୯ ବର୍ଷରେ ଗଲାଣି ୩୩୧୫ ଜୀବନ

ଭୁବନେଶ୍ୱର, ୮।୯(ବ୍ୟୁରୋ): ବନ୍ୟା, ବାତ୍ୟା ଭଳି ବଜ୍ରପାତ ମଧ୍ୟ ରାଜ୍ୟରେ ଅନ୍ୟ ଏକ ଭୟଙ୍କର ବିପତ୍ତି ଭାବେ ଦେଖାଦେଇଛି। ପ୍ରତ୍ୟେକ ବର୍ଷ ବଜ୍ରପାତରେ ୩୦୦ରୁ ୪୦୦ ଲୋକଙ୍କର ଜୀବନ ଯାଉଛି। ଜଳବାୟୁରେ ପରିବର୍ତ୍ତନ ଏବଂ ଆଗୁଆ ସୂଚନା ନ ମିଳିବାରୁ ବହୁ ଲୋକ ବଜ୍ରପାତର ଶିକାର ହେଉଛନ୍ତି। ଜନସଚେତନତା ଅଭାବ ଯୋଗୁ ଏହି ବିପତ୍ତିରେ ମୃତ୍ୟୁସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ୧୧ଟି ଜିଲାରେ ସମୁଦାୟ ମୃତ୍ୟୁର ଦୁଇ ତୃତୀୟାଂଶ ଲୋକ ବଜ୍ରପାତର ଶିକାର ହେଉଛନ୍ତି।
ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୧-୧୨ରୁ ୨୦୨୦-୨୧ ଅଗଷ୍ଟ ମାସ ସୁଦ୍ଧା ରାଜ୍ୟରେ ୩୩୧୫ ଲୋକ ବଜ୍ରପାତର ଶିକାର ହୋଇଛନ୍ତି। ୨୦୧୧-୧୨ରେ ୩୫୨ ଜଣ ଲୋକ ବଜ୍ରପାତରେ ଜୀବନ ହରାଇଥିବା ବେଳେ ୨୦୧୨-୧୩ରେ ୨୯୪, ୨୦୧୩-୧୪ରେ ୩୭୦, ୨୦୧୪-୧୫ରେ ୩୧୨, ୨୦୧୫-୧୬ରେ ୪୦୪, ୨୦୧୬-୨୦୧୭ରେ ୪୦୧, ୨୦୧୭-୧୮ରେ ୪୭୦, ୨୦୧୮-୧୯ରେ ୩୩୪ ଏବଂ ୨୦୧୯-୨୦୨୦ରେ ୨୮୧ ଜଣଙ୍କର ମୃତ୍ୟୁ ହୋଇଛି। ୨୦୨୦ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ମାତ୍ର ୫ ମାସରେ ୯୭ ଜଣଙ୍କର ଜୀବନ ଗଲାଣି। ସେହିପରି ଅନ୍ୟାନ୍ୟ ଜିଲାରେ ମଧ୍ୟ ବଜ୍ରପାତରେ ଅନେକ ଜୀବନ ଯାଉଛି। ରାଜ୍ୟର ୧୧ ଜିଲାରେ ବଜ୍ରପାତରେ ସର୍ବାଧିକ ମୃତ୍ୟୁ ହେଉଛି। ମୟୂରଭଞ୍ଜରେ ୩୫୦ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମରେ ୨୦୨୦, ସୁନ୍ଦରଗଡ ୧୯୧, କେନ୍ଦ୍ରାପଡା ୧୦୯, କେନ୍ଦୁଝର ୨୦୯, କଟକ ୧୭୭, ଢେଙ୍କାନାଳ ୧୫୪, ବଲାଙ୍ଗୀର ୧୧୨, ଭଦ୍ରକ ୧୦୮, ବରଗଡ ୧୧୫ ଏବଂ ବାଲେଶ୍ୱର ଜିଲାରେ ୧୮୨ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରପାତ ବିପତ୍ତିରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଆଗୁଆ ସତର୍କ ସୂଚନା ଦେବା ସକାଶେ ରାଜ୍ୟ ସରକାର ଆମେରିକା କମ୍ପାନୀ ଆର୍ଥ ନେଟଓ୍ବର୍କ ସହ ବୁଝମଣା ପତ୍ର ସ୍ବାକ୍ଷର କରିଛନ୍ତି। ବଜ୍ରପାତ ହେବାର ୪୫ ମିନିଟ ପୂର୍ବରୁ ଲୋକମାନଙ୍କୁ ଏ ନେଇ ସତର୍କ କରାଯିବ। ଯଦିଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଖବର ସୂଚନା ଦିଆଯାଉଛି ତେବେ ଏହି ସୂଚନା ଲୋକଙ୍କ ପାଖରେ ଠିକ ସମୟରେ ପହଞ୍ଚିପାରୁ ନାହିଁ। ବଜ୍ରପାତ ହେବା ପୂର୍ବରୁ ଲୋକମାନେ ନିଜକୁ ସୁରକ୍ଷିତ କରି ପାରୁ ନାହାନ୍ତି। ଫଳରେ ରାଜ୍ୟରେ ମୃତ୍ୟହାର ବଢି ଚାଲିଛି।
ତେବେ ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ଗ୍ରାମ ବିପର୍ଯ୍ୟୟ ପରିଚାଳନା ଯୋଜନା (ଭିଡିଏମ୍‌ପି) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ସମ୍ବେଦନଶୀଳ ଗ୍ରାମକୁ ସାମିଲ କରାଯିବ। ପରବର୍ତ୍ତୀ ସମୟରେ ରାଜ୍ୟର ୫୦ ହଜାର ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏଥିରେ ଗ୍ରାମର ଯୁବତୀ ଯୁବକମାନଙ୍କୁ ସାମିଲ କରାଯିବ। ସେମାନଙ୍କୁ ଜିଲା ଓ ରାଜ୍ୟସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଭିଡିପିଏମ୍‌ପିରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ସାମିଲ କରାଯିବ। ଏହି ଯୋଜନାରେ ଗଠିତ ବିପର୍ଯ୍ୟୟ ପରିଚାଳନା ଗୋଷ୍ଠୀରେ ସଚେତନତାଠାରୁ ଆରମ୍ଭ କରି ଉଦ୍ଧାର, ଗବେଷଣା, ସୂଚନା ଆଦି ବିଷୟରେ ସ୍ବତନ୍ତ୍ର ଦଳ ଗଠନ କରାଯିବ। ସେମାନେ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଜିଲା ପ୍ରାକୃତିକ ବିପର୍ଯ୍ୟୟ ଅଧିକାରୀଙ୍କୁ ଜଣାଇବେ। ବିପତ୍ତି ଆସିବା ପୂର୍ବରୁ ଓ ପରେ ଲୋକମାନଙ୍କୁ ସଚେତନ କରାଯାଇପାରିବ। ଫଳରେ ରାଜ୍ୟରେ ପ୍ରାକୃତିକ ବିପତ୍ତି ଯୋଗୁ ହେଉଥିବା ମୃତ୍ୟୁକୁ ଅନେକାଂଶରେ ହ୍ରାସ କରାଯାଇପାରିବ ବୋଲି ଡେପୁଟି ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri