ବର୍ଷାରେ ଧୋଇଗଲା ୩୦ ହଜାର କୋବି ଗଛ, ଧୂଳିସାତ୍‌ ହେଲା ଚାଷୀଙ୍କ ସ୍ବପ୍ନ

ଦାରିଙ୍ଗବାଡ଼ି,୧୧ା୧୦(ଅରୁଣ ସାହୁ): ଅନେକ ଆଶା ଥିଲା ଚାଷ କରି ଭଲ ଦୁଇ ପଇସା କମେଇବେ। ଏଥିପାଇଁ ନିଜ ଜମି ନ ଥାଇ ମଧ୍ୟ ଅନ୍ୟ ଜଣଙ୍କ ଜମିକୁ ଭଡ଼ାସୂତ୍ରରେ ମାଗି କରିଥିଲେ ଚାଷ ହେଲେ ବର୍ଷା ସବୁ ସ୍ବପ୍ନକୁ ଧୂଳିସାତ୍‌ କରିଦେଲା। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ ସିକକେତା ଗ୍ରାମର ଶୈଳେନ୍ଦ୍ର ପ୍ରଧାନଙ୍କ କ୍ଷେତ୍ରରେ।

ପ୍ରକାଶ ଯେ, ଶୈଳେନ୍ଦ୍ର ଜଣେ ଭଲ ଚାଷୀ। ସେ ପ୍ରତିବର୍ଷ କୋବି, ବିନ୍‌, ଟମାଟୋ, ବାଇଗଣ ଆଦି ଚାଷ କରନ୍ତି ନିଜ ଜମି ନ ଥିଲେ ମଧ୍ୟ ଅନ୍ୟର ଜମିକୁ ଭଡ଼ାସୂତ୍ରରେ ନେଇ ଚାଷ କରନ୍ତି। ତାଙ୍କର ଏହି ପ୍ରଚେଷ୍ଟା ଦେଖି ଜମି ମାଲିକମାନେ ତାଙ୍କୁ ଜମି ଯୋଗାଇ ଦେଇଥାନ୍ତି। ଚଳିତ ବର୍ଷ ସେ ତାଙ୍କ ଗ୍ରାମର ପ୍ରତ୍ୟୁଷ ପ୍ରଧାନଙ୍କ ଜମିରେ ପ୍ରାୟ ୩୦ ହଜାର ଫୁଲ କୋବିଚାଷ କରିବା ସହ ୨ କେଜି ବିନ୍‌ ମଞ୍ଜି ରୋପଣ କରିଥିଲେ। ବିନ୍‌ ମଧ୍ୟ ଫଳୁ ଥିଲା ଏବଂ କୋବି ମଧ୍ୟ ଫଳିବା ଆରମ୍ଭ ହୋଇଥିଲା। ଗତ ୨ ସପ୍ତାହ ଧରି ଲଘୁଚାପ ଜନିତ ବର୍ଷାରେ ମୂଳ ସଢ଼ିଯିବା ସହ ରୋଗପୋକ ସମ୍ପୂର୍ଣ୍ଣ ଫସଲ ନଷ୍ଟ କରିଦେଲା। ଫଳରେ ଏବେ ସାହୁକାର ଋଣ ଏବଂ ଜମି ଭଡ଼ା ବାବଦକୁ କିଭଳି ଶୁଝିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଶୈଳେନ୍ଦ୍ର ଓ ତାଙ୍କ ପରିବାର। ସେ ଏହି ଚାଷ ଅଗଷ୍ଟ ମାସରୁ ଆରମ୍ଭ କରି ପ୍ରାୟ ୪୦ ହଜାର ଖର୍ଚ୍ଚ କରିଥିବା ବେଳେ କୌଣସି ସରକାରୀ ସାହାଯ୍ୟ କିମ୍ବା ବ୍ୟାଙ୍କରୁ ତାଙ୍କୁ ଟଙ୍କାଟିଏ ମଧ୍ୟ ଋଣ କି କୌଣସି ସହାୟତା ମିଳିନାହିଁ। ସେ ସାହୁକାରଙ୍କଠାରୁ କଳନ୍ତର ଆଣି ଚାଷ କରିଥିବା ବେଳେ ଗ୍ରାମବିକାଶ ଅନୁଷ୍ଠାନ ୧ କେଜି ବିନ୍‌ ମଞ୍ଜି ବିହନ ଯୋଗାଇଦେଇଥିଲା। କୌଣସି ସହାୟତା ନ ଥାଇ ସେ ଏହି ଚାଷ କରି ଏବେ ବଡ଼ କ୍ଷତି ସହିଛନ୍ତି। କେମିତି ସାହୁକାର ଋଣ ଶୁଝିବେ ଚିନ୍ତାରେ ବୋଲି କହିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ, ବୌଦ୍ଧ, ଶିଖ ଧର୍ମାବଲମ୍ବୀ…

ନୂଆଦିଲ୍ଲୀ,୨୪।୩: ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି, ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

ମାନସିକ ବିକୃତ ମସ୍ତିଷ୍କ ମହିଳା ଗର୍ଭବତୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫାଣ୍ଡିରେ ଗ୍ରାମବାସୀଙ୍କ ହୋ ହାଲା

ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା…

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

୧୪.୨ କିଲୋଗ୍ରାମ ବଦଳରେ ମିଳିବ ୧୦ କିଲୋଗ୍ରାମ ଗ୍ୟାସ! ସରକାର ଦେଲେ ବଡ଼ ଅପଡେଟ୍‌

  ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ସିଧାସଳଖ ପ୍ରଭାବ ଏବେ ଭାରତର ଶକ୍ତି ସୁରକ୍ଷା ଉପରେ ପଡୁଛି। ଅଶୋଧିତ ତୈଳ ଏବଂ ଏଲପିଜିର ନିରବଚ୍ଛିନ୍ନ ଯୋଗାଣ ବାଧାପ୍ରାପ୍ତ…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri