Posted inଜାତୀୟ

୩୩% ପରିବାର କ୍ଷୀର ପିଇବା କମାଇଛନ୍ତି

ନୂଆଦିଲ୍ଲୀ,୫ା୯: ଭାରତରେ କ୍ଷୀର ଦରବୃଦ୍ଧି ଯୋଗୁ ଏହାର ବ୍ୟବହାର କେତେ ପ୍ରଭାବିତ ହୋଇଛି ସେନେଇ କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲ ସର୍କଲ୍ସ ପକ୍ଷରୁ ଏକ ସର୍ବେକ୍ଷଣ କରାଯାଇଛି। ପ୍ରତି ୩ରେ ଗୋଟିଏ ପରିବାର କ୍ଷୀର ବ୍ୟବହାର କମାଇଦେଇଛନ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଛି। ଦେଶର ୩୧୧ ଜିଲାରେ କରାଯାଇଥିବା ଏହି ସର୍ବେକ୍ଷଣରେ ୨୧,୦୦୦ ଲୋକଙ୍କୁ ସାମିଲ କରାଯାଇଥିଲା, ଯାହାଙ୍କ ମଧ୍ୟରୁ ୬୯% ହେଉଛନ୍ତି ପୁରୁଷ। ୪୧% ଲୋକ ଟିୟର ୧ ଜିଲାର ହୋଇଥିବାବେଳେ ୩୪% ଟିୟର ୨ ଏବଂ ୨୫% ଟିୟର ୩ , ୪ ଓ ଗ୍ରାମାଞ୍ଚଳ ଜିଲାର ବାସିନ୍ଦା।
ଅଧିକାଂଶ ଭାରତୀୟ ପରିବାରରେ କ୍ଷୀର ଏବଂ ଦହି, ଲହୁଣି, ଘିଅ ଓ ବଟର୍‌ ମିଲ୍କ ଭଳି ଦୁଗ୍ଧଜାତ ସାମଗ୍ରୀ ବ୍ୟବହୃତ ହୋଇଥାଏ। ଭାରତ କେବଳ ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶ ନୁହେଁ, ବରଂ ଏହାର ବ୍ୟବହାର କ୍ଷେତ୍ରରେ ମଧ୍ୟ ଅନ୍ୟ ରାଷ୍ଟ୍ରଗୁଡ଼ିକଠାରୁ ଆଗରେ ରହିଥିବା ଆମେରିକାର କୃଷି ବିଭାଗ (ୟୁଏସ୍‌ଡିଏ) ପକ୍ଷରୁ ପ୍ରକାଶିତ ‘ଡେଏରି ଆଣ୍ଡ ପ୍ରଡକ୍ଟସ୍‌ ଆନୁଆଲ୍‌ ରିପୋର୍ଟ-୨୦୨୧’ରେ ଉଲ୍ଲେଖ କରାଯାଇଛି। ମୁଦ୍ରାସ୍ଫୀତି ଯୋଗୁ ଭାରତୀୟ ଉପଭୋକ୍ତା ହନ୍ତସନ୍ତ ହେଉଥିବାବେଳେ ଦରଦାମ ନିୟନ୍ତ୍ରଣରେ କ୍ରମଶଃ ଲଗାମ ଲଗାଯାଉଥିବା ନେଇ କେନ୍ଦ୍ର ସରକାରଙ୍କ ତଥ୍ୟ କହୁଛି। ତେବେ ଅଗଷ୍ଟ ୧୭ ପରଠାରୁ ଦେଶର ଦୁଗ୍ଧ ସମବାୟଗୁଡ଼ିକ ପକ୍ଷରୁ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯିବା ଖାଉଟିଙ୍କ ପାଇଁ ନିଶ୍ଚିତ ଭାବେ ଏକ ଖରାପ ଖବର। ଏହା ପୂର୍ବରୁ ମାର୍ଚ୍ଚରେ ଅମୂଲ ଭଳି ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନକାରୀ ବ୍ରାଣ୍ଡ୍‌ଗୁଡ଼ିକ କ୍ଷୀର ଲିଟର ପିଛା ୨ ଟଙ୍କା ବଢ଼ାଇଥିଲେ। ଏହି ଦରବୃଦ୍ଧି ଯୋଗୁ ୬୮% ଉପଭୋକ୍ତା ସମାନ ପରିମାଣ ଓ ବ୍ରାଣ୍ଡ୍‌ର କ୍ଷୀର ପାଇଁ ପୂର୍ବାପେକ୍ଷା ଅଧିକ ଟଙ୍କା ଦେଉଥିବା ସର୍ବେକ୍ଷଣ ବେଳେ କହିଛନ୍ତି। ଅନ୍ୟପକ୍ଷେ ୧୦,୬୮୫ ଜଣଙ୍କ ମଧ୍ୟରୁ ୬% ଲୋକ ଏଥିଲାଗି ବ୍ରାଣ୍ଡ୍‌ ବଦଳାଇଛନ୍ତି ଅଥବା ଅପେକ୍ଷାକୃତ କମ୍‌ ଦାମ୍‌ରେ ମିଳୁଥିବା କ୍ଷୀର କିଣିବାକୁ ବାଧ୍ୟ ହୋଇଥିବା ମାନିଛନ୍ତି। ଅନ୍ୟ ୪% ଲୋକ ସମାନ ବ୍ରାଣ୍ଡ୍‌ର ଶସ୍ତା ବିକଳ୍ପ ଆପଣାଇଛନ୍ତି। କୌଣସି ଉତ୍ତରଦାତା କ୍ଷୀର କିଣିବା ବନ୍ଦ କରିଦେଇଥିବା ମାନିନାହାନ୍ତି। ତେବେ ୨୦% ଲୋକ ପୂର୍ବ ତୁଳନାରେ ପରିମାଣ ହ୍ରାସ କରିଥିବା କହିଛନ୍ତି। ଘରେ ବ୍ୟବହାର ପାଇଁ ଅଧିକାଂଶ ସମୟରେ କେଉଁ ଧରଣର କ୍ଷୀର କିଣୁଛନ୍ତି ବୋଲି ୧୦,୫୨୨ ଜଣଙ୍କୁ ସର୍ବେକ୍ଷଣକାରୀ ସଂସ୍ଥା ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ୭୨% ଲୋକ ପ୍ଲାଷ୍ଟିକ୍‌ ପାଉଚ୍‌ ପ୍ୟାକେଟରେ ଉପଲବ୍ଧ ୫୦୦ ମିଲି ଲିଟର କିମ୍ବା ୧ ଲିଟର କ୍ଷୀର କିଣୁଥିବା କହିଥିଲେ। ସେହିପରି ୧୪% ଉପଭୋକ୍ତା ସ୍ଥାନୀୟ ବିକ୍ରେତାଙ୍କଠାରୁ ଖୋଲାରେ କ୍ଷୀର କିଣୁଥିବା ଉତ୍ତର ଦେଇଥିଲେ। ମାତ୍ର ୨% ଲୋକ ଅଧିକ ସମୟ ରହିପାରୁଥିବା ଟେଟ୍ରା ପ୍ୟାକ୍‌ ମିଲ୍କ କିଣୁଥିବା ନେଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri