Posted inଜାତୀୟ

୩୧ ପ୍ରତିଶତ ରାଜ୍ୟ ସଭା ଏମ୍‌ପିଙ୍କ ବିରୋଧରେ ଆପରାଧିକ ମାମଲା, ୮୭ ପ୍ରତିଶତ କୋଟିପତି…

ନୂଆଦିଲ୍ଲୀ, ୨୮।୬ : ଦେଶର ୩୧ ପ୍ରତିଶତ ରାଜ୍ୟ ସଭା ଏମ୍‌ପିଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେହିପରି ୮୭ ପ୍ରତିଶତ ହେଉଛନ୍ତି କୋଟିପତି। ଏଡିଆର୍‌ ନ୍ୟାଶନାଲ ଇଲେକ୍ସନ ୱାଚ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ। ରାଜ୍ୟ ସଭାର ସଦସ୍ୟମାନଙ୍କର ହାରାହାରି ସମ୍ପତ୍ତି ହେଉଛି ୭୯.୫୪ କୋଟି ଟଙ୍କା। ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ନ୍ୟାଶନାଲ ଇଲେକ୍ସନ ୱାଚ ଅନୁସାରେ ୨୩୩ ଜଣ ରାଜ୍ୟ ସଭା ଏମ୍‌ପିଙ୍କ ମଧ୍ୟରୁ ୨୨୬ ଜଣ ସେମାନଙ୍କ ଅପରାଧିକ, ଆର୍ଥିକ ଏବଂ ଅନ୍ୟାନ୍ୟ ପୃଷ୍ଠଭୂମି ବିବରଣୀ ବିଶ୍ଳେଷଣ କରାଯାଇଛି।

ବର୍ତ୍ତମାନର ରାଜ୍ୟସଭାରେ ଗୋଟିଏ ସିଟ ଖାଲି ଅଛି। ରିପୋର୍ଟରେ କୁହାଯାଇଛି ଯେ ଦୁଇ ଜଣ ଏମ୍‌ପିଙ୍କ ବିଶ୍ଳେଷଣ କରାଯାଇ ନାହିଁ କାରଣ ସେମାନଙ୍କର ଆଫିଡେଭିଟ ଉପଲବ୍ଧ ନ ଥିଲା ଏବଂ ଜମ୍ମୁ -କଶ୍ମୀରରେ ଚାରୋଟି ସିଟ ଅପରିଭାଷିତ ରହିଛି। ରିପୋର୍ଟରେ କୁହାଯାଇଛି ଯେ ୨୨୬ ଜଣ ସିଟିଂ ରାଜ୍ୟ ସଭା ଏମ୍‌ପିଙ୍କ ମଧ୍ୟରୁ ୧୯୭ଜଣ (୮୭ ପ୍ରତିଶତ) କୋଟିପତି ।

ରିପୋର୍ଟରେ କୁହାଯାଇଛି ଯେ ୨୨୬ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୭୧ ଜଣ (୩୧ପ୍ରତିଶତ) ନିଜ ବିରୋଧରେ ଆପରାଧିକ ମାମଲା ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ୩୭ ଜଣ (୧୬ ପ୍ରତିଶତ)ଙ୍କ ବିରୋଧରେ ଗୁରୁତର ଆପରାଧିକ ମାମଲା ରୁଜୁ ହୋଇଛି । ରିପୋର୍ଟ ଅନୁଯାୟୀ, ରାଜ୍ୟ ସଭାର ୨ ଏମ୍‌ପିଙ୍କ ବିରୋଧରେ ହତ୍ୟା ମାମଲା (ଆଇପିସି ଧାରା ୩୦୨) ଏବଂ ଚାରିଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା (ଆଇପିସି ଧାରା ୩୦୭) ରହିଛି । ଚାରିଜଣଙ୍କ ବିରୋଧରେ ମହିଳାଙ୍କ ସହ ଜଡିତ ମାମଲା ରହିଛି। ଏହି ଚାରିଜଣ ସଦସ୍ୟଙ୍କ ମଧ୍ୟରୁ ରାଜସ୍ଥାନର କେସି ଭେନୁଗୋପାଲ (କଂଗ୍ରେସ)ଙ୍କ ବିରୋଧରେ ବଳାତ୍କାର ମାମଲା (ଆଇପିସି ଧାରା ୩୭୬) ରହିଛି।

ରିପୋର୍ଟ ଅନୁଯାୟୀ, ଭାଜପାର ୮୫ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟର୨୦ଜଣ (୨୪ ପ୍ରତିଶତ), କଂଗ୍ରେସର ୩୧ ମଧ୍ୟରୁ ୧୨ଜଣ (୩୯ ପ୍ରତିଶତ), ଏଆଇଟିସିର ୧୩ ମଧ୍ୟରୁ ୩ (୨୩ ପ୍ରତିଶତ) , ଆର୍‌ଜେଡିର ଛଅ ଜଣଙ୍କ ମଧ୍ୟରୁ ୫ ଜଣ (୮୦ ପ୍ରତିଶତ), ସିପିଆଇ(ଏମ)ର ପାଞ୍ଚରୁ ୪ ଜଣ (୮୦ ପ୍ରତିଶତ), ଏଏପି ର ୧୦ ମଧ୍ୟରୁ ୩ ଜଣ (୩୦ ପ୍ରତିଶତ) , ଓ୍ବାଇଏସଆରସିପିର ନଅ ମଧ୍ୟରୁ ୩ (୩୩ ପ୍ରତିଶତ) ଏବଂ ଏନସିପିର ଚାରିଜଣଙ୍କ ମଧ୍ୟରୁ ଦୁଇଜଣ (୫୦ ପ୍ରତିଶତ) ସଦସ୍ୟ ସେମାନଙ୍କ ସତ୍ୟପାଠ ଦାଖଲ କରି ତାଙ୍କ ବିରୋଧରେ ଆପରାଧିକ ମାମଲା ଥିବା ସୂଚିତ କରିଛନ୍ତି।

ରାଜ୍ୟ ଭିତ୍ତିକ ବିବରଣୀ ପ୍ରଦାନ କରି ରିପୋର୍ଟରେ କୁହାଯାଇଛି ଯେ ଉତ୍ତରପ୍ରଦେଶର ୩୧ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ସାତଜଣ (୨୩ ପ୍ରତିଶତ), ମହାରାଷ୍ଟ୍ରର ୧୯ ଜଣଙ୍କ ମଧ୍ୟରୁ ୧୨ (୬୩ ପ୍ରତିଶତ), ତାମିଲନାଡୁର ୧୮ରୁ ୬ ଜଣ (୩୩ ପ୍ରତିଶତ)। ପଶ୍ଚିମବଙ୍ଗର ୧୬ ମଧ୍ୟରୁ ୩ ଜଣ (୧୯ ପ୍ରତିଶତ), କେରଳର ନଅ ଜଣଙ୍କ ମଧ୍ୟରୁ ୬ ଜଣ (୬୭ ପ୍ରତିଶତ) ଏବଂ ବିହାରର ୧୬ ଟି ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୧୦ ଜଣ (୬୩ ପ୍ରତିଶତ) ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri