ସ୍ବାସ୍ଥ୍ୟସେବାରେ ଅପହଞ୍ଚ ୩୧୬ ଗାଁ: ବୋଟ-ବାଇକ୍‌ ଆମ୍ବୁଲାନ୍ସ ହିଁ ସାହା ଭରସା

ଭବାନୀପାଟଣା,୫।୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାକୁ ଆକାଂକ୍ଷୀ ଜିଲାଭାବେ ସରକାର ଚୟନ କରିଛନ୍ତି। ତେବେ ପଛୁଆ ଅଞ୍ଚଳର ସାମୂହିକ ବିକାଶ ସହିତ ଲୋକଙ୍କ ଖାଦ୍ୟ ସୁରକ୍ଷା, ପରିବହନ ବ୍ୟବସ୍ଥାର ଉନ୍ନତି ଓ ଶିକ୍ଷା, ବିଦ୍ୟୁତ୍‌, ପିଇବା ପାଣି ତଥା ସ୍ବାସ୍ଥ୍ୟସେବାର ବିକାଶ ହିଁ ସଫଳତାର ଚାବିକାଠି ବୋଲି କୁହାଯାଇପାରେ। ସ୍ବାସ୍ଥ୍ୟସେବା ହେଉଛି ଏକ ଜରୁରୀ ଆବଶ୍ୟକତା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଜିଲାର ୩୧୬ ଗାଁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅପହଞ୍ଚ ହୋଇ ରହିଯାଇଛି। ଏହି ଗାଁ ଗୁଡିକୁ ସ୍ବାସ୍ଥ୍ୟ ବିଭାଗ ସେବା ଯୋଗାଇବାରେ ସବୁଠାରୁ କଷ୍ଟସାଧ୍ୟ ବୋଲି ଚିହ୍ନଟ କରିଛି। ଏଥିରେ ଜିଲାର ଭବାନୀପାଟଣା ସଦର ବ୍ଲକର ୩୧ଟି, ଜୟପାଟଣା ୧୯, ଜୁନାଗଡ ୧୭, କଲମପୁର ୧୦, କର୍ଲାମୁଣ୍ଡା ୨ଟି, କୋକସରା ୭ଟି, ଲାଞ୍ଜିଗଡ଼ ୯୭, ଏମ ରାମପୁର ୫୮, ଥୁଆମୂଳ ରାମପୁରର ୭୫ ଗ୍ରାମ ସ୍ବାସ୍ଥ୍ୟ ଜନିତ କାରଣରୁ ବହୁବିଧ ସମସ୍ୟାକୁ ସାମ୍ନା କରୁଛି। ପରିବହନ ବ୍ୟବସ୍ଥା ନ ଥିବାରୁ ବେଳେବେଳେ ବୋଟ, ବାଇକ ଆମ୍ବୁଲାନ୍ସ ଦ୍ୱାରା ସେବା ପାଇବାର ସୁଯୋଗ ମିଳିଥାଏ। ବୋଟ, ବାଇକ ଆମ୍ବୁଲାନ୍ସ ଦ୍ୱାରା ସ୍ବାସ୍ଥ୍ୟସେବାର ପରିକଳ୍ପନା ନବୀନ ସରକାରଙ୍କ କାଳରେ ସମ୍ଭବ ହୋଇପାରିଥିଲା। କିନ୍ତୁ ବାଇକ ଆମ୍ବୁଲାନ୍ସ ଜରିଆରେ ମାତ୍ର ୫,୬୫୭ ଜଣ ସେବା ପାଇବାର ଲକ୍ଷ୍ୟ ରଖାଯାଇଛି। ଥୁଆମୂଳ ରାମପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ୧୭୩୪ ଜଣ, ଥୁଆମୂଳ ରାମପୁର ସାଇସୁରନି ଅଞ୍ଚଳରେ ୨୦୬୪, ଲାଞ୍ଜିଗଡ଼ ବ୍ଲକର ବଙ୍କାକୁଣ୍ଡରୁରେ ୭୦୨ ଏବଂ ବିଶ୍ୱନାଥପୁର ଅଞ୍ଚଳରେ ୫୩୮, ଏମ ରାମପୁର ଅଞ୍ଚଳର ୬୧୯ଜଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାରେ ୫ଟି ବାଇକ ଆମ୍ବୁଲାନ୍ସ ଜିଲାରେ କାର୍ଯ୍ୟ କରୁଛି ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ମିଳିଛି। ଆଶା କର୍ମୀ ଏବଂ ସ୍ବାସ୍ଥ୍ୟ କର୍ମୀ ଘର ଘର ବୁଲି ସେବାମୂଳକ ସମସ୍ତ କାର୍ଯ୍ୟ କରିବା ସହ ଜନନୀ ଏକ୍ସପ୍ରେସ (୧୦୮) କେତେକ ଗାଁକୁ ଯାଉଛି। ତେବେ ବର୍ଷା ଦିନରେ ଏହି ସମସ୍ତ ସୁବିଧା ମିଳିବା ଅସମ୍ଭବ ହୋଇପଡୁଛି। କାରଣ ରାସ୍ତାଘାଟର ଶୋଚନୀୟତା ଓ ଗୋଟିଏ ଘରୁ ଅନ୍ୟ ଘରର ଦୂରତା ଅଧିକ। ଦୂର ଦୂରାନ୍ତରେ ପାହାଡ଼ ଉପରେ ଗ୍ରାମଗୁଡିକ ରହୁଥିବା ଯୋଗୁ ପହଞ୍ଚିବା କଷ୍ଟକର ହେଉଥିବାରୁ ଅନେକ ସମୟରେ ଖଟିଆରେ ବୁହାହୋଇ ରୋଗୀ ଏବଂ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯିବା ଯେମିତି ନିତିଦିନିଆ ଘଟଣା ସାଜିଛି। ଏହା ସତ୍ତ୍ୱେ ସବୁଠାରୁ ଦୟନୀୟ ସ୍ଥିତିକୁ ଆପଣେଇ ନେଇଛନ୍ତି ଇନ୍ଦ୍ରାବତୀର ବୁଡି ଅଞ୍ଚଳବାସୀ। ସାଧାରଣ ଜୀବନ ଜିଇଁବା ଲାଗି ଡଙ୍ଗା ଉପରେ ଭରସା କରିବାକୁ ପଡୁଛି। ସ୍ବାସ୍ଥ୍ୟ ଜନିତ ସମସ୍ୟା ପାଇଁ ଗୋଟିଏ ବୋଟ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି। ତାହା କେବଳ ଆପାତକାଳୀନ ସେବାରେ ସାହାଯ୍ୟରେ ଆସିଥାଏ। ବୋଟ ଆମ୍ବୁଲାନ୍ସ ଉପରେ ଗୁରୁତର ରୋଗୀ ଭରସା କରି ରହିଲେ ଜୀବନ କେତେବେଳେ ଚାଲିଯିବ ତାହା ବି କହିହେବନି। ବୁଡି ଅଞ୍ଚଳରେ ଥିବା ୧୭ଟି ଗ୍ରାମର ଅଧିବାସୀଙ୍କୁ ନିରବଛିନ୍ନ ସ୍ବାସ୍ଥ୍ୟସେବା ପାଇବା ସ୍ବପ୍ନ ହୋଇ ରହିଆସିଛି। ସଂକ୍ରାମକ ରୋଗରେ ଅନେକ ବିଭିନ୍ନ ସମୟରେ ଆକ୍ରାନ୍ତ ହୋଇଥାନ୍ତି। କାରଣ ବିଶୁଦ୍ଧ ପିଇବା ପାଣି ମିଳେନାହିଁ। ଗୋଟିଏ ଓଳି ଖାଇଲେ ଅନ୍ୟ ଓଳି ପାଇଁ ଚିନ୍ତା କରିବାକୁ ପଡେ। ଇନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳବାସୀଙ୍କ ପରସ୍ତ ପରସ୍ତ ଦୁଃଖ ଭିତରୁ ସ୍ବାସ୍ଥସେବା ଅନ୍ୟତମ। ଆଜି ମଧ୍ୟ ଖଟିଆରେ ରୋଗୀଙ୍କୁ ବୁହା ଯିବାର ନଜିର ରହିଛି। ଯଦିଓ ହେଲଥ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି, ତାହା ଜଳବନ୍ଧୀ ଅଞ୍ଚଳରୁ ରୋଗୀ ଆଣିବାରେ କେବଳ ସାହାଯ୍ୟରେ ଆସୁଛି। ମୋବାଇଲ ହେଲଥ ୟୁନିଟ କାମରେ ଆସୁ ନ ଥିବା ବାରମ୍ବାର ଅଭିଯୋଗ ହେଉଛି। ଇତିମଧ୍ୟରେ ଅନେକ କଳାହାଣ୍ଡି ଜିଲାପାଳ ଉକ୍ତ ଜଳବନ୍ଧୀ ତଥା ବିଚ୍ଛିନ୍ନାଞ୍ଚଳକୁ ଗସ୍ତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଜିଲାରେ ଡାକ୍ତର ଅଭାବ ଏକ ଗୁରୁତର ସମସ୍ୟା ହୋଇଥିଲେ ହେଁ ଯେଉଁମାନେ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱ ସମ୍ଭାଳୁଛନ୍ତି ଏଥିରେ ମଧ୍ୟ ନିଷ୍ଠା ରହୁନାହିଁ। ବିଜୁ ଜନତା ଦଳ ସରକାର ସମୟରେ ଜିଲାରେ ସହୀଦ ରେଣ୍ଡୋ ମାଝୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ହୋଇଛି। ଜିଲାବାସୀ ଭାବୁଥିଲେ ଡବଲ ଇଞ୍ଜିନ ସରକାର ସ୍ବାସ୍ଥ୍ୟ ସମସ୍ୟାକୁ ସୁଧାରିବେ। ହେଲେ ବର୍ତ୍ତମାନ ଡାକ୍ତର ନାହାନ୍ତି। ତେଣୁ ବାଧ୍ୟହୋଇ ରୋଗୀ ଜିଲା ତଥା ରାଜ୍ୟ ବାହାରକୁ ଯାଇ ଚିକିତ୍ସା ହେଉଛନ୍ତି। ଜିଲାରେ ସ୍ବାସ୍ଥ୍ୟସେବା ବାବଦରେ ବହୁ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଶିଶୁ ମୃତ୍ୟୁ ଏବଂ ମ୍ୟାଲେରିଆ ରୋଗ ବୃଦ୍ଧିରେ ରୋକ ଲାଗିପାରୁନାହିଁ। ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଆକାଂକ୍ଷା ଜିଲା କଳାହାଣ୍ଡି ପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣ ଦାବି କରିଛନ୍ତି। ଏ ନେଇ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିହାରେନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ, ବାଇକ ଓ ବୋଟ ଆମ୍ବୁଲାନ୍ସ ଆସିବା ପରେ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବାରେ ପରିର୍ତ୍ତନ ଆସିଛି। ତେବେ ବର୍ଷା ଋତୁ ସମୟରେ କିଛିଟା ଅସୁବିଧା ପରିଲକ୍ଷିତ ହେଉଥିବା କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri