ପୁରୀ,୨୨।୬: ଜୁନ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି। ଏନେଇ ରଥଖଳାରେ ଚାଲିଛି ମହାପ୍ରସ୍ତୁତି। ରଥଯାତ୍ରାକୁ ନେଇ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇପଡିଥିବା ବେଳେ ପୂର୍ବତଟ ରେଳ ବିଭାଗ ପକ୍ଷରୁ ରବିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ରଥଯାତ୍ରା ସମୟରେ ପୁରୀକୁ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ରାଜ୍ୟ ତଥା ରାଜ୍ୟ ବାହାରରୁ ଶ୍ରଦ୍ଧାଳୁ ପୁରୀ ଜଗନ୍ନାଥ ଧାମ ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।
ଶ୍ରଦ୍ଧାଳୁଙ୍କୁ ଦୃଷ୍ଟିରେ ରଖି ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରୁ ଶ୍ରୀକ୍ଷେତ୍ର ପୁରୀକୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ପଲାସା, ବିଶାଖାପାଟଣା, ଜଗଦଲପୁର, ଗୋଣ୍ଡିଆ ଓ କୋଲକାତାରୁ ମଧ୍ୟ ପୁରୀକୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛ


