୩୧ରେ ଓଟିଇଟି ପରୀକ୍ଷା

କଟକ ଅଫିସ, ୧୭।୧: ସ୍ପେଶାଲ ଓଟିଇଟି ପରୀକ୍ଷା ଆସନ୍ତା ୩୧ ତାରିଖରେ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଫର୍ମଫିଲପ୍‌ ପାଇଁ ମାତ୍ର ୨ ଦିନର ଅବଧି ଦେଇଛି । କଟକ ବୋର୍ଡ ଅଫିସ୍‌ରେ ଫର୍ମଫିଲପ୍‌ ଅଫ୍‌ଲାଇନ୍‌ରେ ହେବ । ଏ ନେଇ ବୋର୍ଡ କାର୍ଯ୍ୟାଳୟ ଅଗରେ ଭିଡ ଯମିଥିବା ଦେଖିବାକୁ ମିଳିଛି। ଓଟିଇଟି ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ଥରେ ଏହି ପରୀକ୍ଷା କରାଯିବ। ସାନି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀ ଫର୍ମଫିଲପ୍‌ ପାଇଁ ଭିଡ ଲଗାଇଛନ୍ତି।