୩୦ ଜିଲାରେ ୩୪ କାଗଜବିହୀନ କୋର୍ଟ

କଟକ ଅଫିସ, ୧୮।୯: ବିଚାର ବ୍ୟବସ୍ଥାର ପରିଚାଳନା ପାଇଁ ବୈଷୟିକ ଜ୍ଞାନକୌଶଳ ଅପରିହାର୍ଯ୍ୟ ହୋଇଛି। ମାମଲାର ତ୍ୱରିତ ଫଇସଲା ଦିଗରେ ଏହା ସହାୟକ ହେବ। ଓଡ଼ିଶା ହାଇକୋର୍ଟ (ଇ-ଇନିସିଏଟିଭ) ଅନ୍‌ଲାଇନ୍‌ ପ୍ରୟାସ ଭାରତୀୟ ବିଚାର ବ୍ୟବସ୍ଥାକୁ ନୂଆ ଦିଶା ଦେଖାଇଛି ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ କହିଛନ୍ତି। ଓଡ଼ିଶା ହାଇକୋର୍ଟ ପକ୍ଷରୁ କଟକସ୍ଥିତ ଜୁଡିସିଆଲ ଏକାଡେମୀ ସମ୍ମିଳନୀ କକ୍ଷରେ ଶନିବାର ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ବିଚାରପତି ଲଳିତ ଯୋଗଦେଇ ଓଡ଼ିଶାର ୩୦ ଜିଲାର ୩୪ଟି କାଗଜବିହୀନ କୋର୍ଟକୁ ଉଦ୍‌ଘାଟନ କରିଥିଲେ। ଏଥିସହ ସେ ଭାରତୀୟ ବିଚାର ବ୍ୟବସ୍ଥାରେ ବୈଷୟିକ ଜ୍ଞାନର ବୈପ୍ଳବିକ ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରିଥିଲେ। ଏବେ ବୈଷୟିକ ଜ୍ଞାନକୌଶଳର ବିକାଶ ଫଳରେ କାଗଜବିହୀନ କୋର୍ଟ ଦ୍ୱାରା କାର୍ଯ୍ୟକ୍ଷେତ୍ରରେ ବହୁ ସକାରାତ୍ମକ ପ୍ରଭାବ ପଡୁଛି। ଓଡ଼ିଶାର ବିଚାର ବିଭାଗୀୟ ଅଧିକାରୀମାନେ ସ୍ବେଚ୍ଛାକୃତ ଭାବେ କାଗଜବିହୀନ କୋର୍ଟ ନିମନ୍ତେ ଆଗେଇଆସିବା ଖୁସିର କଥା ବୋଲି ପ୍ରଧାନ ବିଚାରପତି କହିଥିଲେ।
ସୁପ୍ରିମକୋର୍ଟ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଯୋଗଦେଇ କହିଥିଲେ, ବିଚାର ବ୍ୟବସ୍ଥାରେ ଇ-ପ୍ରୟାସ କରି ଓଡ଼ିଶା ହାଇକୋର୍ଟ ଏକ ଐତିହାସିକ ପଦକ୍ଷେପ ନେଇଛି। ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହା ଏକ ଉଲ୍ଲେଖନୀୟ ସ୍ମାରକୀ। ସେହିପରି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ସ୍ବାଗତ ଭାଷଣ ଦେଇ କହିଥିଲେ, କାଗଜବିହୀନ କୋର୍ଟ ସମେତ କୋର୍ଟ ଫି ଇ-ଦେୟ, ଭର୍ଚୁଆଲ ଶୁଣାଣି, ଇ-ଟ୍ରାଫିକ୍‌ ଚାଲାଣ ଆଦି କାର୍ଯ୍ୟକ୍ଷମ କରିବା ଦିଗରେ ସୁପ୍ରିମକୋର୍ଟ ଇ-କମିଟିର ପ୍ରମୁଖ ମାର୍ଗଦର୍ଶନ ରହିଛି। ଜିଲାସ୍ତରରେ କାଗଜବିହୀନ କୋର୍ଟ ଭାରତୀୟ ବିଚାର ବ୍ୟବସ୍ଥାରେ ଏକ ମାଇଲଖୁଣ୍ଟ ହେବ। ଏଥିପାଇଁ ଓଡ଼ିଶାର ସମସ୍ତ ବିଚାର ବିଭାଗୀୟ ଅଧିକାରୀଙ୍କୁ ଖୁବ୍‌ଶୀଘ୍ର ସ୍କ୍ରିନ୍‌ ଟଚ୍‌ ଲାପ୍‌ଟପ୍‌ ଦିଆଯିବ ବୋଲି ମୁଖ୍ୟ ବିଚାରପତି ଘୋଷଣା କରିଥିଲେ। ସୁପ୍ରିମକୋର୍ଟ ଇ-କମିଟି ଅଧ୍ୟକ୍ଷ ତଥା ବିଚାରପତି ଏମ୍‌.ଆର୍‌. ଶାହା ଓଡ଼ିଶା ହାଇକୋର୍ଟ ଦ୍ୱାରା ନିଆଯାଇଥିବା ଏହି କାଗଜବିହୀନ କୋର୍ଟ ବ୍ୟବସ୍ଥା ଅନ୍ୟ ରାଜ୍ୟରେ ଲାଗୁ ହେବ ବୋଲି ଆଶାପ୍ରକାଶ କରିଥିଲେ। ଓଡ଼ିଶା ହାଇକୋର୍ଟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନ୍‌ଫର୍ମେଶନ ଟେକ୍ନୋଲୋଜି କମିଟିର ଅଧ୍ୟକ୍ଷ ତଥା ବିଚାରପତି ଏସ୍‌. ତାଳପତ୍ର ଧନ୍ୟବାଦ ଅର୍ପଣ କରି ରାଜ୍ୟ ବିଚାର ବ୍ୟବସ୍ଥାର ଇ-ପ୍ରୟାସ ହାଇକୋର୍ଟ ମୁଖ୍ୟ ବିଚାରପତି ମୁରଲୀଧରଙ୍କ ନେତୃତ୍ୱରେ ସମ୍ଭବ ହୋଇପାରିଛି ବୋଲି କହିଥିଲେ। କାଗଜବିହୀନ କୋର୍ଟ ବ୍ୟବସ୍ଥା ଲାଗୁ ପୂର୍ବରୁ ହାଇକୋର୍ଟର ସମସ୍ତ ବେଞ୍ଚରେ ଏହି ବ୍ୟବସ୍ଥା ପ୍ରଥମେ କାର୍ଯ୍ୟକାରୀ କରାଯାଇଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।ଏହି ଅବସରରେ ହାଇକୋର୍ଟର ୭୫ ବର୍ଷ ସ୍ମାରକୀ ସ୍ବରୂପ ହାଇକୋର୍ଟ ଛବି ଥାଇ ଏକ ସ୍ବତନ୍ତ୍ର ପୋଷ୍ଟାଲ କଭର ଓ କାନସେଲାସନ୍‌ କାଚେଟ ଏବଂ ୬ଟି ପୋଷ୍ଟକାର୍ଡ ଉନ୍ମୋଚନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସର୍କଲର ଚିଫ୍‌ ପୋଷ୍ଟ ମାଷ୍ଟର ଜେନେରାଲ ଶୁଭେନ୍ଦୁ କୁମାର ସ୍ବାଇଁ, ଆଡ୍‌ଭୋକେଟ୍‌ ଜେନେରାଲ ଅଶୋକ କୁମାର ପରିଜା, ହାଇକୋର୍ଟ ପାଇଁ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଅଫ୍‌ ଇଣ୍ଡିଆ ପ୍ରସନ୍ନ କୁମାର ପାଢ଼ୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଡିଜିପି ସୁନୀଲ ବଂଶଲ, ହାଇକୋର୍ଟର ବିଚାରପତିମାନେ, ଜିଲା ଜଜ, ବିଚାର ବିଭାଗୀୟ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ହାଇକୋର୍ଟ ବାର୍‌ ଆସୋସିଏଶନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri