Categories: ଫୁରସତ

ବିବାହ ନ କରି ଏକାଠି ୩୫ ବର୍ଷ

ଲଣ୍ଡନ: ସୋସିଆଲ ମିଡିଆରେ ବର୍ତ୍ତମାନ ୨ ବୟସାଧିକ କପଲଙ୍କ କାହାଣୀ ଚର୍ଚ୍ଚାରେ ରହିଛି। ଦୀର୍ଘ ୩୫ ବର୍ଷ ପରେ ସେମାନେ ଏବେ ବିବାହ କରିବାକୁ ଯାଉଛନ୍ତି। ପରିଣତ ବୟସରେ ବି ଦୁହିଙ୍କର ଭଲ ପାଇବା କେବେ କମିନି, ତାକୁ ଦର୍ଶାଇବାକୁ ଦୁହେଁ ବିବାହ କରିବେ। ନିକଟରେ ବ୍ରିଟେନର ୫୮ ବର୍ଷୀୟା ଗ୍ରାହମ ମାର୍ଟିନ ୬୦ ବର୍ଷୀୟ ଆଣ୍ଡ୍ରିଆ ମୁରେଙ୍କୁ ପ୍ରପୋଜ କରିଛନ୍ତି। ଦୁହେଁ ସ୍କଟଲାଣ୍ଡର ସମୁଦ୍ରକୂଳରେ ଚାଲୁଥିଲେ। ସେତେବେଳେ ଆଣ୍ଡ୍ରିଆଙ୍କ ସମ୍ମୁଖରେ ମାର୍ଟିନ ଆଣ୍ଡୁମାଡ଼ି ବସି ବିବାହ ପାଇଁ ପ୍ରପୋଜ କରିଥିଲେ। ତାଙ୍କ କଥାରେ ଆଣ୍ଡ୍ରିଆ ହଁ ଭରିବା ସହ ଭାବବିହ୍ବଳ ହୋଇପଡିଥିଲେ। ପ୍ରକୃତରେ ଆଣ୍ଡ୍ରିଆଙ୍କୁ ମାର୍ଟିନ ଭଲ ପାଇବା ପରେ ମାର୍ଟିନ ବିବାହ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ ଦୁହିଁଙ୍କ ସହ ଏକାଠି ରହିବା ହିଁ ସେମାନଙ୍କ ପାଇଁ ଯଥେଷ୍ଟ ଭଲପାଇବା ବୋଲି ମାନିଥିଲେ। ହେଲେ ଉଭୟଙ୍କ ଏନ୍‌ଗେଜମେଣ୍ଟ ସରିଥିଲା। ବର୍ତ୍ତମାନ ସମୟରେ ତାଙ୍କ ପିଲାଙ୍କର ବି ପିଲା ହୋଇସାରିଲେଣି। କିନ୍ତୁ ଏବେ ମାର୍ଟିନ ତାଙ୍କ ମନ ବଦଳାଇଛନ୍ତି। ନାତି-ନାତୁଣୀ ଥିବା ମାର୍ଟିନ ଏବେ ଆଣ୍ଡ୍ରିଆଙ୍କୁ ବିବାହ କରିବାକୁ ରାଜି ହୋଇଛନ୍ତି। ତେବେ ୧୯୮୮ରେ ଦୁହିଁଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା। ହେଲେ ୩୫ ବର୍ଷ ପରେ ମାର୍ଟିନଙ୍କ ମନରେ ପରିବର୍ତ୍ତନ ଦେଖି ଆଣ୍ଡ୍ରିଆଙ୍କୁ ଖୁବ୍‌ ଆଶ୍ଚର୍ଯ୍ୟ ଲାଗିଥିଲା। ମାର୍ଟିନଙ୍କ ଭିତରେ ଏବେ ବି ରୋମାନ୍ସ ଥିବା ଦେଖି ସେ ବହୁତ ଖୁସି ହୋଇଥିଲେ। ଆଣ୍ଡ୍ରିଆଙ୍କ ୮୮ ବର୍ଷୀୟା ବାପାଙ୍କ ମତାମତ ନେଇ ମାର୍ଟିନ ତାଙ୍କୁ ପ୍ରପୋଜ କରିଥିବା ସେ କହିଛନ୍ତି।

Share