୯ ବର୍ଷରେ ଗଲାଣି ୩୩୧୫ ଜୀବନ

ଭୁବନେଶ୍ୱର, ୮।୯(ବ୍ୟୁରୋ): ବନ୍ୟା, ବାତ୍ୟା ଭଳି ବଜ୍ରପାତ ମଧ୍ୟ ରାଜ୍ୟରେ ଅନ୍ୟ ଏକ ଭୟଙ୍କର ବିପତ୍ତି ଭାବେ ଦେଖାଦେଇଛି। ପ୍ରତ୍ୟେକ ବର୍ଷ ବଜ୍ରପାତରେ ୩୦୦ରୁ ୪୦୦ ଲୋକଙ୍କର ଜୀବନ ଯାଉଛି। ଜଳବାୟୁରେ ପରିବର୍ତ୍ତନ ଏବଂ ଆଗୁଆ ସୂଚନା ନ ମିଳିବାରୁ ବହୁ ଲୋକ ବଜ୍ରପାତର ଶିକାର ହେଉଛନ୍ତି। ଜନସଚେତନତା ଅଭାବ ଯୋଗୁ ଏହି ବିପତ୍ତିରେ ମୃତ୍ୟୁସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ୧୧ଟି ଜିଲାରେ ସମୁଦାୟ ମୃତ୍ୟୁର ଦୁଇ ତୃତୀୟାଂଶ ଲୋକ ବଜ୍ରପାତର ଶିକାର ହେଉଛନ୍ତି।
ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୧-୧୨ରୁ ୨୦୨୦-୨୧ ଅଗଷ୍ଟ ମାସ ସୁଦ୍ଧା ରାଜ୍ୟରେ ୩୩୧୫ ଲୋକ ବଜ୍ରପାତର ଶିକାର ହୋଇଛନ୍ତି। ୨୦୧୧-୧୨ରେ ୩୫୨ ଜଣ ଲୋକ ବଜ୍ରପାତରେ ଜୀବନ ହରାଇଥିବା ବେଳେ ୨୦୧୨-୧୩ରେ ୨୯୪, ୨୦୧୩-୧୪ରେ ୩୭୦, ୨୦୧୪-୧୫ରେ ୩୧୨, ୨୦୧୫-୧୬ରେ ୪୦୪, ୨୦୧୬-୨୦୧୭ରେ ୪୦୧, ୨୦୧୭-୧୮ରେ ୪୭୦, ୨୦୧୮-୧୯ରେ ୩୩୪ ଏବଂ ୨୦୧୯-୨୦୨୦ରେ ୨୮୧ ଜଣଙ୍କର ମୃତ୍ୟୁ ହୋଇଛି। ୨୦୨୦ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ମାତ୍ର ୫ ମାସରେ ୯୭ ଜଣଙ୍କର ଜୀବନ ଗଲାଣି। ସେହିପରି ଅନ୍ୟାନ୍ୟ ଜିଲାରେ ମଧ୍ୟ ବଜ୍ରପାତରେ ଅନେକ ଜୀବନ ଯାଉଛି। ରାଜ୍ୟର ୧୧ ଜିଲାରେ ବଜ୍ରପାତରେ ସର୍ବାଧିକ ମୃତ୍ୟୁ ହେଉଛି। ମୟୂରଭଞ୍ଜରେ ୩୫୦ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମରେ ୨୦୨୦, ସୁନ୍ଦରଗଡ ୧୯୧, କେନ୍ଦ୍ରାପଡା ୧୦୯, କେନ୍ଦୁଝର ୨୦୯, କଟକ ୧୭୭, ଢେଙ୍କାନାଳ ୧୫୪, ବଲାଙ୍ଗୀର ୧୧୨, ଭଦ୍ରକ ୧୦୮, ବରଗଡ ୧୧୫ ଏବଂ ବାଲେଶ୍ୱର ଜିଲାରେ ୧୮୨ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରପାତ ବିପତ୍ତିରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଆଗୁଆ ସତର୍କ ସୂଚନା ଦେବା ସକାଶେ ରାଜ୍ୟ ସରକାର ଆମେରିକା କମ୍ପାନୀ ଆର୍ଥ ନେଟଓ୍ବର୍କ ସହ ବୁଝମଣା ପତ୍ର ସ୍ବାକ୍ଷର କରିଛନ୍ତି। ବଜ୍ରପାତ ହେବାର ୪୫ ମିନିଟ ପୂର୍ବରୁ ଲୋକମାନଙ୍କୁ ଏ ନେଇ ସତର୍କ କରାଯିବ। ଯଦିଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଖବର ସୂଚନା ଦିଆଯାଉଛି ତେବେ ଏହି ସୂଚନା ଲୋକଙ୍କ ପାଖରେ ଠିକ ସମୟରେ ପହଞ୍ଚିପାରୁ ନାହିଁ। ବଜ୍ରପାତ ହେବା ପୂର୍ବରୁ ଲୋକମାନେ ନିଜକୁ ସୁରକ୍ଷିତ କରି ପାରୁ ନାହାନ୍ତି। ଫଳରେ ରାଜ୍ୟରେ ମୃତ୍ୟହାର ବଢି ଚାଲିଛି।
ତେବେ ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ଗ୍ରାମ ବିପର୍ଯ୍ୟୟ ପରିଚାଳନା ଯୋଜନା (ଭିଡିଏମ୍‌ପି) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ସମ୍ବେଦନଶୀଳ ଗ୍ରାମକୁ ସାମିଲ କରାଯିବ। ପରବର୍ତ୍ତୀ ସମୟରେ ରାଜ୍ୟର ୫୦ ହଜାର ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏଥିରେ ଗ୍ରାମର ଯୁବତୀ ଯୁବକମାନଙ୍କୁ ସାମିଲ କରାଯିବ। ସେମାନଙ୍କୁ ଜିଲା ଓ ରାଜ୍ୟସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଭିଡିପିଏମ୍‌ପିରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ସାମିଲ କରାଯିବ। ଏହି ଯୋଜନାରେ ଗଠିତ ବିପର୍ଯ୍ୟୟ ପରିଚାଳନା ଗୋଷ୍ଠୀରେ ସଚେତନତାଠାରୁ ଆରମ୍ଭ କରି ଉଦ୍ଧାର, ଗବେଷଣା, ସୂଚନା ଆଦି ବିଷୟରେ ସ୍ବତନ୍ତ୍ର ଦଳ ଗଠନ କରାଯିବ। ସେମାନେ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଜିଲା ପ୍ରାକୃତିକ ବିପର୍ଯ୍ୟୟ ଅଧିକାରୀଙ୍କୁ ଜଣାଇବେ। ବିପତ୍ତି ଆସିବା ପୂର୍ବରୁ ଓ ପରେ ଲୋକମାନଙ୍କୁ ସଚେତନ କରାଯାଇପାରିବ। ଫଳରେ ରାଜ୍ୟରେ ପ୍ରାକୃତିକ ବିପତ୍ତି ଯୋଗୁ ହେଉଥିବା ମୃତ୍ୟୁକୁ ଅନେକାଂଶରେ ହ୍ରାସ କରାଯାଇପାରିବ ବୋଲି ଡେପୁଟି ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri