Posted inଖେଳ

ଜାତୀୟ ହକି କ୍ୟାମ୍ପ ପାଇଁ ୩୪ ଜଣିଆ ମହିଳା ଦଳ

ବେଙ୍ଗାଲୁରୁ,୨୭ା୧୨(ପି.ଟି.): ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଓ ଫାଇଭ୍‌ ଏ ସାଇଡ୍‌ ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଜାତୀୟ କ୍ୟାମ୍ପ ପାଇଁ ୩୪ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ଭାରତୀୟ ମହିଳା ଦଳ ପ୍ୟାରିସ୍‌ ୨୦୨୪ ପାଇଁ ଯୋଗ୍ୟତା ହାସଲ କରି ନ ଥିବା ବେଳେ ରାଞ୍ଚିରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଖେଳାଯିବ। ଭାରତୀୟ ମହିଳା ହକି ଦଳ ବର୍ତ୍ତମାନ ପଞ୍ଚରାଷ୍ଟ୍ରୀୟ ଟୁର୍ନାମେଣ୍ଟ ପାଇଁ ସ୍ପେନର ଭାଲେନ୍ସିଆରେ ରହିଛି। ଟୁର୍ନାମେଣ୍ଟ ଶେଷ ହେବା ପରେ ଦଳ ଜାତୀୟ କ୍ୟାମ୍ପରେ ଯୋଗ ଦେବ। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଜାନୁୟାରୀ ୧୩-୧୯ ପର୍ଯ୍ୟନ୍ତ ରାଞ୍ଚିରେ ଖେଳାଯିବ। ଭାରତ ଗ୍ରୁପ୍‌ ବି’ରେ ସ୍ଥାନ ପାଇଥିବା ବେଳେ ନ୍ୟୁଜିଲାଣ୍ଡ, ଇଟାଲୀ ଓ ଯୁକ୍ତରାଷ୍ଟ୍ର ଆମେରିକା ସମାନ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ସେହିପରି ଗ୍ରୁପ୍‌ ଏ’ରେ ଜର୍ମାନୀ, ଜାପାନ, ଚିଲି ଓ ଚେକ୍‌ ରିପବ୍ଲିକ ରହିଛନ୍ତି। ପୂର୍ବରୁ ରାଞ୍ଚିରେ ଭାରତୀୟ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରି ଓମେନ୍ସ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ବିଜୟୀ ହୋଇଥିଲା। ପଞ୍ଚରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଆମ ପାଇଁ ଅଲିମ୍ପିକ୍ସ ପ୍ରସ୍ତୁତିର ଲିଟମସ୍‌ ଟେଷ୍ଟ ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ଜାନେକ୍‌ ସ୍କୋପମାନ୍‌। ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ ପରେ ଆମେ ଆଉ ଭଲ ପ୍ରଦର୍ଶନ ପାଇଁ ପ୍ରୟାସ କରିବୁ। ଦଳ ବର୍ତ୍ତମାନ ଉଭୟ ଶାରୀରିକ ଓ ମାନସିକ ଭାବରେ ଦୃଢ ହେବାକୁ ପ୍ରୟାସ ଜାରି ରଖିଛି। ପ୍ୟାରିସ୍‌ ୨୦୨୪ ପାଇଁ ଯୋଗ୍ୟତା ହାସଲ କରିବାକୁ ଏହା ଅନ୍ତିମ ସୁଯୋଗ ରହିଥିବା ବେଳେ ଏହାର ପୂର୍ଣ୍ଣ ବ୍ୟବହାର ପାଇଁ ପ୍ରୟାସ କରିବୁ ବୋଲି ସ୍କୁପମାନ ପ୍ରକାଶ କରିଛନ୍ତି। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଶେଷ ହେବା ପରେ ଭାରତୀୟ ଦଳ ଓମାନର ମସ୍କାଟ ଗସ୍ତ କରି ଜାନୁୟାରୀ ୨୪-୨୭ ମଧ୍ୟରେ ଫାଇଭ୍‌ ଏ ସାଇଡ୍‌ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସରୁ ଅଲଗା ହେଲେ ନୀରଜ

ମୁମ୍ୱାଇ,୫ା୧: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ ସହ ଏକ ଦଶନ୍ଧି ପୂରୁଣା ସମ୍ପର୍କ ଛିନ୍ନ କରିଛନ୍ତି। ଏଥିସହିତ...

ଦୁର୍ଘଟଣା ରୋକିବାକୁ ପ୍ରଶାସନର ଅଭିନବ ପ୍ରୟାସ, ଭୋର୍‌ ସମୟରେ ରାସ୍ତାରେ ଚା’ ବାଣ୍ଟୁଛନ୍ତି…

ଭଞ୍ଜନଗର,୫।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଗତ ନଭେମ୍ବର ଏବଂ ଡିସେମ୍ବର ମାସରେ ଦୁର୍ଘଟଣା ହାର ବଢ଼ିଯାଇଛି। ଏଥିରେ ଏକାଧିକ ଲୋକ ମୃତ୍ୟୁବରଣ କରିବା...

୬,୬,୬,୬,୬,୬,୬,୬… ଏକାଥରେ ୮ ଛକା ମାରି ଦକ୍ଷିଣ ଆଫ୍ରିକାକୁ ଧୋଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୫।୧: ଭାରତ ୧୯ ବର୍ଷରୁ କମ ଏବଂ ଦକ୍ଷିଣ ଆଫ୍ରିକା ୧୯ ବର୍ଷରୁ କମ ମଧ୍ୟରେ ଦ୍ୱିତୀୟ ଯୁବ ଦିନିକିଆ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ଏକ...

ଅନ୍ତିମ ଆଶେସ ଆଶେସ: ଇଂଲଣ୍ଡ ୩୮୪, ଅଷ୍ଟ୍ରେଲିଆ ୧୬୬/୨

ସିଡ୍‌ନୀ,୫ା୧: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ଜୋ ରୁଟ୍‌ଙ୍କ ଶତକ ବଳରେ ୩୮୪ ରନରେ...

ଭାଜପା ପ୍ରତିନିଧି ଦଳର ମହୋତ୍ସବ ପଡିଆ ପରିଦର୍ଶନ:  ବିଡିଓଙ୍କ ସହ ଆଲୋଚନା

ଦାରିଙ୍ଗବାଡି,୫।୧(ଅରୁଣ ସାହୁ): ଶୀତ ମହୋତ୍ସବ ଯେତେ ପାଖେଇ ଆସୁଛି ସେତିକି ଦାରିଙ୍ଗବାଡ଼ି ଅଞ୍ଚଳରେ ଉତ୍କଣ୍ଠା ଦେଖାଯାଇଛି। ସେପଟେ ଶୀତ ମହୋତ୍ସବକୁ ସଫଳ କରିବା ପାଇଁ ସ୍ଥାନୀୟ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ: ଗଜପତିର ଗୁମ୍ମା ଟିମ ଚାମ୍ପିୟନ, ଟ୍ରଫି ସହ ମିଳିଲା ଏତେ ଟଙ୍କା

ଦିଗପହଣ୍ଡି, ୫।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୭ମ ଦିବସ ରବିବାର ଫାଇନାଲ...

ଡାକ୍ତରଙ୍କ ଆନ୍ଦୋଳନ ଜାରି: ଓପିଡି ଦୁଇ ଘଣ୍ଟା ବନ୍ଦ, ରୋଗୀ ହନ୍ତସନ୍ତ

ଛତ୍ରପୁର,୫।୧(ଦିଲ୍ଲୀପ ସାମଲ): ଓମସାର ଡକରା କ୍ରମେ ଗଞ୍ଜାମ ଶାଖା ପକ୍ଷରୁ ଏହାକୁ ସମର୍ଥନ ଜଣାଇଛନ୍ତି ଡାକ୍ତର। ୧୮ ଦଫା ଦାବି ନେଇ ସରକାରଙ୍କ ନିକଟରେ ଦାବି...

ଲୋକେ ନଥିବା ଗାଁ ପୋଡ଼ମପେଟା: ସମୁଦ୍ର ଗର୍ଭରେ ଲୀନ ହେଲାଣି ଶହେରୁ ଊର୍ଦ୍ଧ୍ୱ ଘର

ଗଞ୍ଜାମ,୫।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ସ୍ଥିତ ସମୁଦ୍ରକୂଳ ନିକଟବର୍ତ୍ତୀ ପୁରୁଣା ପୋଡ଼ମପେଟା ଗ୍ରାମ। ଏହି ଗାଁ ଏବେ ଜନଶୂନ୍ୟ। ପୂର୍ବେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri