ଭକ୍ତଙ୍କ ସେବାରେ ଲାଗୁନି ୩୫ ଇ-ବସ୍‌

ପୁରୀ,୫ା୮(ଅଜିତ୍‌ କୁମାର ମହାନ୍ତି): କଥାରେ ଅଛି ‘ସରକାର କା ମାଲ୍‌ ଦରିଆ ମେ ଡାଲ୍‌’। ତାହାର ଏକ ଉଦାହରଣ ପୁରୀରେ ଦେଖିବାକୁ ମିଳିଛି। ଭାରତର ଚାରିଧାମ ମଧ୍ୟରୁ ପୁରୀ ଅନ୍ୟତମ ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଏଠାକୁ ପ୍ରତିଦିନ ଦେଶ ବିଦେଶରୁ ଭକ୍ତମାନେ ଆସିଥାନ୍ତି। ଭକ୍ତଙ୍କ ଦର୍ଶନ ସୁବିଧା ନିମନ୍ତେ ସରକାର ଅନେକ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ପ୍ରଶାସନର ଆନ୍ତରିକତା ଅଭାବରୁ କେତେକ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ଯେପରିକି, ଭକ୍ତଙ୍କ ଯାତାୟାତ ଲାଗି ୭ ମାସ ତଳେ ଇ-ବସ୍‌ (ବ୍ୟାଟେରିଚାଳିତ ବସ୍‌) ସୁବିଧା କରାଯାଇଥିବାବେଳେ ସେହି ସେବା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। ଫଳରେ ୩୫ଟି ଇ-ବସ୍‌ ଏବେ ଖତ ଖାଇ ନଷ୍ଟ ହେବାକୁ ବସିଛି।
ଅନୁଯାୟୀ, ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ମାଗଣାରେ ଯାତାୟାତ ସୁବିଧା ଯୋଗାଇଦେବା ପାଇଁ ତତ୍କାଳୀନ ରାଜ୍ୟ ସରକାରଙ୍କ ପକ୍ଷରୁ ଇ-ବସ୍‌ ସେବା ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ତିରୁପତି ପରି ପୁରୀରେ ମଧ୍ୟ ଭକ୍ତଙ୍କୁ ମାଗଣା ପରିବହନ ସେବା ଯୋଗାଇଦେବା ସରକାରଙ୍କ ଉଦ୍ଦେଶ୍ୟ ଥିଲା। ସେହି ଅନୁଯାୟୀ, ଶ୍ରୀମନ୍ଦିର ପ୍ରଶାସନକୁ ୩୫ଟି ଇ-ବସ୍‌ ଯୋଗାଇ ଦିଆଯାଇଥିଲା। ବସ୍‌ରେ ଷ୍ଟିକର ଲଗାଯାଇ ପାରମ୍ପରିକ ଝୋଟି ଓ ଚିତ୍ର କରାଯାଇଥିବାରୁ ଏଗୁଡ଼ିକ ବେଶ୍‌ ଆକର୍ଷଣୀୟ ଦେଖାଯାଉଛି। ସମଙ୍ଗ ପାର୍କିଂଠାରେ ଏଥିପାଇଁ ଏକ ଟର୍ମିନାଲ ନିର୍ମାଣ କରାଯାଇଛି। ବସଗୁଡ଼ିକ ପ୍ରତିଦିନ ସେଠାରେ ରିଚାର୍ଜ କରାଯିବା ନେଇ ମଧ୍ୟ ବ୍ୟବସ୍ଥା ରହିଛି। ବସ୍‌ଗୁଡ଼ିକ ମୁଖ୍ୟତଃ ପୁରୀ ରେଳଷ୍ଟେଶନ, ବସ୍‌ଷ୍ଟାଣ୍ଡ ଓ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରୁ ଭକ୍ତଙ୍କୁ ମାଗଣାରେ ଶ୍ରୀମନ୍ଦିର ନିକଟରୁ ନେବା ଆଣିବା କରିଥାନ୍ତା। ଯାହାଦ୍ୱାରା ଦୂରଦୂରାନ୍ତରୁ ପୁରୀକୁ ଆସୁଥିବା ଭକ୍ତମାନେ ଉପକୃତ ହୋଇପାରିଥାନ୍ତେ। ଏହି ବସ୍‌ ଚଳାଚଳର ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଥିଲା। ପରିକ୍ରମା ମାର୍ଗ ଲୋକାର୍ପଣ ପୂର୍ବରୁ ବିପୁଳ ଅର୍ଥରେ ଏହି ବସ୍‌ଗୁଡ଼ିକ କିଣାଯାଇଥିଲା। ପରିକ୍ରମା ମାର୍ଗ ଲୋକାର୍ପଣ ପରେ ବସ୍‌ଗୁଡ଼ିକ ଚଳାଚଳ କରିବାକୁ ସ୍ଥିର ହୋଇଥିଲା। ତେବେ ଇତିମଧ୍ୟରେ ଲୋକାର୍ପଣ ଉତ୍ସବକୁ ୭ ମାସ ବିତିସାରିଥିଲେ ମଧ୍ୟ ଇ-ବସ୍‌ଗୁଡ଼ିକ ରାସ୍ତାରେ ଗଡ଼ିପାରିଲା ନାହିଁ। ଫଳରେ ଭକ୍ତମାନେ ଏହି ସୁବିଧାରୁ ବଞ୍ଚତ୍ତ ହେଲେ। ସମଙ୍ଗ ପାର୍କିଂସ୍ଥଳରେ ଖୋଲା ଆକାଶ ତଳେ ଖରା ବର୍ଷାରେ ଏହି ଇ-ବସ୍‌ଗୁଡ଼ିକ ପଡ଼ିରହି ନଷ୍ଟହେବାକୁ ବସିଛି। ବସ୍‌ ଚଳାଚଳ ପାଇଁ ଏପର୍ଯ୍ୟନ୍ତ ଡ୍ରାଇଭର କିମ୍ବା ହେଲ୍‌ପର୍‌ ନିଯୁକ୍ତ କରାଯାଇନାହିଁ। ଏହାର ଦାୟିତ୍ୱରେ ଥିବା ଶ୍ରୀମନ୍ଦିର ପ୍ରଶାସନର ନିଦ କିନ୍ତୁ ଭାଙ୍ଗୁନାହିଁ। ଏ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଯାହା କିଛି ସମସ୍ୟା ରହିଛି, ସେ ନେଇ ଉଚ୍ଚସ୍ତରୀୟ ମିଟିଂ ଡକାଯାଇ ଆଲେଚନା ସହ ପଦକ୍ଷେପ ଗ୍ରହଣ କରାଯିବ। ୩୫ଟି ଗାଡ଼ି ରହିଛି। ୨ଟି ଚାର୍ଜିଂ ପଏଣ୍ଟ ମଧ୍ୟ ରହିଛି। ଆଉ ୫ଟି ନିର୍ମାଣ ଚାଲିଛି। ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହେବ। ଏହାପରେ ବୈଠକର ନିଷ୍ପତ୍ତି ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଇ-ବସ୍‌ଗୁଡ଼ିକ ଚଳାଚଳ କରିବ। ସେହିପରି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ବ୍ୟାଟେରିଚାଳିତ ବସ୍‌ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଥିଲା। ତେବେ ସେହି ସମୟରେ କୋଡ୍‌ ଅଫ୍‌ କଣ୍ଡକ୍ଟ ଲାଗିଥିବାରୁ ନୂଆ ନିଷ୍ପତ୍ତି ନିଆଯାଇପାରି ନ ଥିଲା। ସେହିପରି ଚାର୍ଜିଂ ଷ୍ଟେଶନ କାମ ସରିନାହିଁ। ଖୁବ୍‌ଶୀଘ୍ର ଶେଷ ହେବ। ଏନେଇ ଆଲୋଚନା କରାଯାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା କେଉଁ ସଂସ୍ଥା ଦାୟିତ୍ୱ ନେବେ ସେ ନେଇ ଆଲୋଚନା କରାଯାଉଛି। ଖୁବ୍‌ଶୀଘ୍ର ବସ୍‌ଗୁଡ଼ିକ ଭକ୍ତଙ୍କ ସେବାରେ ଲାଗିପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ବୁଢ଼ାଢିଅ ଗାଁ ରେ ଥିବା କିଛି ଘରେ ଥିଲା ଗଞ୍ଜେଇ: ଚଢ଼ାଉପରେ ୭ ଲକ୍ଷ ଟଙ୍କାର …

ମୋହନା,୨୪।୩(ମନ୍ମଥ ମିଶ୍ର): ଗଜପତି ଅଡବା ଥାନା ଅଞ୍ଚଳ ଗତ କିଛି ଦିନ ହେବ ଗଞ୍ଜେଇ ବେପାରୀଙ୍କ ନିଦ ହଜାଇ ଦେଇଛି ପୋଲିସ। ଆର୍‌ ଉଦୟଗିରୀ ଏସଡିପିଓ ରାକେଶ…

ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ, ବୌଦ୍ଧ, ଶିଖ ଧର୍ମାବଲମ୍ବୀ…

ନୂଆଦିଲ୍ଲୀ,୨୪।୩: ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି, ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri