ସାତକୋଶିଆରେ ଜନ୍ମନେଲେ ୩୫ ଘଡ଼ିଆଳ ଶାବକ

ବୌଦ୍ଧ,୨୬ା୫(ଅଜିତ କୁମାର ବାରିକ): ସାତକୋଶିଆ ଗଣ୍ଡରେ ୩୫ ଘଡ଼ିଆଳ କୁମ୍ଭୀର ଶାବକ ଜନ୍ମ ନେଇଥିବା ଜଣାପଡ଼ିଛି। ଗତ ଗୁରୁବାର ସାତକୋଶିଆର ବଳଦମଡ଼ା ନିକଟରେ ଏକ ଘଡ଼ିଆଳ କୁମ୍ଭୀର ୩୫ ଶାବକକୁ ଜନ୍ମ ଦେଇଛି। ୪୦ବର୍ଷର ବ୍ୟବଧାନ ପରେ ଏଥରକୁ ମିଶାଇ ଲଗାତର ଚତୁର୍ଥ ଥର ପ୍ରାକୃତିକ ଆବାସସ୍ଥଳୀରେ ମା’ ଘଡ଼ିଆଳ ଅଣ୍ଡା ଫୁଟାଇଛି।

ପ୍ରକାଶ ଯେ, ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ବଳଦମଡ଼ା ନିକଟରେ ଗତ ମାର୍ଚ୍ଚ ମାସରେ ଏକ ଘଡ଼ିଆଳ କୁମ୍ଭୀର ଅଣ୍ଡା ଦେଇଥିଲା। ଅଣ୍ଡା ଦେବାର ୧ ମାସ ପରେ ଛୁଆ ଫୁଟିବା କଥା। ମାତ୍ର ଅତ୍ୟଧିକ ଗରମ କାରଣରୁ ଅଣ୍ଡାରୁ ଛୁଆ ଫୁଟିବା ବିଳମ୍ବ ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି କୋର୍‌ ଏରିଆରେ ମାଛମରା, ଡଙ୍ଗା ଇତ୍ୟାଦି ଚଳାଚଳକୁ ବନ୍ଦ କରାଯାଇଥିଲା। ବିଳମ୍ବରେ ହେଉ ପଛେ ଘଡ଼ିଆଳ ୩୫ ଶାବକ ଜନ୍ମଦେବା ପରେ ସାତକୋଶିଆ ବନ୍ୟପ୍ରାଣୀ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ମହାନଦୀ ବନ୍ୟପ୍ରାଣୀ ଅନୁଗୋଳ ବନଖଣ୍ଡ ଅଧୀନରେ ଥିବା ଟିକରପଡ଼ାଠାରେ ୧୯୭୫ ମସିହାରେ ଘଡ଼ିଆଳ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମହାନଦୀରେ ଘଡ଼ିଆଳ କୁମ୍ଭୀର ବଂଶବୃଦ୍ଧି। ଏହି ଉଦ୍ଦେଶ୍ୟରେ ଟିକରପଡ଼ାଠାରେ ଏକ କୁମ୍ଭୀର ଗବେଷଣା କେନ୍ଦ୍ର ସହ ସଂରକ୍ଷଣ କେନ୍ଦ୍ର ଖୋଲାଯାଇଥିଲା। ମାତ୍ର ବିଭିନ୍ନ ସମୟରେ ବାହାରୁ ଅଣ୍ଡା ଅଣାଯାଇ ପ୍ରଜନନ ପରେ ବି ସାତକୋଶିଆରେ ଘଡ଼ିଆଳ ବଂଶବୃଦ୍ଧି ନ ଘଟିବା ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଥିଲା। ୨୦୨୦ରେ ଘଡ଼ିଆଳ ବଂଶବୃଦ୍ଧିକୁ ଦୃଷ୍ଟିରେ ରଖି କୃତ୍ରିମ ପ୍ରଜନନ ପାଇଁ କେତୋଟି ମାଈ ଏବଂ ପୁରୁଷ ଘଡ଼ିଆଳ ଗଣ୍ଡରେ ଛଡ଼ାଯାଇ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଥିଲା। ଶେଷରେ ୨୦୨୨ରେ ପ୍ରଥମଥର ପାଇଁ ଏକ ଘଡ଼ିଆଳ ସାତକୋଶିଆର ବଳଦମଡ଼ାଠାରେ ୨୮ଟି ଶାବକକୁ ଜନ୍ମ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri