ପ୍ରତିଷ୍ଠା ହେବ ୩୪ ନୂଆ କୋର୍ଟ

ଭୁବନେଶ୍ୱର,୨ା୫(ବ୍ୟୁରୋ): ରାଜ୍ୟ ସରକାର ବିଭିନ୍ନ ଜିଲାରେ ୩୪ ନୂତନ କୋର୍ଟ ପ୍ରତିଷ୍ଠା କରିବାପାଇଁ ସ୍ଥିର କରିଛନ୍ତି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକରେ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ସରକାର ମୋହର ମାରିଛନ୍ତି । ଉଚ୍ଚ ନ୍ୟାୟାଳୟର ଅନୁମୋଦନ ପାଇବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବ । କମିଟିରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ଏବଂ ଆଇନ ସଚିବ ପ୍ରତାପ କୁମାର ପାତ୍ର ପ୍ରମୁଖ ରହିଛନ୍ତି।

ଏପରି କି କମିଟି ପକ୍ଷରୁ ଗଜପତି ଜିଲାର ପାରଳାଖେମୁଣ୍ଡିଠାରେ ସ୍ବତନ୍ତ୍ର ଏକ ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠା କରିବାକୁ ଅନୁମୋଦନ କରାଯାଇଥିବା ବେଳେ ଅନ୍ୟ ୭ଟି ଜିଲାରେ ସେସନ କୋର୍ଟ ପ୍ରତିଷ୍ଠାକୁ ମଞ୍ଜୁରୀ ଦିଆଯାଇଛି। ଏଥିସହ କମିଟି ୧୦ଟି ବାଣିଜି୍ୟକ ଅଦାଲତ ପ୍ରତିଷ୍ଠା ପାଇଁ ସ୍ଥିର କରିଛି। ବୈଠକରେ ଅଦାଲତ ପ୍ରତିଷ୍ଠା ପାଇଁ ୨୧.୨୬ କୋଟି ଟଙ୍କାର ବଜେଟ ଅନୁମୋଦନ କରାଯାଇଛି।

ଅତିରିକ୍ତ ଜିଲା ଓ ସେସନ ଅଦାଲତ ପାଇଁ ୫.୨୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ସିଭିଲ ଜଜ୍‌ ଅଦାଲତ(ସିନିୟର ଡିଭିଜନ) ପାଇଁ ୩.୬୦କୋଟି, ସିଭିଲ ଜଜ୍‌ (ଜୁନିୟର ଡିଭିଜନ) ଓ ବାଣିଜି୍ୟକ ଅଦାଲତ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର ହୋଇଛି ।
ଉଚ୍ଚ କ୍ଷମତାସମ୍ପନ୍ନ କମିଟି ୪ଟି ବାଣିଜି୍ୟକ ଅଦାଲତ ଭୁବନେଶ୍ୱର, କଟକ, ସମ୍ବଲପୁର ଏବଂ ବ୍ରହ୍ମପୁରଠାରେ ପ୍ରତିଷ୍ଠାକୁ ଅନୁମୋଦନ କରିଥିବା ବେଳେ ନୟାଗଡ଼ ଜିଲାର ଓଡ଼ଗାଁଠାରେ ସିଭିଲ ଜଜ୍‌ କୋର୍ଟ(ସିନିୟର ଡିଭିଜନ) ପ୍ରତିଷ୍ଠା କରିବାକୁ ଅନୁମୋଦନ କରାଯାଇଛି। ଓଡ଼ିଶା ହାଇକୋର୍ଟଙ୍କ ଅନୁମୋଦନ ପରେ ମଞ୍ଜୁରୀ ପାଇଥିବା ଏହି ଅଦାଲତ ପର୍ଯ୍ୟାୟକ୍ରମେ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ…

ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

ହାଇୱେରେ ଏକୁଟିଆ ଦେଖି ଲୁଟୁଥିଲେ, ଚାରି ଲୁଟେରାଙ୍କ ସହ ଛଅ ବାଇକ ଜବତ କଲା ପୁଇଁନ୍ତଲା ପୋଲିସ

ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଲା ପୋଲିସକୁ ପୁଣି ମିଳିଛି ସଫଳତା । ପୁଣି ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳତା ହୋଇଛି ପୋଲିସ…

ଭାରତ ପରେ ଏହି ଦେଶ ପାଇଁ ଟାରିଫ କମ୍‌ କଲେ ଟ୍ରମ୍ପ, କିଛି ଉତ୍ପାଦନ ହେଲା ଡ୍ୟୁଟି ଫ୍ରି

ଓ୍ବାଶିଂଟନ,୧୦।୨: ଭାରତ ପରେ, ଆମେରିକା ଏବଂ ବାଂଲାଦେଶ ମଧ୍ୟରେ ଏକ ନୂତନ ବାଣିଜ୍ୟ ଚୁକ୍ତିନାମା ହୋଇଛି, ଯାହା ଅଧୀନରେ ଆମେରିକା ମଧ୍ୟ ବାଂଲାଦେଶୀ ଉତ୍ପାଦ ଉପରେ ଶୁଳ୍କ…

ପ୍ରେମକୁ ମଜଭୁତ କରିବ ଟେଡି ଡେ’

ଭୁବନେଶ୍ୱର,୧୦ା୨(ସୌମ୍ୟରଞ୍ଜନ ରାଉତ):ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିବସ ସୋମବାର ଚକୋଲେଟ୍‌ ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ ଦେଇ ସମ୍ପର୍କରେ ମଧୁରତା ବୃଦ୍ଧି କରିଥିଲେ। ମଙ୍ଗଳବାର ଚତୁର୍ଥ ଦିବସକୁ ଟେଡି…

ରାତିରେ ବିଷମିଶା କ୍ଷୀର ପିଇ ଶୋଇପଡ଼ିଲେ ପୁରା ପରିବାର, ସକାଳୁ ୫ଜଣଙ୍କ…

ଲକ୍ଷ୍ନୌ,୧୦।୨: ଉତ୍ତର ପ୍ରଦେଶର ମଥୁରାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଏହା ସମଗ୍ର ଅଞ୍ଚଳକୁ ଚକିତ କରିଦେଇଛି । ଜିଲାର ମହାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri