ସ୍ବାସ୍ଥ୍ୟସେବାରେ ଅପହଞ୍ଚ ୩୧୬ ଗାଁ: ବୋଟ-ବାଇକ୍‌ ଆମ୍ବୁଲାନ୍ସ ହିଁ ସାହା ଭରସା

ଭବାନୀପାଟଣା,୫।୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାକୁ ଆକାଂକ୍ଷୀ ଜିଲାଭାବେ ସରକାର ଚୟନ କରିଛନ୍ତି। ତେବେ ପଛୁଆ ଅଞ୍ଚଳର ସାମୂହିକ ବିକାଶ ସହିତ ଲୋକଙ୍କ ଖାଦ୍ୟ ସୁରକ୍ଷା, ପରିବହନ ବ୍ୟବସ୍ଥାର ଉନ୍ନତି ଓ ଶିକ୍ଷା, ବିଦ୍ୟୁତ୍‌, ପିଇବା ପାଣି ତଥା ସ୍ବାସ୍ଥ୍ୟସେବାର ବିକାଶ ହିଁ ସଫଳତାର ଚାବିକାଠି ବୋଲି କୁହାଯାଇପାରେ। ସ୍ବାସ୍ଥ୍ୟସେବା ହେଉଛି ଏକ ଜରୁରୀ ଆବଶ୍ୟକତା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଜିଲାର ୩୧୬ ଗାଁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅପହଞ୍ଚ ହୋଇ ରହିଯାଇଛି। ଏହି ଗାଁ ଗୁଡିକୁ ସ୍ବାସ୍ଥ୍ୟ ବିଭାଗ ସେବା ଯୋଗାଇବାରେ ସବୁଠାରୁ କଷ୍ଟସାଧ୍ୟ ବୋଲି ଚିହ୍ନଟ କରିଛି। ଏଥିରେ ଜିଲାର ଭବାନୀପାଟଣା ସଦର ବ୍ଲକର ୩୧ଟି, ଜୟପାଟଣା ୧୯, ଜୁନାଗଡ ୧୭, କଲମପୁର ୧୦, କର୍ଲାମୁଣ୍ଡା ୨ଟି, କୋକସରା ୭ଟି, ଲାଞ୍ଜିଗଡ଼ ୯୭, ଏମ ରାମପୁର ୫୮, ଥୁଆମୂଳ ରାମପୁରର ୭୫ ଗ୍ରାମ ସ୍ବାସ୍ଥ୍ୟ ଜନିତ କାରଣରୁ ବହୁବିଧ ସମସ୍ୟାକୁ ସାମ୍ନା କରୁଛି। ପରିବହନ ବ୍ୟବସ୍ଥା ନ ଥିବାରୁ ବେଳେବେଳେ ବୋଟ, ବାଇକ ଆମ୍ବୁଲାନ୍ସ ଦ୍ୱାରା ସେବା ପାଇବାର ସୁଯୋଗ ମିଳିଥାଏ। ବୋଟ, ବାଇକ ଆମ୍ବୁଲାନ୍ସ ଦ୍ୱାରା ସ୍ବାସ୍ଥ୍ୟସେବାର ପରିକଳ୍ପନା ନବୀନ ସରକାରଙ୍କ କାଳରେ ସମ୍ଭବ ହୋଇପାରିଥିଲା। କିନ୍ତୁ ବାଇକ ଆମ୍ବୁଲାନ୍ସ ଜରିଆରେ ମାତ୍ର ୫,୬୫୭ ଜଣ ସେବା ପାଇବାର ଲକ୍ଷ୍ୟ ରଖାଯାଇଛି। ଥୁଆମୂଳ ରାମପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ୧୭୩୪ ଜଣ, ଥୁଆମୂଳ ରାମପୁର ସାଇସୁରନି ଅଞ୍ଚଳରେ ୨୦୬୪, ଲାଞ୍ଜିଗଡ଼ ବ୍ଲକର ବଙ୍କାକୁଣ୍ଡରୁରେ ୭୦୨ ଏବଂ ବିଶ୍ୱନାଥପୁର ଅଞ୍ଚଳରେ ୫୩୮, ଏମ ରାମପୁର ଅଞ୍ଚଳର ୬୧୯ଜଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାରେ ୫ଟି ବାଇକ ଆମ୍ବୁଲାନ୍ସ ଜିଲାରେ କାର୍ଯ୍ୟ କରୁଛି ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ମିଳିଛି। ଆଶା କର୍ମୀ ଏବଂ ସ୍ବାସ୍ଥ୍ୟ କର୍ମୀ ଘର ଘର ବୁଲି ସେବାମୂଳକ ସମସ୍ତ କାର୍ଯ୍ୟ କରିବା ସହ ଜନନୀ ଏକ୍ସପ୍ରେସ (୧୦୮) କେତେକ ଗାଁକୁ ଯାଉଛି। ତେବେ ବର୍ଷା ଦିନରେ ଏହି ସମସ୍ତ ସୁବିଧା ମିଳିବା ଅସମ୍ଭବ ହୋଇପଡୁଛି। କାରଣ ରାସ୍ତାଘାଟର ଶୋଚନୀୟତା ଓ ଗୋଟିଏ ଘରୁ ଅନ୍ୟ ଘରର ଦୂରତା ଅଧିକ। ଦୂର ଦୂରାନ୍ତରେ ପାହାଡ଼ ଉପରେ ଗ୍ରାମଗୁଡିକ ରହୁଥିବା ଯୋଗୁ ପହଞ୍ଚିବା କଷ୍ଟକର ହେଉଥିବାରୁ ଅନେକ ସମୟରେ ଖଟିଆରେ ବୁହାହୋଇ ରୋଗୀ ଏବଂ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯିବା ଯେମିତି ନିତିଦିନିଆ ଘଟଣା ସାଜିଛି। ଏହା ସତ୍ତ୍ୱେ ସବୁଠାରୁ ଦୟନୀୟ ସ୍ଥିତିକୁ ଆପଣେଇ ନେଇଛନ୍ତି ଇନ୍ଦ୍ରାବତୀର ବୁଡି ଅଞ୍ଚଳବାସୀ। ସାଧାରଣ ଜୀବନ ଜିଇଁବା ଲାଗି ଡଙ୍ଗା ଉପରେ ଭରସା କରିବାକୁ ପଡୁଛି। ସ୍ବାସ୍ଥ୍ୟ ଜନିତ ସମସ୍ୟା ପାଇଁ ଗୋଟିଏ ବୋଟ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି। ତାହା କେବଳ ଆପାତକାଳୀନ ସେବାରେ ସାହାଯ୍ୟରେ ଆସିଥାଏ। ବୋଟ ଆମ୍ବୁଲାନ୍ସ ଉପରେ ଗୁରୁତର ରୋଗୀ ଭରସା କରି ରହିଲେ ଜୀବନ କେତେବେଳେ ଚାଲିଯିବ ତାହା ବି କହିହେବନି। ବୁଡି ଅଞ୍ଚଳରେ ଥିବା ୧୭ଟି ଗ୍ରାମର ଅଧିବାସୀଙ୍କୁ ନିରବଛିନ୍ନ ସ୍ବାସ୍ଥ୍ୟସେବା ପାଇବା ସ୍ବପ୍ନ ହୋଇ ରହିଆସିଛି। ସଂକ୍ରାମକ ରୋଗରେ ଅନେକ ବିଭିନ୍ନ ସମୟରେ ଆକ୍ରାନ୍ତ ହୋଇଥାନ୍ତି। କାରଣ ବିଶୁଦ୍ଧ ପିଇବା ପାଣି ମିଳେନାହିଁ। ଗୋଟିଏ ଓଳି ଖାଇଲେ ଅନ୍ୟ ଓଳି ପାଇଁ ଚିନ୍ତା କରିବାକୁ ପଡେ। ଇନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳବାସୀଙ୍କ ପରସ୍ତ ପରସ୍ତ ଦୁଃଖ ଭିତରୁ ସ୍ବାସ୍ଥସେବା ଅନ୍ୟତମ। ଆଜି ମଧ୍ୟ ଖଟିଆରେ ରୋଗୀଙ୍କୁ ବୁହା ଯିବାର ନଜିର ରହିଛି। ଯଦିଓ ହେଲଥ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି, ତାହା ଜଳବନ୍ଧୀ ଅଞ୍ଚଳରୁ ରୋଗୀ ଆଣିବାରେ କେବଳ ସାହାଯ୍ୟରେ ଆସୁଛି। ମୋବାଇଲ ହେଲଥ ୟୁନିଟ କାମରେ ଆସୁ ନ ଥିବା ବାରମ୍ବାର ଅଭିଯୋଗ ହେଉଛି। ଇତିମଧ୍ୟରେ ଅନେକ କଳାହାଣ୍ଡି ଜିଲାପାଳ ଉକ୍ତ ଜଳବନ୍ଧୀ ତଥା ବିଚ୍ଛିନ୍ନାଞ୍ଚଳକୁ ଗସ୍ତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଜିଲାରେ ଡାକ୍ତର ଅଭାବ ଏକ ଗୁରୁତର ସମସ୍ୟା ହୋଇଥିଲେ ହେଁ ଯେଉଁମାନେ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱ ସମ୍ଭାଳୁଛନ୍ତି ଏଥିରେ ମଧ୍ୟ ନିଷ୍ଠା ରହୁନାହିଁ। ବିଜୁ ଜନତା ଦଳ ସରକାର ସମୟରେ ଜିଲାରେ ସହୀଦ ରେଣ୍ଡୋ ମାଝୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ହୋଇଛି। ଜିଲାବାସୀ ଭାବୁଥିଲେ ଡବଲ ଇଞ୍ଜିନ ସରକାର ସ୍ବାସ୍ଥ୍ୟ ସମସ୍ୟାକୁ ସୁଧାରିବେ। ହେଲେ ବର୍ତ୍ତମାନ ଡାକ୍ତର ନାହାନ୍ତି। ତେଣୁ ବାଧ୍ୟହୋଇ ରୋଗୀ ଜିଲା ତଥା ରାଜ୍ୟ ବାହାରକୁ ଯାଇ ଚିକିତ୍ସା ହେଉଛନ୍ତି। ଜିଲାରେ ସ୍ବାସ୍ଥ୍ୟସେବା ବାବଦରେ ବହୁ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଶିଶୁ ମୃତ୍ୟୁ ଏବଂ ମ୍ୟାଲେରିଆ ରୋଗ ବୃଦ୍ଧିରେ ରୋକ ଲାଗିପାରୁନାହିଁ। ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଆକାଂକ୍ଷା ଜିଲା କଳାହାଣ୍ଡି ପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣ ଦାବି କରିଛନ୍ତି। ଏ ନେଇ ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିହାରେନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ, ବାଇକ ଓ ବୋଟ ଆମ୍ବୁଲାନ୍ସ ଆସିବା ପରେ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବାରେ ପରିର୍ତ୍ତନ ଆସିଛି। ତେବେ ବର୍ଷା ଋତୁ ସମୟରେ କିଛିଟା ଅସୁବିଧା ପରିଲକ୍ଷିତ ହେଉଥିବା କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ଭାରତ ସ୍କାଉଟ ଓ ଗାଇଡ୍ସର କ୍ୟାମ୍ପୋରି ଉଦ୍‌ଘାଟିତ: ୨୪୬ ସ୍କୁଲର…

ଦିଗପହଣ୍ଡି, ୬ା୧(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀ ଧାମ ଆବାସିକ ବିଦ୍ୟାଳୟ ପରିସରରେ ଭାରତ ସ୍କାଉଟ...

ଓଟିଇଟି ପରୀକ୍ଷା ଦେଇପାରିବେ ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର; ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୬ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ଏମାନଙ୍କ ପାଇଁ କାଳ ୨୦୨୬! ଏହି ୨ରାଶି ପାଖରୁ ଚାଲିଯିବ ଧନ

ବର୍ଷ ଆରମ୍ଭରେ ଜ୍ୟୋତିଷ ଶାସ୍ତ୍ରରେ ପ୍ରମୁଖ ଗ୍ରହ ପରିବର୍ତ୍ତନ ସୂଚିତ ହୋଇଛି। ଜ୍ୟୋତିଷଙ୍କ ଅନୁଯାୟୀ, ଜାନୁଆରୀ ୧୨ ତାରିଖରୁ ସିଂହ ରାଶିର ଲୋକଙ୍କ ଜୀବନରେ ଏକ...

ତାମିଲନାଡୁରେ ଆଖି ବୁଜିଦେଲେ ଓଡ଼ିଆ ଶ୍ରମିକ: ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ, ବିଧବା ମା’ ଆଖିରୁ ଶୁଖୁନି ଲୁହ 

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୯ ନଂ ୱାର୍ଡ ଦଳିତ ସାହିର ଦାଦନ ଶ୍ରମିକ ବିଜୟ ନାଇକ(୩୬) ତାମିଲନାଡୁର ର୍ତିଚ୍ଚିରେ ମୃତ୍ୟୁବରଣ...

ପୁରୁଷୋତ୍ତମପୁର ସବ-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: ବନ୍ଧାହେବେ ଦୂର୍ନିତିକାରୀ

ପୁରୁଷୋତ୍ତମପୁର, ୬ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟ୍ରାର ଅଫିସରେ ଘଟିଥିବା ଜମି ଦୁର୍ନୀତି ଘଟଣାରେ ପୋଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ଫଳରେ...

‘ବିପଦମୁକ୍ତ ଭବିଷ୍ୟତ ଗଠନରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ’

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା କଲେଜ ପରିସରରେ ମଙ୍ଗଳବାର ପରିବେଶ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।...

ଏବିଡିଓଙ୍କ ନାମରେ ସଙ୍ଗୀନ ଅଭିଯୋଗ: ବିବାହ ପ୍ରମାଣପତ୍ର ପାଇଁ…

ଛତ୍ରପୁର/ପୁରୁଷୋତ୍ତମପୁର,୬।୧( ଦିଲ୍ଲୀପ ସାମଲ /ସବିତା ମିଶ୍ର): ପଇସା ଦିଅ ସାର୍ଟିଫିକେଟ ନିଅ। ଏପରି ସଙ୍ଗୀନ ଅଭିଯୋଗ ଆସିଛି ଗଞ୍ଜାମ ଜିଲା ପୁରୁଷୋତ୍ତପୁର ଏବିଡିଓଙ୍କ ନାମରେ। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri