Posted inଜାତୀୟ

୩୧୧ ଆପ୍‌, ୯୫ ମେଶିନ ବ୍ୟବହୃତ

ନୂଆଦିଲ୍ଲୀ,୪ା୯: ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ରେ ହେବାକୁ ଥିବା ଜି୨୦ ସମ୍ମିଳନୀ ପାଇଁ ଜାତୀୟ ରାଜଧାନୀକୁ ଆକର୍ଷଣୀୟ କରାଯାଇଛି। ବିଦେଶୀ ଅତିଥିଙ୍କୁ ସ୍ବାଗତ କରିବାକୁ ଯାଉଥିବା ଦିଲ୍ଲୀର ସଫେଇ ପାଇଁ ୩୧୧ ଆପ୍‌, ୧୨,୦୦୦ କର୍ମୀ ଓ ୯୫ଟି ମେଶିନକୁ ବ୍ୟବହାର କରାଯାଇଛି। ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ମେୟର ଶେଲି ଓବରୟ ରବିବାର ଏହି ସୂଚନା ଦେଇଛନ୍ତି। ଶେଲି କହିଛନ୍ତି, ଦିଲ୍ଲୀକୁ କେବଳ ସ୍ବଚ୍ଛ ଓ ସବୁଜ କରିବା ପାଇଁ ୨ ମାସ ସମୟ ଲାଗିଛି। ଜି୨୦ ସମ୍ମିଳନୀ ପାଇଁ ଦିଲ୍ଲୀକୁ ପ୍ରସ୍ତୁତ କରିବା ସକାଶେ ଆମେ ୧୨ ହଜାର କର୍ମୀଙ୍କୁ ସ୍ବତନ୍ତ୍ର ଡ୍ୟୁଟିରେ ନିୟୋଜିତ କରିଛୁ। ସେମାନଙ୍କ ମଧ୍ୟରୁ ସେଣ୍ଟ୍ରାଲ ଜୋନ୍‌ରେ ୧୫୦୦, ସାଉଥ୍‌ ଜୋନ୍‌ରେ ୧୦୦୦, ଜନଫଗଡ଼ ଜୋନ୍‌ରେ ୧୫୦୦, ପ୍ରଗତି ମଇଦାନରେ ୨୫୦ ଜଣଙ୍କୁ ନିୟୋଜିତ କରାଯାଇଛି। ୫୫ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ବ୍ୟବସ୍ଥାର ତଦାରଖ କରୁଛନ୍ତି।

ଏମ୍‌ସିଡିର ୫୨ ମେକାନିକାଲ ରୋଡ୍‌ ସୁଇପିଂ ମେଶିନ ଜରିଆରେ ଦିଲ୍ଲୀର ରାସ୍ତାଘାଟ ସଫେଇ ଚାଲିଛି। ୨୫୦ରୁ ଅଧିକ କର୍ମଚାରୀଙ୍କୁ ରାଜଘାଟ ମାର୍ଗ, ଜବାହରଲାଲ ମାର୍ଗ, ଜୁ ଏରିଆ, ଭୈରବ ମାର୍ଗ, ବିକାଶ ମାର୍ଗ ଓ ତିଳକ ମାର୍ଗରେ ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇଛି। ମେୟର ଆହୁରି କହିଛନ୍ତି, କୁତବମିନାର, ଦିଲ୍ଲୀ ସିକ୍ସ ଓ ଲାଲ୍‌କିଲ୍ଲା ସମେତ ଐତିହାସିକସ୍ଥଳଗୁଡ଼ିକର ସ୍ବଚ୍ଛତା ଉପରେ ଅଧିକ ଧ୍ୟାନ ଦିଆଯାଇଛି। ସେହିପରି ଏମ୍‌ସିଡିର ୩୧୧ଟି ଆପ୍‌ ଜରିଆରେ ସହରର ୧୨,୦୦୦ରୁ ଅଧିକ ଆବର୍ଜନାସ୍ଥଳ ସଫେଇ ପାଇଁ ଚିହ୍ନଟ କରାଯାଇଥିବା ଡେପୁଟି ମେୟର ଆଲେ ମହମ୍ମଦ ଇକ୍‌ବାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri