ଜୁନ୍‌ରେ ୩୪%, ଜୁଲାଇରେ ୩୫% କମ୍‌ ବର୍ଷା

ଯାଜପୁର,୨ା୮(ହର୍ଷବର୍ଦ୍ଧନ ବେହେରା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ପ୍ରଦାନ କରାଯାଇଥିଲା। ଯାଜପୁର ଜିଲା ସମେତ ଅନ୍ୟ ୫ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ଣ୍ଣି ଜାରି କରାଯାଇଥିଲା। ହେଲେ କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ସୁକିନ୍ଦା ଓ ଧର୍ମଶାଳା ଖଣି ଅଞ୍ଚଳରେ ହେଉଥିବା ବ୍ୟାପକ ପ୍ରଦୂଷଣ ଯୋଗୁ ପାଣିପାଗ ବିଭାଗର ଆକଳନ ଏଠାରେ ଫେଲ୍‌ ମାରିଛି। ଚଳିତ ବର୍ଷ ବର୍ଷା ଆରମ୍ଭରୁ ଅର୍ଥାତ୍‌୍‌ ଜୁନରେ ୩୪% ଓ ଜୁଲାଇରେ ୩୫% କମ୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଜୁଲାଇରେ କୃଷି ବିଭାଗ ପକ୍ଷରୁ ନିର୍ଦ୍ଧାରିତ ୩୧୯.୬ ମିମି ବର୍ଷା ସ୍ଥଳେ ମାତ୍ର ୧୩ ଦିନରେ ୨୦୯.୪୪ ମିମି ବର୍ଷା ରେକର୍ଡ ହୋଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ, ଲଘୁଚାପ ସୃଷ୍ଟି ସତ୍ତ୍ବେ ଖଣି ଓ ଶିଳ୍ପାଞ୍ଚଳ ବ୍ଲକ ଧର୍ମଶାଳାରେ ସର୍ବନିମ୍ନ ୧୩୫ ମିମି ଓ ସୁକିନ୍ଦାରେ ୧୭୭ ମିମି ବର୍ଷା ହୋଇଛି। ଜୁଲାଇରେ ବଡ଼ଚଣାରେ ୨୪୨ ମିମି, ବରୀରେ ୨୪୩ ମିମି, ବିଞ୍ଝାରପୁରରେ ୨୨୬ ମିମି, ଦାନଗଦିରେ ୨୪୬ ମିମି, ଦଶରଥପୁରରେ ୧୬୨ ମିମି, ଧର୍ମଶାଳାରେ ୧୩୫ ମିମି, ଯାଜପୁରରେ ୨୨୪ ମିମି, କୋରେଇରେ ୨୦୪ ମିମି, ରସୁଲପୁରରେ ୨୩୩ ମିମି ଓ ସୁକିନ୍ଦାରେ ୧୭୭ ମିମି ବର୍ଷା ରେକର୍ଡ କରାଯାଇଛି।
ଶ୍ରାବଣ ମାସର ତୃତୀୟ ସପ୍ତାହ ଚାଲିଛି। ଧାରା ଶ୍ରାବଣରେ ଚାଷୀ ରୁଆ ବିହୁଡା କାର୍ଯ୍ୟ ପ୍ରାୟ ସମ୍ପାଦନ କରିଥାଏ। କିନ୍ତୁ ଯାଜପୁର ଜିଲାରେ ଏହା ସମ୍ଭବ ହୋଇ ପାରିନାହିଁ। ଫଳରେ ଅଣଜଳସେଚିତ ଅଞ୍ଚଳ ଚାଷୀଙ୍କ ଚିନ୍ତା ବଢି ଯାଇଛି। ଏଭଳି ସ୍ଥିତିରେ ଚାଷୀ ପୁଣି କେବେ ବେଉଷଣ କରିବେ ସେନେଇ ଭାଳେଣି ପଡିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ଖଣି ଓ କାରଖାନାର ପ୍ରଦୂଷଣ ଉପରେ ନିୟନ୍ତ୍ରଣ ରହୁ ନ ଥିବାରୁ ଏଭଳି ପରିସ୍ଥିତି ଦେଖା ଦେଉଥିବା ମତପ୍ରକାଶ ପାଇଛି। ରାତି ୧୦ଟା ପରେ ଅଧିକାଂଶ ଖଣି ଓ ଶିଳ୍ପ କାରଖାନାରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଲାଗିଥିବା ମେଶିନଗୁଡିକୁ ଠିକ୍‌ ଭାବେ ପରିଚାଳନା କରୁନାହାନ୍ତି। ଫଳରେ ରାତିସାରା ବିଷାକ୍ତ ଧୂଆଁ ପରିବେଶକୁ ଅସନ୍ତୁଳିତ କରି ପକାଉଛି ବୋଲି ଅଭିଯୋଗ ହେଉଛି। ଖଣି ଅଞ୍ଚଳରେ ଅବାଧ ଗଛକଟା ଜଳବାୟୁ ପରିବର୍ତ୍ତନରେ ଅନ୍ୟତମ କାରଣ ହୋଇଛି। ଏଥିଯୋଗୁ ବାୟୁ ପ୍ରଦୂଷଣ କେବଳ ଅନିୟନ୍ତ୍ରିତ ନୁହେଁ, ସାଂଘାତିକ ହେବାରେ ଲାଗିଛି। ବାୟୁ ପ୍ରଦୂଷଣ ନିରୀକ୍ଷଣ କେନ୍ଦ୍ର ପକ୍ଷରୁ ସଂଗୃହୀତ ତଥ୍ୟ ଅନୁସାରେ କଳିଙ୍ଗନଗର ଉତ୍କଟ ବାୟୁ ପ୍ରଦୂଷଣ ତାଲିକାରେ ରହିଛି। ଏହି ସହରରେ ପ୍ରତି ଘନମିଟର(କ୍ୟୁବିକମିଟର) ପିଛା ପାଖାପାଖି ୧୨୦ ମାଇକ୍ରୋଗ୍ରାମ ରହିଛି। ବେଳ ହୁଁ ପ୍ରତିକାର ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଏହା ଗୁରୁତର ପରିସ୍ଥିତି ସୃଷ୍ଟି କରିବ ବୋଲି ବିଭିନ୍ନ ଅନୁଷ୍ଠାନ ଓ ପରିବେଶବିତ୍‌ମାନେ ସତର୍କ କରାଇଛନ୍ତି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ଦ୍ୱାରା ନିର୍ଦ୍ଧାରିତ ବାର୍ଷିକ ବାୟୁ ଗୁଣାମତ୍କ ମାନ ଘନମିଟର ପିଛା ୬୦ ମାଇକ୍ରୋଗ୍ରାମ କଣିକା ରହିବା କଥା। କିନ୍ତୁ କଳିଙ୍ଗନଗର ଅଞ୍ଚଳରେ ଏହାର ପ୍ରାୟ ଦୁଇଗୁଣ ପ୍ରଦୂଷଣ କଣିକା ରହିଥିବାରୁ ଶିଳ୍ପାଞ୍ଚଳରେ ଗତ ୧୦ ବର୍ଷ ମଧ୍ୟରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବାୟୁ, ଜଳ ଓ ଧୂଳିଧୂଆଁଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏପରି ପ୍ରଦୂଷିତ ପରିବେଶ ପାଣିପାଗ ଉପରେ ମଧ୍ୟ ବେଶ ପ୍ରଭାବ ପକାଉଛି। ଫଳରେ ବର୍ଷାର ଅନୁପାତ କ୍ରମେ ହ୍ରାସ ପାଇବାରେ ଲାଗିଛି । ସେହିପରି ଲଘୁ ଖଣି ଧର୍ମଶାଳା ତହସିଲ ଅଞ୍ଚଳରେ କ୍ରମଶଃ ବର୍ଷାର ପରିମାଣ ହ୍ରାସ ପାଇବାରେ ଲାଗିଛି। ଏଠାରେ ପ୍ରାୟ ୫୦ଟି କଳାପଥର ଖାଦାନ ଓ କ୍ରଶର ଚାଲିଛି। ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପାଣି ସିଞ୍ଚନ ସମେତ ଚାରା ରୋପଣ ହୋଇ ପାରିନାହିଁ। ଓଭରଲୋଡିଂ ଗାଡ଼ି ଚଳାଚଳ ଯୋଗୁ ଧୂଳିଧୂଆଁ ଉଡି ପାଣିପାଗ ଏଭଳି ଭାବେ ପ୍ରଭାବିତ ହୋଇଛି ଯେ, ମେଘ ସୃଷ୍ଟି ହୋଇ ପାରୁନାହିଁ ବୋଲି ମତପ୍ରକାଶ ପାଉଛି।
ଏ ସଂକ୍ରାନ୍ତର ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ବିଭାଗ କୌଣସି ପ୍ରକାର ହେଳା କରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri