୩୩ ଚାଇନା ବିମାନ ଆମକୁ ଘେରି ରହିଛି: ତାଇଓ୍ବାନର ଅଭିଯୋଗ…

ତାଇପେ,୨୮।୧ : ନିଜର ବିସ୍ତାରବାଦୀ ନୀତି ଯୋଗୁ ଚାଇନା ପ୍ରାୟତଃ ହେଡଲାଇନରେ ରହିଥାଏ। ଏଭଳି ମନୋଭାବ ଯୋଗୁ ନିଜର ପଡୋଶୀ ଦେଶମାନଙ୍କ ସହିତ ଚାଇନାର ସମ୍ପର୍କ ମଧ୍ୟ ଭଲ ନାହିଁ। ଏହି ସମୟରେ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ ଦାବି କରିଛି। ଚାଇନାକୁ ଦୋଷ ଦେଇ ମନ୍ତ୍ରଣାଳୟ କହିଛି ଜାନୁଆରୀ ୨୬ ତାରିଖ ସକାଳ ପରଠାରୁ ଚାଇନା ତାଇୱାନର ଦ୍ୱୀପପୁଞ୍ଜରେ ଏସୟୁ-୩୦ଯୁଦ୍ଧ ବିମାନ ଏବଂ ୬ଟି ନ ନୌସେନା ବିମାନ ସମେତ ୩୩ଟି ବିମାନ ନିୟୋଜିତ କରିଛି। ତାଇଓ୍ବାନ ଦାବି କରିଛି ୩୩ ଟି ବିମାନ ମଧ୍ୟରୁ ୧୩ଟି ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରାଇଟ ଅତିକ୍ରମ କରିଛି। ୩୩ ଚାଇନା ବିମାନ ଆମକୁ ଘେରି ରହିଛି ବୋଲି ମନ୍ତ୍ରଣାଳୟ ଅଭିଯୋଗ କରିଛି।

ଏକ ରିପୋର୍ଟ ଅନୁଯାୟୀ, ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଜୋର ଦେଇ କହିଛନ୍ତି ତାଇୱାନର ସ୍ବାଧୀନତା ଚାଇନା-ଆମେରିକା ସମ୍ପର୍କ ପାଇଁ ଏକ ବଡ଼ ବିପଦ ହୋଇପାରେ। ଗତ ବର୍ଷ ସାନ ଫ୍ରାନ୍ସିସ୍କୋରେ ଏସିଆ-ପାସିଫିକ ଅର୍ଥନୈତିକ ସହଯୋଗ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ସାକ୍ଷାତ କରିଥିଲେ। ଜାନୁଆରୀ ୨୮ ରେ ବ୍ୟାଙ୍କକଠାରେ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଜେକେ ସଲିଭାନଙ୍କୁ ଭେଟିଥିଲେ।

ଚାଇନା ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ ୱାଙ୍ଗ ସଲିଭାନଙ୍କ ସହ ହୋଇଥିବା ବୈଠକରେ କହିଛନ୍ତି ତାଇୱାନ ହେଉଛି ଚାଇନାର ଆଭ୍ୟନ୍ତରୀଣ ପ୍ରସଙ୍ଗ। ତାଇୱାନର ଆଞ୍ଚଳିକ ନିର୍ବାଚନ ତାଇୱାନ ଚାଇନାର ଏକ ଅଂଶ ନୁହେଁ ବୋଲି ପରିବର୍ତ୍ତନ କରିପାରିବ ନାହିଁ। ଆମେରିକା ଏବଂ ଚାଇନା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବୋଲି ସଲିଭାନ କହିଛନ୍ତି। କିନ୍ତୁ ଉଭୟ ଦେଶ ମଧ୍ୟରେ ଏହାକୁ ନେଇ ବିବାଦ କିମ୍ବା ମୁହାଁମୁହିଁ ହେବାକୁ ରୋକିବା ଆବଶ୍ୟକ। ଏକ ରିପୋର୍ଟ ଅନୁଯାୟୀ, ତାଇୱାନ ଷ୍ଟ୍ରାଇଟରେ ଶାନ୍ତି ଏବଂ ସ୍ଥିରତା ପାଇଁ ସବୁଠାରୁ ବଡ ବିପଦ ହେଉଛି ତାଇୱାନ ସ୍ବାଧୀନତା ଆନ୍ଦୋଳନ। ଏଥି ସହିତ ଚାଇନା ବିଶ୍ୱାସ କରେ ଚାଇନା-ଆମେରିକା ସମ୍ପର୍କ ପାଇଁ ସବୁଠାରୁ ବଡ ଆହ୍ବାନ ହେଉଛି ତାଇୱାନର ସ୍ବାଧୀନତା ଆନ୍ଦୋଳନ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ବନ୍ଦ ଘୋଷଣା କରି ଟ୍ରମ୍ପ କମାଉଛନ୍ତି ମୋଟା ଅଙ୍କର ଟଙ୍କା! ଜାଣିଲେ ଉଡିବ ହୋସ୍‌

ଓ଼୍ବାଶିଂଟନ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଟ୍ରମ୍ପ ଇରାନକୁ 48 ଘଣ୍ଟାର ଅଲଟିମେଟମ ଦେଇଥିଲେ: ଶତ୍ରୁତା ବନ୍ଦ କର, ନଚେତ ଆମେରିକା ଇରାନର…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ଯୁଦ୍ଧ ସଙ୍କଟକୁ ନେଇ ରାଜ୍ୟ ସଭାରେ ଏମିତି କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତର ରଣନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ପଶ୍ଚିମ…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri