କକୁ ନେଇ ବେଶି ସନ୍ତୁଷ୍ଟ ସେମାନେ ତାଙ୍କ ଜୀବନରେ ରୋମାନ୍ସ ଏବଂ ସେକ୍ସ ଲାଇଫ୍‌କୁ ନେଇ ମଧ୍ୟ ଅନୁରୂପ ମାତ୍ରାରେ ସନ୍ତୁଷ୍ଟ ବୋଲି ଇପ୍‌ସୋସ୍‌ କହିଛି। ତେବେ ବ୍ରାଜିଲ, ଦକ୍ଷିଣ କୋରିଆ ଏବଂ ଭାରତ ପରି ଦେଶରେ ଏହାର ବିପରୀତ ଟ୍ରେଣ୍ଡ୍‌ ଦେଖିବାକୁ ମିଳିଛି। ଏହିସବୁ ଦେଶରେ ଲୋକମାନଙ୍କର ରୋମାନ୍ସ ଏବଂ ଯୌନଜୀବନ ସହ ରହିଥିବା ସନ୍ତୁଷ୍ଟତାର ସ୍ତରଠାରୁ ସେମାନେ ନିଜ ସାଥୀଙ୍କ ସହ କମ୍‌ ସନ୍ତୁଷ୍ଟ ରହିଛନ୍ତି। ହେଲେ ଅଧିକ ରୋଜଗାର କରୁଥିବା ବ୍ୟକ୍ତିମାନେ ସେମାନଙ୍କ ପ୍ରେମ ଜୀବନରେ ବେଶି ସନ୍ତୁଷ୍ଟ ବୋଲି ସର୍ଭେ କହିଛି। ଅଧିକ ରୋଜଗାର ଥିବା ୮୩% ଲୋକ ସେମାନଙ୍କ ପ୍ରେମ ଜୀବନରେ ସନ୍ତୁଷ୍ଟ ଥିଲାବେଳେ ମଧ୍ୟମ ଧରଣର ରୋଜଗାର ଥିବା ୭୬% ଲୋକ ଏବଂ କମ୍‌ ରୋଜଗାର କରୁଥିବା ୬୯% ଲୋକ ସେମାନଙ୍କ ପ୍ରେମ ଜୀବନରେ ସନ୍ତୁଷ୍ଟ ଅଛନ୍ତି। ପ୍ରକାଶ ଯେ, ୩୦ ଦେଶର ୨୩,୭୬୫ ଜଣ ଲୋକଙ୍କୁ ନେଇ ଇପ୍‌ସୋସ୍‌ ପକ୍ଷରୁ ଏହି ସର୍ଭେ କରାଯାଇଛି। ସର୍ଭେରେ ଭାରତରୁ ୨,୨୦୦ ଲୋକଙ୍କ ମତ ନିଆଯାଇଥିଲା। ସେଥିମଧ୍ୟରୁ ୧,୮୦୦ ଜଣ ଭାରତୀୟଙ୍କର ସିଧାସଳଖ ସାକ୍ଷାତ୍‌କାର କରାଯାଇଥିବା ବେଳେ ୪୦୦ ଲୋକଙ୍କ ସହ ଅନ୍‌ଲାଇନ ମାଧ୍ୟମରେ ସାକ୍ଷାତ୍‌କାର ନିଆଯାଇଥିବା ଇପ୍‌ସୋସ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri