୧୨ ବର୍ଷ ହେଲା ଶିକୁଳିରେ ବନ୍ଧା ୨ ଭାଇ

କୋକସରା, ୭।୭(ଡି.ଏନ.ଏ.) ସମୟ ବଦଳିଛି। ତା’ସହିତ ତାଳ ଦେଇ ବଦଳିଛି ଲୋକଙ୍କ ଜୀବନ ଶୈଳୀ। ହେଲେ ଅନ୍ଧବିଶ୍ୱାସରୁ ଆଜି ବି ମଣିଷ ବାହାରି ପାରିନାହିଁ। ତା’ର ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ଅଧୀନ ଖୁଣ୍ଟିଆ ପଞ୍ଚାୟତ ବାରବଖରା ଗ୍ରାମରେ ା ଏହି ଗାଁରେ ୨ ଭାଇଙ୍କୁ ଦୀର୍ଘ ୧୨ବର୍ଷ ହେବ ଶିକୁଳିରେ ବନ୍ଧାଯାଇ ରଖାଯାଇଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ତାଙ୍କ ପରିବାର ସଦସ୍ୟମାନେ ସେମାନଙ୍କ ଉପଯୁକ୍ତ ଚିକିତ୍ସା କରିପାରି ନାହାନ୍ତି। ସେଥିପାଇଁ ରୋଗରେ ପଡ଼ି ସେହି ୨ ଭାଇ ଅଭିଶପ୍ତ ଜୀବନ ବିତାଇବାକୁ ବାଧ୍ୟ ହୋଇଥିବା ଅଭିଯୋଗ ହୋଇଛି।
ଆଜକୁ ୧୨ବର୍ଷ ପୂର୍ବେ ବାରବଖରା ଗ୍ରାମର ବେଣୁ ଧରୁଆଙ୍କ ବଡ଼ପୁଅ କ୍ଷୀତ (୪୫)ଙ୍କୁ ଜ୍ୱର ହୋଇଥିଲା। ଆବଶ୍ୟକ ଚିକିତ୍ସା ଅଭାବରୁ ସେ ମାନସିକ ସନ୍ତୁଳନ ହରାଇ ବସିଥିଲେ। ସେହିପରି ମଝିଆ ପୁଅ ଲିଳିତ (୩୮)ଙ୍କ ସମାନ ଅବସ୍ଥା। ୧୨ ବର୍ଷ ହେଲା ଦୁଇ ଭାଇ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ କହିଛନ୍ତି। ପରିବାର ଲୋକେ ସେମାନଙ୍କୁ ଡାକ୍ତରଖାନାକୁ ନେଇଥିଲେ। ହେଲେ କୌଣସି ସୁଫଳ ମିଳି ନ ଥିଲା। ପରିବାରର ଆର୍ଥିକ ସ୍ଥିତି ଦୁର୍ବଳତା ଥିବାରୁ ଉପଯୁକ୍ତ ଚିକିତ୍ସା କରିବା ସମ୍ଭବ ହେଇ ନ ଥିଲା। ସାଧାରଣତଃ ଆଦିବାସୀ ସମ୍ପ୍ରଦାୟର ଲୋକେ ଆଜି ବି ଗୁଣିଗାରେଡି ଉପରେ ବିଶ୍ୱାସ କରୁଛନ୍ତି। ଏପରି କି କ୍ଷୀତ ଓ ଲିଳିତଙ୍କୁ ଭଲ ଡାକ୍ତରଖାନାକୁ ନେବା ବଦଳରେ ତାଙ୍କ ପରିବାର ଲୋକେ ଗ୍ରାମ ଦେବଦେବୀଙ୍କୁ ଛେଳି ମେଣ୍ଡା ବଳି ଦେଇ ପୂଜାର୍ଚ୍ଚନା କରିଥିଲେ ା ହେଲେ ସେମାନଙ୍କ ମାନସିକ ଅବସ୍ଥା ଧୀରେ ଧୀରେ ଅଣାୟତ୍ତ ହୋଇପଡିଥିଲା। ଏହା ପରେ ବି ସେମାନଙ୍କ କୌଣସି ଚିକିତ୍ସା କରା ନ ଯାଇ ଗୋଡରେ ଶିକୁଳି ବାନ୍ଧି ରଖାଯାଇଥିଲା। ବର୍ଷେ କି ଦୁଇ ବର୍ଷ ନୁହେଁ, ଆଜକୁ ୧୨ ବର୍ଷ ହେଲା ସେମାନେ ଶିକୁଳିରେ ବନ୍ଧା ଜୀବନ ବିତାଉଛନ୍ତି। ଦିନକୁ ଦିନ ସେମାନଙ୍କ ମାନସିକ ରୋଗ ବଢି ଚାଲିଛି। ସେମାନଙ୍କୁ ଆହା କରିବାକୁ କେହି ନାହାନ୍ତି। ୨ ପୁଅଙ୍କ ଏଭଳି ଦୁଃଖ ଦେଖି ବାପା ବେଣୁ ଧରୁଆ ଗତ ୮ ବର୍ଷ ତଳେ ଆରପାରିକୁ ଚାଲିଯାଇଛନ୍ତି। ପାଞ୍ଚ ବର୍ଷ ତଳେ ମା’ଙ୍କ ବି ପରଲୋକ ଘଟି ସାରିଛି। ଏପରି ପରିସ୍ଥିତିରେ ମାନସିକ ରୋଗରେ ପୀଡିତ ଦୁଇ ଭାଇ ଅସହାୟ ଅବସ୍ଥାରେ ଖରା, ବର୍ଷା, ଶୀତ କାକରରେ ପଡ଼ି ରହିଛନ୍ତି। ଅନ୍ୟର ହାତଟେକା ଖାଦ୍ୟରେ ସେମାନଙ୍କ ପେଟ ପୂରେ, ନଚେତ ଅନାହାରରେ ଦିନ ବିତେ। ଜିଲା ପ୍ରଶାସନ ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଉଚିତ ଚିକିତ୍ସା କରାଗଲେ ସେମାନେ ମାନସିକ ରୋଗରୁ ମୁକ୍ତି ପାଇପାରିବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ ସେଠୀଙ୍କୁ ପଚାରିବାରୁ ଏ ସମ୍ପର୍କରେ ଅବଗତ ନ ଥିଲେ। ଉକ୍ତ ଘଟଣାର ତଦନ୍ତ କରି ତୁରନ୍ତ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri