୧୯ ପଦବୀ ପାଇଁ ମଇଦାନରେ ୩୬ ପ୍ରାର୍ଥୀ

ବାଲେଶ୍ୱର,୨୯ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ପୂର୍ବାହ୍ନ ୭ଟା ୩୦ରୁ ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ୧୯ ପଦବୀ ପାଇଁ ୩୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ ପାଇଁ କେଶବ କୁମାର ଆଚାର୍ଯ୍ୟ, ମନୋଜ କୁମାର ନାୟକ ଏବଂ ନାରାୟଣ ଚନ୍ଦ୍ର ସାହୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଉପ-ସଭାପତି ପଦବୀରେ ଜିତେନ୍ଦ୍ର କୁମାର ଉପାଧ୍ୟାୟ ଓ ରଣଜିତ ପଣ୍ଡା, ସମ୍ପାଦକ ପଦବୀ ପାଇଁ ଦୀପକ କୁମାର ଦାଶ, ପ୍ରତାପ ଚନ୍ଦ୍ର ମହାନ୍ତି, ସମ୍ବିତ କୁମାର ନନ୍ଦୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଦୁଇଟି ସହ-ସମ୍ପାଦକ ପଦବୀ ପାଇଁ ଅଜୟ କୁମାର ବାରିକ, ଚନ୍ଦ୍ରକାନ୍ତ ଜେନା, ପିନାକୀ ଧୀର, ରୀତାଞ୍ଜଳି ନନ୍ଦ, ସୌରୀ ଶଙ୍କର ପରି କୋଷାଧ୍ୟକ୍ଷ ପାଇଁ ନିଶାନ୍ତ ପଟ୍ଟନାୟକ ଓ ରାଧାବଲ୍ଲଭ ଦାଶ, ସହ-କୋଷାଧ୍ୟକ୍ଷ ପାଇଁ ବରେନ୍ଦ୍ର ସେଠୀ, ମହମ୍ମଦ ଇସଲାମ ପ୍ରାର୍ଥୀ ଭାବେ ଲଢୁଛନ୍ତି। ସେହିପରି ୧୨ଜଣ ଏକ୍‌ଜିକ୍ୟୁଟିଭ୍‌ ମେମ୍ବର ପଦବୀ ନିମନ୍ତେ ୧୯ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ମୋଟ୍‌ ୧୪୬୮ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଶନିବାର ପୂର୍ବାହ୍ନ ୭ଟା ୩୦ରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହେବ। ଭୋଟିଂ ପରେ ଗଣତି ଆରମ୍ଭ ହୋଇ ଫଳାଫଳ ପ୍ରକାଶିତ ହେବ। ନିର୍ବାଚନ ଅଧିକାରୀଙ୍କ ସମେତ ୧୮ଜଣ ସହ ନିର୍ବାଚନ ଅଧିକାରୀ ନିର୍ବାଚନ ପରିଚାଳନା କରିବେ ବୋଲି ନିର୍ବାଚନ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri