ଭୁବନେଶ୍ୱର,୨୨ା୬ (ଅନିଲ ଦାସ) ଗ୍ରାମାଞ୍ଚଳରେ କୌଣସି ସଡ଼କ ଆଉ ଅସଂଯୋଜିତ ହୋଇ ରହିବ ନାହିଁ। ଆନ୍ତଃରାଜ୍ୟ, ଆନ୍ତଃଜିଲା ଓ ଆନ୍ତଃବ୍ଲକ ସହ ସମସ୍ତ ରାସ୍ତା ସଂଯୋଗ ହେବ। ଦୁର୍ଗମ ତଥା ମାଓପ୍ରବଣ ଅଞ୍ଚଳ ରାସ୍ତା ମଧ୍ୟ ନିର୍ମାଣ ହେବ। ଗ୍ରାମାଞ୍ଚଳରେ ଗମନାଗମନ ଏବଂ ଯୋଗାଯୋଗ ପାଇଁ ଲୋକମାନଙ୍କୁ ହଇରାଣ ହେବାକୁ ପଡ଼ିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସମସ୍ତ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟ ସରକାର ଆସନ୍ତା ୨ ବର୍ଷରେ ୪୯୪୭ କୋଟି ଟଙ୍କା ବ୍ୟୟରେ ୩୪୦୪.୪୨ କିଲୋମିଟର ନୂତନ ରାସ୍ତା ନିର୍ମାଣ କରିବେ। ଏଥିସହିତ ଚାଲୁ ରହିଥିବା କିମ୍ବା ଅଧାପନ୍ତରିଆ ରାସ୍ତାଗୁଡ଼ିକର ନିର୍ମାଣ ଶେଷ କରାଯିବ। ଏହି ମେଗା ଯୋଜନାକୁ ବୁଧବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ କରାଯାଇଛି। ଆସନ୍ତାବର୍ଷ ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଗ୍ରାମାଞ୍ଚଳର ଭିତ୍ତିଭୂମି ଉପରେ ରାଜ୍ୟ ସରକାର ଅଧିକ ଫୋକସ ଦେଇଛନ୍ତି ା
ଗ୍ରାମାଞ୍ଚଳରେ ବର୍ଦ୍ଧିତ ଗମନାଗମନ ଓ ଯୋଗାଯୋଗର ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ରାସ୍ତାଗୁଡ଼ିକର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ଗ୍ରାମ୍ୟ ଉନ୍ନୟନ ରାସ୍ତା ଉନ୍ନତୀକରଣ ଯୋଜନା କାର୍ଯ୍ୟକାରୀ କରିବେ। ଏହି ଯୋଜନାରେ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ମୁଖ୍ୟ ବଜାର, ପର୍ଯ୍ୟଟନସ୍ଥଳ, ବ୍ୟବସାୟ କେନ୍ଦ୍ର ଓ ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକୁ ଉନ୍ନତମାନର ରାସ୍ତା ସଂଯୋଗ କରାଯିବ। ଏଥିପାଇଁ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୯୧୮ କୋଟି ଟଙ୍କା ବ୍ୟୟରେ ୫୫୪.୬୭ କି.ମି. ନୂତନ ରାସ୍ତା ନିର୍ମାଣ ଓ ଚାଲୁରହିଥିବା ରାସ୍ତାକୁ ସମ୍ପୂର୍ଣ୍ଣ କରାଯିବ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ସେହିପର ଆନ୍ତଃରାଜ୍ୟ, ଆନ୍ତଃଜିଲା ଏବଂ ଆନ୍ତଃବ୍ଲକ ମଧ୍ୟରେ ଥିବା ଅସଂଯୋଜିତ ରାସ୍ତାଗୁଡ଼ିକୁ ମୁଖ୍ୟ ରାସ୍ତା ସହ ସଂଯୋଗ କରାଯାଇ ଦ୍ୱୀପ ତଥା ଅପହଞ୍ଚ ଅଞ୍ଚଳରେ ଯୋଗାଯୋଗର ବ୍ୟବସ୍ଥା ନିମନ୍ତେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ କାର୍ଯ୍ୟକାରୀ କରିବେ। ଏହି ଯୋଜନାରେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକର ଗମନାଗମନ ଉନ୍ନତୀକରଣ ହେବା ସହ ବିଭିନ୍ନ ବ୍ଲକ, ଜିଲା ତଥା ପଡ଼ୋଶୀ ରାଜ୍ୟଗୁଡ଼ିକ ମଧ୍ୟରେ ଦୂରତାକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାରେ ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ୬୭୩.୪୯ କିଲୋମିଟର ନୂତନ ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ୧୧୬୦ କୋଟିି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ଅନେକ ସମୟରେ ପଞ୍ଚାୟତିରାଜ ଓ ଅନ୍ୟାନ୍ୟ ବିଭାଗଗୁଡ଼ିକରୁ ହସ୍ତାନ୍ତର ହୋଇଥିବା ରାସ୍ତାଗୁଡ଼ିକ ମରାମତି ଓ ନିର୍ମାଣରେ ସମସ୍ୟା ସୃଷ୍ଟି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ
ନିର୍ମାଣ ହେବ ୩୪୦୪ …
ଯୋଜନା ଅଧୀନରେ ହସ୍ତାନ୍ତରିତ ରାସ୍ତାଗୁଡ଼ିକର ଉନ୍ନତୀକରଣ ଯୋଜନା କାର୍ଯ୍ୟକାରୀ କରିବେ। ଏହି ଯୋଜନାରେ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ମୁଖ୍ୟ ବଜାର, ପର୍ଯ୍ୟଟନସ୍ଥଳ, ବ୍ୟବସାୟ କେନ୍ଦ୍ର ଓ ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକୁ ଉନ୍ନତମାନର ରାସ୍ତା ନିର୍ମାଣ କରାଯିବ। ମୁଖ୍ୟସ୍ରୋତରୁ ବଞ୍ଚିତ ହେଉଥିବା ଲୋକମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ହୋଇପାରିବ। ଏଥିପାଇଁ ୨୦୨୩-୨୪ ଓ ୨୦୨୪-୨୫ ବର୍ଷ ପାଇଁ ସରକାର ୧୮୧୪.୯୨ କିଲୋମିଟର ନୂତନ ରାସ୍ତା ନିର୍ମାଣ କରିବା ସହ ଚାଲୁ ରହିଥିବା ରାସ୍ତାଗୁଡ଼ିକ ପାଇଁ ୧୮୯୩ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି ଦୁର୍ଗମ ପାର୍ବତ୍ୟାଞ୍ଚଳ, ମାଓବାଦୀ ପ୍ରବଣ ଜିଲାରେ ଅପହଞ୍ଚ ଓ ଅସଂଯୋଜିତ ଗ୍ରାମ ଓ ଅନ୍ୟାନ୍ୟ ଜିଲାରେ ଅସଂଯୋଜିତ ଦ୍ୱୀପଗୁଡ଼ିକୁ ମୁଖ୍ୟ ସଡ଼କ ସହ ସଂଯୋଗ କରାଯିବ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଉକ୍ତ ଅଞ୍ଚଳରେ ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ୨ ବର୍ଷ ସକାଶେ ୯୭୬ କୋଟି ଟଙ୍କା ବ୍ୟୟରେ ୩୬୧.୩୪ କିଲୋମିଟର ରାସ୍ତା ନିର୍ମାଣ କରାଯିବ। ଏଥିସହିତ ଚାଲୁ ରହିଥିବା ରାସ୍ତାଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ କରାଯିବ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବଗୁଡ଼ିକୁ କ୍ୟାବିନେଟ ମଞ୍ଜୁର ମିଳିଛି।
କ୍ୟାବିନେଟରେ ବିଭିନ୍ନ ବିଭାଗର ମୋଟ ୧୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ବୈଠକ ଶେଷରେ ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ସଉରା ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଦ୍ୱାରା ସୁପାରିସ କରାଯିବା ଏବଂ ମା’ ମଝିଘରିଆଣୀ ମନ୍ଦିର, ରାୟଗଡ଼ାର ଭିତ୍ତିଭୂମି ବିକାଶ ସମ୍ପର୍କିତ ପ୍ରସ୍ତାବ ଅନୁମୋଦନ କରାଯାଇଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହିତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅନ୍ୟାନ୍ୟ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇଥିଲେ।
ଭୁବନେଶ୍ବର ପାଇଁ ନୂଆ ଟିମ୍ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...
ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...
ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...
ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ
ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...
ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...
ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର
ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...
ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…
ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...
ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍ଘାଟିତ
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏହାକୁ...
Archives


