Categories: ଫୁରସତ

କମ୍ପାନୀ ପକ୍ଷରୁ ବ୍ୟକ୍ତିଙ୍କୁ ୩୬୫ ଦିନ ପେଡ୍‌ ଲିଭ୍‌

ବେଜିଂ: ଲୋକେ ତାଙ୍କ ସୁବିଧା ଅସୁବିଧା ପାଇଁ ତାଙ୍କ କର୍ମସ୍ଥାନରୁ କିଛିଦିନ ବିରତି ନେଇଥାନ୍ତି। ସେଥିରେ ତାଙ୍କର କିଛି ଦିନର ଦରମା କଟି ନ ଥାଏ। ହେଲେ ନିକଟରେ ଜଣେ ବ୍ୟକ୍ତିଙ୍କୁ କାର୍ଯ୍ୟରତ ଥିବା ଏକ କମ୍ପାନୀଠାରୁ ବର୍ଷକର ବିରତି ମିଳିଛି। ଏଥିସହ ତାଙ୍କୁ ସବୁ ମାସର ଦରମା ମଧ୍ୟ ମିଳିବ ବୋଲି ଘୋଷଣା ହୋଇଛି। ଚାଇନାର ଏକ କମ୍ପାନୀ ତା’ କର୍ମଚାରୀଙ୍କ ପାଇଁ ଲକି ଡ୍ରର ଆୟୋଜନ କରିଥିଲା। ସେଥିରେ ଜଣେ ବ୍ୟକ୍ତି ଲକି ଡ୍ରରେ ପେଡ୍‌ ଲିଭ୍‌ ଜିତିଛନ୍ତି। ରିପୋର୍ଟ ମୁତାବକ, ସେହି କମ୍ପାନୀ କର୍ମଚାରୀଙ୍କ କାମ ପ୍ରତି ଆଗ୍ରହ ବଢାଇବାକୁ ୩ ବର୍ଷରେ ଥରେ ଲକି ଡ୍ରର ଆୟୋଜନ କରିଥାଏ। କମ୍ପାନୀରେ ପ୍ରଶାସନ ସମ୍ବନ୍ଧୀୟ ଜଣେ କର୍ମଚାରୀଙ୍କୁ ଲକି ଡ୍ର ମାଧ୍ୟମରେ ୩୬୫ ଦିନ ଛୁଟି ମିଳିଛି।

Share