୩୩୦୮.୬୯ କୋଟି କୋଭିଡ୍‌ ଋଣ ମଞ୍ଜୁର

ଭୁବନେଶ୍ୱର,୩।୪(ବ୍ୟୁରୋ): କୋଭିଡ୍‌ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ) ଉଦ୍ୟୋଗକୁ ଚଳଚଞ୍ଚଳ କରିବାକୁ ନିଆଯାଇଥିବା ପଦକ୍ଷେପ ସ୍ବରୂପ ଋଣ ପ୍ରଦାନରେ ଉଲ୍ଲେଖନୀୟ ସଫଳତା ମିଳିଛି। କୋଭିଡ୍‌-୧୯ ଭଳି ପ୍ରତିକୂଳ ସମୟରେ ବ୍ୟାଙ୍କଗୁଡ଼ିକର ସହଯୋଗ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ଋଣ ପ୍ରଦାନରେ ଏହି ସଫଳତା ମିଳିପାରିଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି। ଇସିଏଲ୍‌ଜିଏସ୍‌ (କୋଭିଡ୍‌ ଋଣ) ଅଧୀନରେ ୩୪୧୭.୦୨ କୋଟି ଟଙ୍କା ଋଣ ପ୍ରଦାନଯୋଗ୍ୟ ଅର୍ଥରୁ ୩୩୦୮.୬୯ କୋଟି ଟଙ୍କାର ମଞ୍ଜୁରୀ ଦିଆଯାଇଛି। ତନ୍ମଧ୍ୟରୁ ୩୧୦୭.୮୨ କୋଟି ଟଙ୍କା ଉଦ୍ୟୋଗୀଙ୍କୁ ଦିଆସରିଛି। ପୂର୍ବରୁ ଏତେ ପରିମାଣରେ ଋଣ ପ୍ରଦାନ କରାଯାଇ ନ ଥିଲା। ପିଏମ୍‌ଇଜିପି ଅଧୀନରେ ସର୍ବମୋଟ ୪,୩୫୮ ଉଦ୍ୟୋଗ ମଧ୍ୟରୁ ୩,୬୯୪ଟିକୁ ପ୍ରାୟ ୧୧୫ କୋଟି ଟଙ୍କାର ଋଣ ଦିଆଯାଇଛି। ସେହିପରି ପିଏମ୍‌ଏଫ୍‌ଏମ୍‌ଇ ଅଧୀନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ୨୮୧୪ ସଦସ୍ୟଙ୍କୁ ୪୦ ହଜାର ଟଙ୍କା ହିସାବରେ ସିଡ୍‌ମନି ଭାବେ ପ୍ରାୟ ୭୭୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାଛଡ଼ା ୨୧ ଏସ୍‌ଏଚ୍‌ଜିକୁ ମୋଟ ୫୩.୯୬ ଲକ୍ଷ ଟଙ୍କା ସବ୍‌ସିଡି ପ୍ରଦାନ କରାଯାଇଛି। ୩ଟି ଏଫ୍‌ପିଓକୁ ସବ୍‌ସିଡି ପ୍ରଦାନ ନିମନ୍ତେ ପ୍ରସ୍ତାବ ମଞ୍ଜୁରୀ ସକାଶେ କେନ୍ଦ୍ର ସରକାରଙ୍କୁ ଚିଠି କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗଞ୍ଜାମର ରଙ୍ଗେଇଲୁଣ୍ଡାଠାରେ ମତ୍ସ୍ୟ ଉତ୍ପାଦନ ଲାଗି ସାଧାରଣ ଇନ୍‌କ୍ୟୁବେଶନ କେନ୍ଦ୍ର ସ୍ଥାପନ ସକାଶେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟକୁ ୧୬୩ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି। ଉପଯୁକ୍ତ ପ୍ୟାକେଜିଂର ବିକାଶ ସହ ଓଡ଼ିଶାର ଉତ୍ପାଦିତ ଖାଦ୍ୟ ସାମଗ୍ରୀର ବ୍ରାଣ୍ଡିଂ ସୃଷ୍ଟି କରିବାକୁ ଓର୍‌ମାସ୍‌କୁ ୮.୫୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି। ଏହାଛଡ଼ା ଅତିବେଶିରେ ୧୦ ଲକ୍ଷ ଟଙ୍କା ସବ୍‌ସିଡି ପ୍ରାବଧାନ ସହ ବ୍ୟକ୍ତିଗତ ଅଣୁ ଉଦ୍ୟୋଗଗୁଡ଼ିକୁ ଋଣ ମଞ୍ଜୁର କରିବା ଓ ୫୦ ପ୍ରତିଶତ ସବ୍‌ସିଡି ଦେବା ନିମନ୍ତେ ୩୮୩ଟି ଆବେଦନକୁ ବିଭିନ୍ନ ବ୍ୟାଙ୍କକୁ ପଠାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ୨୮୯ କୋଟି ଟଙ୍କା କୋଭିଡ୍‌ ସହାୟତା ପ୍ୟାକେଜର ଆକର୍ଷଣୀୟ ରିହାତି ବ୍ୟବସ୍ଥା ଯୋଗୁ ଋଣ ଯୋଗାଣରେ ଏହି ରେକର୍ଡ ସୃଷ୍ଟି ହୋଇପାରିଛି। କୋଭିଡ୍‌ ମହାମାରୀ ସମୟରେ କ୍ଷେତ୍ର କର୍ମଚାରୀ ଓ ବ୍ୟାଙ୍କଗୁଡ଼ିକର ସହଯୋଗ ପାଇଁ ଏହା ସମ୍ଭବ ହୋଇପାରିଛି। ଆଗାମୀ ଦିନରେ ଏପରି ସହଯୋଗ ଜାରି ରଖିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri