ବଢୁଛି ସଂଖ୍ୟା: କଟକରୁ ଆଉ ୩୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୩।୭: କଟକ ସହରରେ ଗୁରୁବାର ୩୪ ନୂୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ କେସ୍‌, ୨୧ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌, ୮ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଦୂଆ ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮୬କୁ ବୃଦ୍ଧି ପାଇଛି। ସେଥିରୁ ୨୩୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୪୨ ଆକ୍ଟିଭ୍‌ କେସ୍‌ ରହିଛି। ସେହିଭଳି ୮ଜଣଙ୍କ ମୃତ୍ୟୁ ଘଟିଥିବା କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।