କନ୍ଧମାଳର ପାରମ୍ପରିକ ଖାଦ୍ୟ ସାମଗ୍ରୀ ପ୍ରତି ବଢୁଛି ପୁଞ୍ଜି ନିବେଶକାରୀଙ୍କ ଆଗ୍ରହ

ଦାରିଙ୍ଗବାଡ଼ି,୨୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପାରମ୍ପରିକ ହଳଦୀ, ସୋରିଷ, ଅଦା, କାନ୍ଦୁଲ, ତିଳା, ମାଣ୍ଡିଆ, କାଙ୍ଗୁ, କୁଏରୀ, ଜହ୍ନା ଭଳି ପାରମ୍ପରିକ ଖାଦ୍ୟ ତଥା ମସଲା ଜାତୀୟ, ତୈଳ ଏବଂ ଡାଲିଜାତୀୟ ଫସଲ ଅମଳ ହେଉଛି। ଏହିସବୁ ସାମଗ୍ରୀ ସମେତ ଜଙ୍ଗଲ ଜାତୀୟ ସାମଗ୍ରୀ ମହୁ, ତେନ୍ତୁଳି, ମହୁଲ ଫୁଲ, ଗରା, ପଣସ, ଆମ୍ବ, ଝୁଣା ଭଳି ସାମଗ୍ରୀକୁ ବିକ୍ରିବଟା ଓ ପ୍ରସ୍ତୁତି ପାଇଁ ଆଗ୍ରହ ବଢୁଛି। ଏହି ଆଗ୍ରହ ଜିଲା ଓ ଜିଲା ବାହାର ପୁଞ୍ଜିପତିଙ୍କ ପୂର୍ବ ଅପେକ୍ଷା ଗତ ଫେବୃଆରୀ ୨୭ ଏବଂ ୨୮ରେ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ରେ ୨ ଦିନିଆ ଇନ୍‌ଭେଷ୍ଟ କନ୍ଧମାଳର ଆୟୋଜନ ପରେ ଏବେ ପୁଞ୍ଜିପତିଙ୍କ ଏହି ବ୍ୟବସାୟ ପ୍ରତି ଆଗ୍ରହ ବଢୁଛି। ଜିଲା ପ୍ରଶାସନ ତଥା ଜିଲାପାଳ ଅମ୍ରିତ ଋତୁରାଜ ସେହି ସମୟରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ବେଳେ ରାଜ୍ୟ ସରକାର ଏହି ଇନ୍‌ଭେଷ୍ଟ କନ୍ଧମାଳରେ ମହିଳା ପୁଞ୍ଜିପତିଙ୍କୁ ବିଶେଷକରି ୭୦ ପ୍ରତିଶୋଧ ମହିଳାଙ୍କୁ ସୁଯୋଗ ଦିଆଯିବାକୁ ଲକ୍ଷ୍ୟ ରଖିଥିବା ବେଳେ ଦାରିଙ୍ଗବାଡ଼ିର ଲକ୍ଷପତି ଦିଦି ଝରଣା ସାହୁଙ୍କ ନିକଟରେ କିଛି ପୁଞ୍ଜି ବିନିଯୋଗକାରୀ ଯେଉଁମାନେ ଇନ୍‌ଭେଷ୍ଟ କନ୍ଧମାଳରେ ଅଂଶଗ୍ରହଣ କରିଥିଲେ ସେମାନେ ହଳଦୀ ପ୍ରକ୍ରିୟା କରଣ ସମେତ ଅଦା, ତେନ୍ତୁଳି, ମସଲାଜାତୀୟ ସାମଗ୍ରୀର ପ୍ରକ୍ରିୟା କରଣ ଓ ତାର ବିକ୍ରିବଟା ସମ୍ପର୍କରେ ଜାଣିବାକୁ ତାଙ୍କ ପ୍ରସ୍ତୁତିକାରଣ ୟୁନିଟ୍‌କୁ ପରିଦର୍ଶନ କରି ତାଙ୍କଠାରୁ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ବିଶେଷକରି କଞ୍ଚା ହଳଦୀକୁ ସିଝାଇ, ଶୁଖାଇ ତାକୁ ପଲିସ୍‌ କରିବା ଓ ବିନା ପଲିସରେ କିଭଳି ପାଉଡର ପ୍ରସ୍ତୁତି କରି ହାଇଜେନିକ ପ୍ୟାକିଂ ଆଦି ସମ୍ପର୍କରେ ପଚାରି ବୁଖିଛନ୍ତି। ଏଥିରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ସୁବାସ ସାହୁ, ରବୀନ୍ଦ୍ର କୁମାର ସାମଲ, ରମେଶ ସାହୁ ପ୍ରମୁଖ ଝରଣା ସାହୁଙ୍କୁ ଭେଟି ଏହି ୟୁନିଟ୍‌ ପରିଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?