ରାଜ୍ୟରେ ୨୬ ଜିଲାରୁ ୩୦୩ କରୋନା ପଜିଟିଭ୍‌ ଚିହ୍ନଟ, ୪ ମୃତ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ରବିବାର ୩୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୩୧ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୮ ହଜାର ୫୦୪ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲାରୁ ସର୍ବାଧିକ ୩୧ ଜଣ ଲେଖାଏ ଥିବା ବେଳେ ଅନୁଗୋଳରୁ ୧୬, ବାଲେଶ୍ୱରରୁ ୧୬, ବରଗଡ଼ରୁ ୯, ଭଦ୍ରକରୁ ୪, ବଲାଙ୍ଗୀରରୁ ୧୮, ବୌଦ୍ଧରୁ ୧, କଟକରୁ ୧୬ , ଦେବଗଡ଼ରୁ ୨ , ଢେଙ୍କାନାଳରୁ ୨, ଗଜପତିରୁ ୧, ଓ ଗଞ୍ଜାମରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜଗତ୍‌ସିଂହପୁରରୁ ୫, ଯାଜପୁରର ୧୬, ଝାରସୁଗୁଡ଼ାରୁ ୫, କେନ୍ଦୁଝରରୁ ୨୩, କୋରାପୁଟରୁ ୧ , ମୟୂରଭଞ୍ଜରୁ ୧୭ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୬ , ନୟାଗଡ଼ରୁ ୬, ନୂଆପଡ଼ାରୁ ୧୧, ପୁରୀରୁ ୧, ସମ୍ବଲପୁରରୁ ୨୨ ଓ ସୁବର୍ଣ୍ଣପୁରରୁ ୧, ସୁନ୍ଦରଗଡ଼ରୁ ୩୦ ଓ ଷ୍ଟେଟ୍‌ ପୁଲ୍‌ରୁ ୭ ଆକ୍ରାନ୍ତ ଅଛନ୍ତି।
ସେହପରି ରାଜ୍ୟରେ  ରବିବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୮୬୧କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ କଳାହାଣ୍ଡି, ଭୁବନେଶ୍ୱର, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲାରୁ ଜଣେ ଲେଖାଏ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri