Posted inଜାତୀୟ

୩୧% ମହିଳାଙ୍କ ପାଖରେ ଫୋନ୍‌

ନୂଆଦିଲ୍ଲୀ,୭।୧୨: ଭାରତରେ ୩୧% ମହିଳାଙ୍କ ନିକଟରେ ନିଜସ୍ବ ଫୋନ୍‌ ରହିଛି। ପୁରୁଷଙ୍କ ତୁଳନାରେ ମହିଳାମାନେ କମ୍‌ ସଂଖ୍ୟାରେ ଫୋନ୍‌ ବ୍ୟବହାର କରୁଥିବା ଅକ୍ସଫାମ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଦେଶରେ ମୋଟ ୬୦% ପୁରୁଷଙ୍କ ପାଖରେ ଆଣ୍ଡ୍ରଏଡ୍‌ ଫୋନ୍‌ ରହିଛି। ଅକ୍ସଫାମ୍‌ର ‘ଇଣ୍ଡିଆ ଇନ୍‌ଇକ୍ୱାଲିଟି ରିପୋର୍ଟ ୨୦୨୨: ଡିଜିଟାଲ ଡିଭାଇସ୍‌’ ରିପୋର୍ଟରେ ୨୦୨୧ ଶେଷ ପର୍ଯ୍ୟନ୍ତ ହସ୍ତଗତ ତଥ୍ୟକୁ ନେଇ ଏହା ପ୍ରସ୍ତୁତ ହୋଇଛି। ଡିଜିଟାଲ ଇନ୍‌ଇକ୍ୱାଲିଟିଭିତ୍ତିରେ କରାଯାଇଥିବା ଅଧ୍ୟୟନ ଅନୁସାରେ ମହିଳାମାନେ ବ୍ୟବହାର କରୁଥିବା ଫୋନ୍‌ ସାଧାରଣ ଭାବେ କମ୍‌ ମୂଲ୍ୟର ହୋଇଥିବାବେଳେ ପୁରୁଷ ଦାମୀ ଓ ଅଧିକ ଫିଚରଯୁକ୍ତ ଫୋନ୍‌ ବ୍ୟବହାର କରୁଛନ୍ତି। ଫୋନ୍‌ ବ୍ୟବହାର କ୍ଷେତ୍ରରେ ମହିଳାଙ୍କଠୁ ପୁରୁଷମାନେ ଆଗୁଆ। ମୋବାଇଲ୍‌ରେ ଉପଲବ୍ଧ ଡିଜିଟାଲ ସର୍ଭିସ୍‌ ସହିତ ଇଣ୍ଟରନେଟ୍‌ର କମ୍‌ ବ୍ୟବହାର ମହିଳାମାନେ କରୁଛନ୍ତି। ଷ୍ଟଡି ରିପୋର୍ଟ ମୁତାବକ ଭାରତରେ ମାତ୍ର ଏକ ତୃତୀୟାଂଶ ମହିଳା ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ଆୟ, ଜାତି, ଶିକ୍ଷା ଓ ଅଞ୍ଚଳକୁ ନେଇ ସେଣ୍ଟ୍ରାଲ୍‌ ଅଫ୍‌ ମୋନିଟରିଂ ଇଣ୍ଡିଆ ଇକୋନୋମି (ସିଏମ୍‌ଆଇଇ) ଏବଂ ନ୍ୟାଶନାଲ ସାମ୍ପୁଲ୍‌ ସର୍ଭେ (ଏନ୍‌ଏସ୍‌ଏସ୍‌)ର ତଥ୍ୟ ଅନୁସାରେ ଅକ୍ପଫାମ୍‌ ଉକ୍ତ ରିପୋର୍ଟ ତିଆରି କରିଛି। ୧୦୦ ଜଣଙ୍କ ଭିତରୁ ମାତ୍ର ୫୭.୨୯% ଲୋକ ଇଣ୍ଟରନେଟ୍‌ ସବ୍ସକ୍ରାଇବର ହୋଇଥିବାବେଳେ ଗ୍ରାମାଞ୍ଚଳରେ ଏହା ୩୪% ରହିଛି। ଦେଶରେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଆର୍ଥିକ ଉନ୍ନତି ହେଲେ ଯାଇ ଡିଜିଟାଲ ଟ୍ରାନ୍ସଫରମେଶନ୍‌ ଘଟିବ ବୋଲି ଅକ୍ସଫାମ ଇଣ୍ଡିଆ ସିଇଓ ଅମିତାଭ ବେହର ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri